ଆୟୁର୍ବେଦ ଅନୁଯାୟୀ କାଶ ତଥା ଫୁସଫୁସର ନାନା ରୋଗର ମହୌଷଧି ହେଉଛି ଚ୍ୟବନପ୍ରାଶ (ଇଂରାଜୀ: Chyawanprash/ chyavanaprasha /chyavanaprash / chyavanaprasam ଏବଂ chyawanaprash) । ଏହାର ପ୍ରସ୍ତୁତି ପ୍ରଣାଳୀ 'ଚକ୍ରଦତ୍ତ' ଗ୍ରନ୍ଥରେ ବର୍ଣ୍ଣିତ ।[୧] ଚ୍ୟବନପ୍ରାଶ ହେଉଛି ଜାମ୍ ଭଳି ଚିନି, ମହୁ, ତ୍ରିଫଳା,, ଘିଅ, ସେସମୀ ତେଲ, କୋଳି, ଔଷଧୀୟ ଦୃମ ଏବଂ ମସଲା ଆଦିର ରନ୍ଧା ମିଶ୍ରଣ । ଏହା ଆୟୁର୍ବେଦିକ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତ ହୁଏ । ଏହା ଭାରତରେ ସାଧାରଣ ପୋଷକ ଭାବେ ବହୁଳ ଭାବେ ବିକ୍ରୟ ହୋଇଥାଏ ।

ଉତ୍ପତି ସମ୍ପାଦନା

ଏହାର ଉତ୍ପତି କାହାଣୀ ଚ୍ୟବନ ମୁନିଙ୍କ ସହ ଜଡ଼ିତ । ରାଜକୁମାରୀ ସୁକନ୍ୟା କାଶରୋଗ ଭୋଗୁଥିବା ବୃଦ୍ଧ ଚ୍ୟବନଙ୍କୁ ବିବାହ କରିଥିଲେ ହେଁ ତାଙ୍କର ଦୁଃଖ ନଥିଲା । ସେ ଚ୍ୟବନଙ୍କ ଉପଯୁକ୍ତ ଯତ୍ନ ନେଉଥିଲେ । ପତ୍ନୀର ସମସ୍ତ ଦାୟିତ୍ୱ ତୁଲାଉଥିଲେ । ଦିନେ ଅଶ୍ୱୀନୀକୁମାର ଭ୍ରାତା ଦୁହେଁ ସୁକନ୍ୟାଙ୍କୁ ଭେଟି ପ୍ରେମ ନିବେଦନ କଲେ । ମୁନିଙ୍କୁ ଛାଡ଼ି ସେମାନଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଲେ । ହେଲେ ସୁକନ୍ୟା କୌଣସି ପ୍ରକାରେ ସମ୍ମତି ଦେଲେ ନାହିଁ । ଅଶ୍ୱିନୀକୁମାର ଦୁହେଁ ପ୍ରୀତ ହୋଇ ମୁନି ଚ୍ୟବନଙ୍କୁ ମହୌଷଧି ଦେଇ ଯୁବକ କରିବା ସହ ତାଙ୍କର କାଶ ଦୂର କଲେ । ତାହା ପରେ ଉକ୍ତ ମହୌଷଧି ଚ୍ୟବନପ୍ରାଶ ରୂପେ ପରିଚିତ ହୋଇଥିଲା ।[୨][୩][୪] The first historically documented formula for chywanprash appears in Charaka Samhita, the ancient Ayurvedic treatise.[୫]

ସ୍ୱାଦ ଏବଂ ରୂପ ସମ୍ପାଦନା

ଏହା ଖଟାମିଠା ଲାଗେ ଏହାର ସ୍ୱଦରେ ମହୁ, ଘିଅ ଏବଂ ତ୍ରିଫଳାର ପ୍ରାଧାନ୍ୟ ବାରିହୁଏ । ଏବଂ ଗନ୍ଧରେ ଲହୁଣୀ, ଘିଅ ଏବଂ ଅନ୍ୟାନ୍ୟ ମସଲା ଯଥା ଚନ୍ଦନଗୁଣ୍ଡ, cinnamon and cardamom ଆଦି ବାସେ । ଏକ ଘନ ଧୁଷର ବର୍ଣ୍ଣ ପେଷ୍ଟ ରୂପରେ ଥାଏ ।

ବ୍ୟବହାର ସମ୍ପାଦନା

ଏକାକୀ ଏବଂ ଖିର ଏବଂ ପାଣି ସହ ସେବନ କରିପାରିବେ ।ଏକ ଚାମଚ ପ୍ରତିଦିନ ଦୁଇଥର ଖାଇବା ପରାମର୍ଶ ଦିଆଯାଏ ।

ଉପାଦେୟତା ସମ୍ପାଦନା

ଏହା ଏକ ସାଧାରଣ ସ୍ୱାସ୍ଥ୍ୟ ଟନିକ ଅଟେ ଏବଂ ଜଣାଶୁଣା ଆୟୁର୍ବେଦିକ ଟନିକ ଅଟେ ।[୬]

ଉପାଦାନ ସମ୍ପାଦନା

ଏହାର ପ୍ରସ୍ତୁତି ପ୍ରଣାଳୀ ଅଶ୍ୱାଙ୍ଗହୃଦୟ, ଚରକସଂହିତା ଏବଂ ସଙ୍ଗନ୍ଧରସଂହିତା ଜରିଆରେ ଆୟୁର୍ବେଦିକ ଉପଚାର ପାଇଁ ମନୁସଂହିତରେ ବର୍ଣ୍ଣିତ । ଚ୍ୟବନପ୍ରାଶ ପାଇଁ ତ୍ରିଫଳା ଭିଟାମିନ ସିରେ ପରିପୁର୍ଣ୍ଣ ହେଉଛି ପ୍ରାଥମିକ ଉପାଦାନ (୪୪୫ଏବଂ nbsp;ମିଲିଗ୍ରାମ/୧୦୦ଗ୍ରାମ).[୭] ଏଥିପାଇଁ ଦରକାରୀ ଗୁଲ୍ମ ଉପାଦାନ ୨୫ରୁ ୮୦ ପର୍ଯ୍ୟନ୍ତ ଲାଗିଥାଏ କିନ୍ତୁ ଏହାର ମୂଖ୍ୟ ଉପାଦାନ ହେଉଛି ଅଅଁଳା[୮] Other chief ingredients are:

ବ୍ୟବସାୟ ସମ୍ପାଦନା

The market size of chyawanprash in 2010 was Indian Rs 4 billion (about $80 million USD). Chyawanprash in India is marketed through film stars and sports persons such as Sunny Leone, Shahrukh Khan, Ravi Kishan, and M.S. Dhoni.[୯]

ଉଦ୍ଧୃତି ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-05-18. {{cite web}}: Cite has empty unknown parameter: |1= (help)
  2. http://www.sambadepaper.com/Details.aspx?id=165145&boxid=22614330[permanent dead link]
  3. Healthepic.com
  4. Panda, H; Handbook On Ayurvedic Medicines With Formulae, Processes And Their Uses, 2004, p10 ISBN 978-81-86623-63-3
  5. Bates, D, Knowledge and the Scholarly Medical Traditions Cambridge University Press 1995, p325 ISBN 978-0-521-49975-0
  6. Ernst, Waltraud (2002). Plural medicine, tradition and modernity, 1800-2000. London New York: Routledge. p. 187. ISBN 0-415-23122-1.
  7. Tarwadi K, Agte V (Aug 2007). "Antioxidant and micronutrient potential of common fruits available in the Indian subcontinent". Int J Food Sci Nutr. 58 (5): 341–9. doi:10.1080/09637480701243905. PMID 17558726.
  8. Johnston, Robert (2004). The politics of healing : histories of alternative medicine in twentieth-century North America. New York: Routledge. p. 226. ISBN 0-415-93338-2.
  9. Economic Times SRK, Dhoni, Ravi Kishan do wonders for chyawanprash