ଚିତ୍ତରଞ୍ଜନ କୋହ୍ଲଟକର
ଭାରତୀୟ ଅଭିନେତା
ଚିତ୍ତରଞ୍ଜନ ଚିନ୍ତାମଣରାବ କୋହ୍ଲଟକର (ମରାଠୀ: चित्तरंजन चिंतामणराव कोल्हटकर; ୧୫ ଜାନୁଆରୀ ୧୯୨୩ – ୨୫ ଅକ୍ଟୋବର ୨୦୦୯) ଜଣେ ଭାରତୀୟ କଥାଚିତ୍ର ଏବଂ ଥିଏଟର ଅଭିନେତା ଥିଲେ ।
ଚିତ୍ତରଞ୍ଜନ କୋହ୍ଲଟକର | |
---|---|
चित्तरंजन चिंतामणराव कोल्हटकर | |
ଜନ୍ମ | ଚିତ୍ତରଞ୍ଜନ ଚିନ୍ତାମଣରାବ କୋହ୍ଲଟକର ୧୫ ଜାନୁଆରୀ ୧୯୨୩ ଅମରାବତୀ, ମହାରାଷ୍ଟ୍ର, ଭାରତ |
ମୃତ୍ୟୁ | ୨୫ ଅକ୍ଟୋବର ୨୦୦୯ ପୁଣେ, ମହାରାଷ୍ଟ୍ର | (ବୟସ ୮୬)
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ପିତାମାତା | ଚିନ୍ତାମଣ ଗଣେଶ କୋହ୍ଲଟକର |
୧୯୨୩ ମସିହାର ଜାନୁଆରୀ ୧୫ ତାରିଖରେ ସେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୪୪ ମସିହାରେ ସେ ଗରିବାଞ୍ଚେ ରାଜ୍ୟ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ରାମ ଗଣେଶ ଗଡ଼କରୀଙ୍କ ଲିଖିତ ନାଟକ ଭାବବନ୍ଧନ ଜରିଆରେ ସେ ଥିଏଟର ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]
ରାଜନୈତିକ ଦୃଷ୍ଟିରୁ ଚିତ୍ତରଞ୍ଜନ କୋହ୍ଲଟକର ହିନ୍ଦୁ ଜାତୀୟତାବାଦୀ ରାଜନୈତିକ ଆଦର୍ଶ ହିନ୍ଦୁତ୍ୱର ଦୃଢ଼ ସମର୍ଥକ ଥିଲେ । ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧]
୨୦୦୯ ମସିହାର ଅକ୍ଟୋବର ୨୫ ତାରିଖ ଦିନ ହୃଦ୍ଘାତରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥଲେ । ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।[୧]
ଅଭିନୀତ କଥାଚିତ୍ର
ସମ୍ପାଦନା- ମୋହିତ୍ୟାନଚି ମଞ୍ଜୁଳା (ଚଳଚ୍ଚିତ୍ର, ୧୯୬୩)
- ଆଶ୍ରୋଞ୍ଚି ଜାଲି ଫୁଲେ (ନାଟକ)
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Paranjpe, Shailendra: Veteran Marathi actor Kolhatkar dies at 86, DNA, 26 October 2009.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଚିତ୍ତରଞ୍ଜନ କୋହ୍ଲଟକର