ଛବି ରାଜାୱତ
ଛବି ରାଜାୱତ (ଜନ୍ମ : ୧୯୮୦) ଜୟପୁରଠାରୁ 60 kilometres (37 mi) ଦୂର ଟ୍ରଙ୍କ ଜିଲ୍ଲାର ସୋଢା ନାମକ ଏକ ଛୋଟ ଗ୍ରାମର ସରପଞ୍ଚ ଅଟନ୍ତି । ସେ ଭାରତର ସବୁଠାରୁ କମ ବୟସ ଏବଂ ବୋଧ ହୁଏ ଏକମାତ୍ର ଏମ.ବି.ଏ ସରପଞ୍ଚ ଅଟନ୍ତି ।[୧] ସେ ନଭେମ୍ବର ୨୦୧୩ରେ ସ୍ଥାପିତ "ଭାରତୀୟ ମହିଳା ବ୍ୟାଙ୍କ"ର ଜଣେ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି । [୨]
ଛବି ରାଜାୱତ | |
---|---|
ଜନ୍ମ | ଜୟପୁର, ରାଜସ୍ଥାନ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଋଷୀ ବେଲୀ ସ୍କୁଲ, ମେୟୋ କଲେଜ ଗ୍ୟାର୍ଲ ସ୍କୁଲ - ଅଜମେର , ଲେଡି ଶ୍ରୀରାମ କଲେଜ ଦିଲ୍ଲୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟ - ପୁନେ |
ବୃତ୍ତି | ସରପଞ୍ଚ |
କ୍ୟାରିଅର
ସମ୍ପାଦନାପୁନେର "ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟ"ରୁ ଏମବିଏର ଡିଗ୍ରୀ ହାସିଲ କରିଥିବା ଛବି ବହୁ ନାମିଦାମୀ କର୍ପୋରେଟ କମ୍ପାନୀରେ କାମ କରିଛନ୍ତି । ସେ ପରେ ଗ୍ରାମରେ ରହିବା ପାଇଁ ନିଜ ମନବଳାଇଥିଲେ । ଏଥିପାଇଁ ସରପଞ୍ଚର ଆସନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ । ୪ ଫେବୃଆରୀ ୨୦୧୧ ମସିହାରେ ଛବି ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ରେକର୍ଡ ୧୨୦୦ ଭୋଟରେ ହରାଇ ସରପଞ୍ଚର ଆସନ ଜିତିଥିଲେ । ଏହାପରେ ସେ ନିଜ ଗ୍ରାମରେ "ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଯୋଜନା ଅଧିନିୟମ" ଉପରେ ଚାଲିଥିବା ସମସ୍ତ ଯୋଜନା ଉପରେ ନିଜର ନଜର ରଖିଥାନ୍ତି ଏବଂ ସକ୍ରିୟ ମତାମତ ନିର୍ଦ୍ଧାରିତ କରିଥାନ୍ତି । ଏବେ ୟୁ.ଏନ. ଓ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛବି ଶିରକ୍ତ ଥିଲେ ଏବଂ ଗ୍ରାମର ଉନ୍ନତି ପାଇଁ ନିଜର ଉକ୍ତି ପ୍ରକାଶ କରିଥିଲେ । [୩][୪] ନଭେମ୍ବର ୨୦୧୩ ମସିହାରେ ନବସ୍ଥାପିତ "ଭାରତୀୟ ମହିଳା ବ୍ୟାଙ୍କ"ର ନିର୍ଦ୍ଦେଶକ ମଣ୍ଡଳରେ ତାଙ୍କର ନିଯୁକ୍ତି କରାଗଲା ।
ପ୍ରାରମ୍ଭିକ ଜୀବନ
ସମ୍ପାଦନାଛବି ରାଜାୱତଙ୍କ ଜନ୍ମ ରାଜସ୍ଥାନର ରାଜଧାନୀ ଜୟପୁରରେ ହୋଇଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା "ଋଷୀ ବେଲୀ ସ୍କୁଲ" (ଆନ୍ଧ୍ରପ୍ରଦେଶ) ଏବଂ "ମେୟୋ କଲେଜ ଗାର୍ଲସ ସ୍କୁଲ" (ଅଜମେର)ରେ ହୋଇଥଲା । ତତ୍ପଶ୍ଚାତ ସେ "ଦିଲ୍ଲୀ ବିଶ୍ୱବିଦ୍ୟାଳୟ"ର ଲେଡି ଶ୍ରୀରାମ କଲେଜରୁ ସ୍ନାତକ କଲେ ଏବଂ ପୁନେର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମର୍ଡନ ମ୍ୟାନେଜମେଣ୍ଟରୁ ଏମବିଏର ଡିଗ୍ରୀ ହାସିଲ କରିଥିଲେ ।
ବ୍ୟକ୍ତିଗତ ଜୀବନ
ସମ୍ପାଦନାଛବି ନିଜ ଗ୍ରାମ ସୋଢା ଏବଂ ଜୟପୁରରେ ନିଜ ମାତା- ପିତାଙ୍କ ସହ ସମୟ ବିତାଉଥିଲେ । ସେଠାରେ କୃଷକମାନଙ୍କ ପିଲା ମାନଙ୍କ ସହିତ ଖେଳି ଖେଳି ବଡ଼ ହୋଇଥିଲେ । ସେଠାରେ ଗ୍ରାମବାସୀ ମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ସେମାନଙ୍କ ସହିତ ପ୍ରତିଦିନ ସମୟ ବିତାଉଥିଲେ । ସରପଞ୍ଚ ହେବା ପଛରେ ତାଙ୍କ ଭାବନା ନିଜ ଗ୍ରାମପାଇଁ କାମକରିବା ଏବଂ ସଭିଙ୍କୁ ସାହାଯ୍ୟ କରିବା ପାଇଁ ଯୋଜନା ରହିଛି ।[୫]
ଉପଲବ୍ଧି
ସମ୍ପାଦନା- 2011 ମସିହାରେ ଛବି "ସଂଯୁକ୍ତ ରାଷ୍ଟ୍ରସଙ୍ଘ"ରେ ଆୟୋଜିତ ୧୧ତମ "ଇନ୍ଫୋ ପଭର୍ଟି ବିଶ୍ୱ ସମ୍ମିଳନ"ରେ ଦୁନିଆର ସମସ୍ତ ମନ୍ତ୍ରୀ ଏବଂ ରାଜଦୂତମାନଙ୍କୁ ସମ୍ବୋଧିତ କରିଥିଲେ ।[୬]
- 2011 ମସିହା ମଇ ମାସରେ ପୂର୍ବ ରାଷ୍ଟ୍ରପତି "ଏ.ପି.ଜେ ଅବଦୁଲ କଲାମ" ନୂଆଦିଲ୍ଲୀରେ ଛବିଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ବିଜ୍ଞାନ ତଥା ପୃଥିବୀ ବିଜ୍ଞାନ ମନ୍ତ୍ରୀ "ପବନ ବଂସଲ" ମଧ୍ୟ ଉପସ୍ଥିତ ଥିଲେ । [୭]
ଆଧାର
ସମ୍ପାଦନା- ↑ "यह सुपर मॉडल नहीं, भारतीय सरपंच है". नवभारत टाईम्स.
{{cite web}}
: Unknown parameter|publish date=
ignored (help) - ↑ "पहला भारतीय महिला बैंक: 'सेविंग पर देगें ज्यादा ब्याज'". नवभारत टाईम्स. 20 नवम्बर 2013. Archived from the original on 2019-03-22. Retrieved 22 नवम्बर 2013.
{{cite web}}
: Check date values in:|accessdate=
and|date=
(help) - ↑ "लाइव हिंदुस्तान डॉट कॉम: छवि रजावत (लेडी श्रीराम कॉलेज)". Archived from the original on 2013-10-29. Retrieved 2017-03-09.
- ↑ "LSR Grad quits job to be Sarpanch". News Daily. द टाइम्स ऑफ़ इण्डिया. 2010-03-08. Retrieved 2013-10-26.
- ↑ देशबंधु: सरपंच बनी 'छवि' को राजनीति से है परहेज
- ↑ "Indian Sarpanch dazzles at UN Meet". News Daily. Mumbai Mirror. 2011-03-28. Retrieved 2013-10-26.
- ↑ "Former President APJ Abdul Kalam honours Chhavi Rajawat". Outlook. 2011-05-11. Archived from the original on 2013-10-29. Retrieved 2013-10-26.
- ↑ "Young Indian Leader". IBNLive. 2010. Archived from the original on 2013-12-07. Retrieved 2017-03-09.