ଓଡ଼ିଆ ଉଇକିପିଡ଼ିଆର ୧୦ମ ଜନ୍ମତିଥି ପାଳନ ନିମନ୍ତେ ନିମନ୍ତ୍ରଣ ସମ୍ପାଦନା

ଓଡ଼ିଆ ଉଇକିପିଡ଼ିଆ ଦଶମ ଜନ୍ମତିଥି ପାଳନ

ଆଦରର ORWP10,

ଆଗାମୀ ଜାନୁଆରୀ ୨୮ ଓ ୨୯ ତାରିଖରେ ଓଡ଼ିଆ ଉଇକିପିଡ଼ିଆ ଏହାର ଦଶମ ଜନ୍ମ ବାର୍ଷିକୀ ପାଳନ କରୁଛି । ୧୦ ବର୍ଷ ତଳେ ଜାନୁଆରୀ ୨୯ ରେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ହେଇଥିଲା । ଏ ବର୍ଷ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ଵରର KISS ଓ ୨୯ ତାରିଖରେ ଢେଙ୍କାନାଳ IIMC ଠାରେ ଜନ୍ମବାର୍ଷିକୀ ପାଳନ କରିବାର ଯୋଜନା କରାଯାଇଛି । ଆପଣଙ୍କ ପାଇଁ ନିମନ୍ତ୍ରଣ ରହିଲା । ଏଠାରେ ନିଜ ନାମ ଲେଖିବା ପାଇଁ ଅନୁରୋଧ । ଆପଣ ଯଦି ଦୂର ସ୍ଥାନରୁ ଆସୁଛନ୍ତି, ତା ହେଲେ ଆଗୁଆ ଜଣାଇଲେ ଆମେ ଆପଣଙ୍କ ରହିବା ବ୍ୟବସ୍ଥା କରିପାରିବୁ । ୨୮-୨୯ ଜାନୁଆରୀ ଆପଣଙ୍କୁ ଭେଟିବା ଅପେକ୍ଷାରେ । ଧନ୍ୟବାଦ ସହ ।