ଚିତଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଚିତଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକ ଭାରତୀୟ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଏହା ଓଡ଼ିଶାର ପୁରୀ ଜିଲ୍ଲାଅନ୍ତର୍ଗତ ଚିତଳପୁର ଗ୍ରାମରେ ଅବସ୍ଥିତ । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ପଢ଼ାଯାଇଥାଏ ।

ଚିତଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ବିଦ୍ୟାଳୟ ମୁଖ୍ୟ ଫାଟକ
ବିଦ୍ୟାଳୟ ମୁଖ୍ୟ ଫାଟକ
ଅବସ୍ଥାନ
ଗ୍ରାମ: ଚିତଳପୁର, ପୋଷ୍ଟ: ଜେନାପୁର, ଡେଲାଙ୍ଗ, ପୁରୀ, ଓଡ଼ିଶା ୭୫୨୦୧୬
ଦିଗବାରେଣି 20°01′53″N 85°41′26″E / 20.031419°N 85.690613°E / 20.031419; 85.690613
ବିବରଣୀ
ପ୍ରତିଷ୍ଠା ୧୯୨୬
ବିଦ୍ୟାଳୟ ଜିଲ୍ଲା ପୁରୀ
Classes ୧ମରୁ ୮ମ

ଅବସ୍ଥିତି ଓ ସ୍ଥାପନା ସମ୍ପାଦନା

ଚିତଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୨୬ ମସିହାରେ ପୁରୀ ଜିଲ୍ଲା [ଡେଲାଙ୍ଗ ବ୍ଲକ]] ଅନ୍ତର୍ଗତ ଜେନାପୁର ଗ୍ରାମପଞ୍ଚାୟତରେ ଥିବା ଚିତଳପୁର ଗ୍ରାମରେ ପ୍ରତିଷ୍ଠିତ ହୋଇଥିଲା ।

ଭିତ୍ତିଭୂମି ସମ୍ପାଦନା

ଏହା ଏକ ସରକାରୀ ବିଦ୍ୟାଳୟ ଅଟେ । ଏଠାରେ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଏ । ବିଦ୍ୟାଳୟରେ ଶିକ୍ଷାଦାନ ନିମିତ୍ତ ୫ଟି ଶ୍ରେଣୀଗୃହ ସମେତ ଗୋଟିଏ କାର୍ଯ୍ୟାଳୟ , ମଧ୍ୟାହ୍ନଭୋଜନ ପ୍ରସ୍ତୁତି ନିମନ୍ତେ ଗୋଟିଏ ରୋଷଘର, ୩ଟି ଶୌଚାଳୟ, ଗୋଟିଏ ନଳକୂପ ଓ ପାଇପ୍ ପାଣି ଯୋଗାଣର ସୁବିଧା ରହିଅଛି । ବିଦ୍ୟାଳୟର ପାଚେରୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାବଳୟ ରୂପେ ଠିଆ ହୋଇଛି । ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ପ୍ରାଧାନ୍ୟ ଦିଆଯାଇ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଯଥା:ପାହାଚ ପରିବର୍ତ୍ତେ ସିଡ଼ି ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟର ସବୁଜିମା ଭରା ବଗିଚା ସମସ୍ତ ଜନସାଧାରଣଙ୍କର ମୁଖ୍ୟ ଆକୃଷ୍ଟ ହୋଇପାରିଛି।

 
ବିଦ୍ୟାଳୟ ପ୍ରାଙ୍ଗଣ
 
ବିଦ୍ୟାଳୟ ବାରଣ୍ଡା
 
ବାଳକ ଓ ବାଳିକା ଶୌଚାଳୟ

ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସମ୍ପାଦନା

ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିଶୁ-କୈନ୍ଦ୍ରିକ ଶିକ୍ଷାଦାନ, ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ଓ ଆଧୁନିକ ଶିକ୍ଷାଦାନ ଶୈଳୀକୁ ଆପଣାଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ କରୁଛନ୍ତି । ଉଭୟ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସାମୂହିକ ପରାମର୍ଶ ଅନୁସାରେ ଏବଂ ଓଡ଼ିଶା ସରକାରଙ୍କଦ୍ୱାରା ବିଦ୍ୟାଳୟ ପରିଚାଳିତ ଓ ବିକଶିତ ହୋଇପାରିଛି।

ଭୌଗୋଳିକ ମାନଚିତ୍ରରେ ସମ୍ପାଦନା

ଆଧାର ସମ୍ପାଦନା