ଚିନ୍ତାମଣି ଜେନା (ନାଟ୍ୟକାର)

ଓଡ଼ିଆ ନାଟ୍ୟକାର

ଚିନ୍ତାମଣି ଜେନା (୧୫ ଅପ୍ରେଲ ୧୯୩୮ - ୪ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଥିଲେ ।[୧] ସେ ପ୍ରାୟ ୧୨୦ଟି ନାଟକ ରଚନା କରିଥିଲେ । ନାଟ୍ୟକାରଭାବରେ ବେଶୀ ପରିଚିତି ଥିଲେ ମଧ୍ୟ ଉପନ୍ୟାସ ଓ ଏକାଙ୍କିକା ଭଳି ସାହିତ୍ୟ ରଚନା ତଥା ମଞ୍ଚରେ ଅଭିନୟ ଓ ନିର୍ଦ୍ଦେଶନା କରୁଥିଲେ ।

ଚିନ୍ତାମଣି ଜେନା
ଜନ୍ମ
ଚିନ୍ତାମଣି ଜେନା

(1938-04-15)୧୫ ଅପ୍ରେଲ ୧୯୩୮
ପଞ୍ଚହରା, ପଣ୍ଡୁଆ, କେନ୍ଦୁଝର
ମୃତ୍ୟୁ୪ ଜୁଲାଇ ୨୦୧୭(2017-07-04) (ବୟସ ୭୯)
ପଞ୍ଚହରା, ଘସିପୁରା, କେନ୍ଦୁଝର
ଜାତୀୟତା ଭାରତୀୟ
ଶିକ୍ଷାସ୍ନାତକ(କଳା)
ପ୍ରସିଦ୍ଧିନାଟ୍ୟକାର

ନାଟ୍ୟକାର ଜୀବନ ସମ୍ପାଦନା

ନାଟ୍ୟକାର ଭାବରେ ଚିନ୍ତାମଣି ବହୁ ପୁରସ୍କାର ଲାଭ କରିଥିଲେ ।[୨] ଓଡ଼ିଶା ତଥା ଓଡ଼ିଶା ବାହାରେ ଚିନ୍ତାମଣି ଜେନାଙ୍କର ବହୁ ନାଟକ ପରିବେଷିତ ହୋଇଥିଲା । ତାଙ୍କ ଲିଖିତ ନାଟକ ଓ ଉପନ୍ୟାସ ଗୁଡିକୁ ନେଇ ଚଳଚ୍ଚିତ୍ର ମଧ୍ୟ ତିଆରି କରିଯାଇଛି । ତାଙ୍କ ନାଟକ "ସନ୍ଧ୍ୟାତାରା"କୁ ନେଇ ଓଡ଼ିଶା ଚଳଚ୍ଚିତ୍ର ସନ୍ଧ୍ୟାତାରା ଓ ଉପନ୍ୟାସ "ସରପଞ୍ଚ ପୁଅ"କୁ ନେଇ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।

ନାଟକ ସମ୍ପାଦନା

  • ସନ୍ଧ୍ୟାତାରା[୩]
  • ଶତାବ୍ଦୀର ଆର୍ତ୍ତନାଦ
  • ତାଜମହଲର ଶିଳ୍ପୀ
  • ଅନ୍ୟ ଏକ ବିପ୍ଳବ
  • ରକ୍ତ ତିଳକ
  • ତିମିର ତୀର୍ଥରେ ଏକ ରାତି[୪]
  • ଧୁମକେତୁ
  • ସୂର୍ଯ୍ୟଦୋୟ ପୁର୍ବେ
  • ଏକଲବ୍ୟ
  • ଜ୍ୱାଳାମୁଖୀ[୫]

ଉପନ୍ୟାସ ସମ୍ପାଦନା

  • ସରପଞ୍ଚ ପୁଅ

ଏକାଙ୍କିକା ସମ୍ପାଦନା

  • ଧର୍ମାବତାର ଓ ଅନ୍ୟାନ୍ୟ ଏକାଙ୍କିକା

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୨ ("ଧର୍ମାବତାର ଓ ଅନ୍ୟାନ୍ୟ ଏକାଙ୍କିକା" ପାଇଁ)[୬]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୨
  • ନାଟ୍ୟାଚାର୍ଯ୍ୟ
  • ନାଟ୍ୟଭୂଷଣ
  • କଳାଭୂଷଣ
  • କଳାଗୌରବ[୭]

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଚିନ୍ତାମଣି, କେନ୍ଦୁଝର ଜିଲ୍ଲାର ପଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ପଞ୍ଚହରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୨୦୧୭ମସିହା ଜୁଲାଇ ୪ତାରିଖରେ କେନ୍ଦୁଝର ଜିଲ୍ଲାର ଘସିପୁରା ଅନ୍ତର୍ଗତ ସାଇଁକୂଳସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଥିଲା । ସେ ଭାରତୀୟ ଦୂର ସଂଚାର ସେବା ଅଧିନରେ ଚାକିରି କରୁଥିଲେ ।[୮]

ଆଧାର ସମ୍ପାଦନା

  1. Dinanath Pathy; Orissa Media Centre (Bhubaneswar, India); Working Artists' Association of Orissa (1999). The continuity in the flux, Orissa. Harman Pub. House in collaboration with Working Artists Association of Orissa and Orissa Media Centre, Bhubaneswar. ISBN 978-81-86622-31-5.
  2. https://www.telegraphindia.com/1160105/jsp/odisha/story_62149.jsp
  3. "Playwright Chintamani Jena no more | Sambad English". Sambad English (in English). Bhubaneswar: sambadenglish.com. 4 July 2017. Archived from the original on 15 September 2020. Retrieved 15 September 2020.{{cite news}}: CS1 maint: unrecognized language (link)
  4. http://odishasuntimes.com/2017/07/04/odisha-sahitya-akademi-awardee-chintamani-jena-no-more/
  5. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 503–. ISBN 978-81-260-0873-5.
  6. http://www.odiaspotnews.in/webpage/detailnews/2591/10
  7. "ନାଟ୍ୟକାର ଚିନ୍ତାମଣି ଜେନାଙ୍କ ପରଲୋକ". ସମ୍ବାଦ ୦୫/୦୭/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 10 July 2017. Retrieved 5 July 2017.
  8. http://www.eodishasamachar.com/?p=9333[permanent dead link]