ଆମଦେଶରେ ଛଠ ପୂଜା ବଡ଼ ଧୁମ୍ ଧାମରେ ପାଳନ କରାଯାଇଥାଏ । ଭାରତ ବ୍ୟତୀତ ମରିମସ୍, ତ୍ରିନିଦାଦ, ସୁମାତ୍ରା, ଜାଭା ସମେତ ଅନ୍ୟ ଦ୍ୱୀପମାନଙ୍କରେ ମଧ୍ୟ ଏହି ପର୍ବ ପାଳନ କରାଯାଏ । କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀରେ ଭଗବାନ୍ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ପୂର୍ବ, ପୂର୍ବ ଉତ୍ତର ଭାରତୀୟ ନାରୀମାନେ ନଦୀତଟରେ ଏକତ୍ର ହୋଇ ଅର୍ଘ୍ୟଦାନ କରି ଏହି ପରମ୍ପରାକୁ ବଜାୟ ରଖନ୍ତି ।ଭୟାଦୂଜ ପରେ ଏହି ଛଠ୍ ଆରମ୍ଭ ହୋଇ ଚାରିଦିନ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିନରେ ସୈନ୍ଧବ ଲବଣ ଓ ଘିଅରେ ତିଆରି ହୋଇଥିବା ଅରୱା ଅନ୍ନ ଓ କଖାରୁରେ ରୋଷେଇ ହୋଇଥିବା ତରକାରୀକୁ ପ୍ରସାଦ ରୂପେ ଭୋଗ କରାଯାଇଥାଏ । ଦିନସାରା ଉପବାସ ରହି ସନ୍ଧ୍ୟା ସମୟରେ ବ୍ରତୀ ମହିଳାମାନେ ପ୍ରସ୍ତୁତ କରିଥିବା ଖିରିକୁ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ବ୍ରତଧାରୀଙ୍କ ବ୍ରତ ସମ୍ପନ୍ନ ହେଲା ପରେ ପ୍ରସାଦକୁ ବଣ୍ଟନ କରି ଅନ୍ନ ଗ୍ରହଣ କରିଥାନ୍ତି । ଏହି ପର୍ବର ଉଦ୍ଦେଶ୍ୟ ହେଲା ସ୍ୱାମୀ, ସନ୍ତାନଙ୍କ ଦୀର୍ଘାୟୁ ଓ ପାରିବାରିକ ସୁଖ ଓ ସମୃଦ୍ଧି ପାଇଁ ପାଳନ କରାଯାଇଥାଏ ।

Chhath
People Celebrating Chhath on 2nd Day Morning Around the Pond.jpg
Performing of morning puja to Surya around a pond
ଅନ୍ୟ ନାମChhathi
Chhath Parv
Chhath Puja
Dala Chhath
Dala Puja
Surya Shashthi
ପାଳନକାରୀHindu and Jain
ପ୍ରକାରCultural, Historical, Religious
ବିଶେଷତାTo thank Surya for bestowing the bounties of life on earth and fulfilling particular wishes
ପର୍ବ ପାଳନPrayers and religious rituals, including puja and prasad, bathing in the Ganges, and fasting
ଆରମ୍ଭ2 days prior to Kartik Shashthi
ଶେଷThe day after Kartik Shashthi
ତାରିଖKartik Shukla Shashthi
ପୁନଃପୌନିକତାbiannual (including Chaiti Chhath)

ପୌରାଣିକ ଗାଥାସମ୍ପାଦନ କରନ୍ତୁ

ମହାଭାରତ ସମୟରେ ଏହି ଛଠ ପୂଜା ପାଳନ କରାଯାଇଥିଲା । ଏହି ପର୍ବର ଆରମ୍ଭ ପ୍ରଥମେ ଅଙ୍ଗ ଦେଶର ରାଜା ତଥା ଆଧୁନିକ ଭାଗଲପୁରର ରାଜା କର୍ଣ୍ଣ କରିଥିଲେ । ସେ ପ୍ରତିଦିନ ପାଣିରେ ଗୋଟିଏ ଘଣ୍ଟା ଧରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରୁଥିଲେ । ସୂର୍ଯ୍ୟଙ୍କ କୃପାରୁ ସେ ଜଣେ ମହାନ୍ ଯୋଦ୍ଧା ହୋଇଥିଲେ । ଦ୍ରୌପଦୀ ମଧ୍ୟ ପରିଜନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ସୂର୍ଯ୍ୟଙ୍କୁ ପୂଜା କରିବା କଥା ମଧ୍ୟ ଉଲ୍ଲେଖ ରହିଛି । ଲଙ୍କା ବିଜୟ ପରେ ରାମରାଜ୍ୟ ସ୍ଥାପନା ଦିନ କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରେ ଭଗବାନ୍ ରାମ ଓ ସୀତା ମଧ୍ୟ ଛଠ ପୂଜା କରିଥିଲେ । [୫]

ଗ୍ୟାଲେରିସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

ବାହାର ଲିଙ୍କସମ୍ପାଦନ କରନ୍ତୁ