ଚାର୍ଲି ଚାପଲିନ୍ ( ମୂଳନାମ Sir Charles Spencer Chaplin) (୧୬ ଅପ୍ରେଲ ୧୮୮୯– ୨୫ ଡିସେମ୍ବର ୧୯୭୭) ଜଣେ ଇଂରେଜ ହାସ୍ୟ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଯିଏ କି ନିର୍ବାକ ଚଳଚ୍ଚିତ୍ର ଯୁଗରେ ଖ୍ୟାତି ଅର୍ଜନ କରିଥିଲେ । ନିର୍ବାକ ଚଳଚ୍ଚିତ୍ର ଯୁଗର ପ୍ରାରମ୍ଭିକ ସମୟରୁ ଏକ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଭାବେ ସେ ଏକ ଜଣାଶୁଣା ଚେହେରା ।[୧]

Charlie Chaplin

ପିଲାଦିନ ସମ୍ପାଦନା

ଲଣ୍ଡନରେ ଚାର୍ଲିଙ୍କ ପିଲାଦିନ ଅତ୍ୟନ୍ତ ଦାରିଦ୍ର‍୍ୟ ତଥା କଷ୍ଟକର ଥିଲା । ପିତାଙ୍କ ଅନୁପସ୍ଥିତିରେ ତାଙ୍କ ମାଆ ଅର୍ଥାଭାବରେ ସଂଘର୍ଷ କରୁଥିବା ବେଳେ ଚାର୍ଲିଙ୍କୁ ନଅ ବର୍ଷ ନ ହେଉଣୁ କାମ କରିବାପାଇଁ ପଠାଇଦିଆଗଲା । କମ୍ ବୟସରୁ ଚାର୍ଲି ମ୍ୟୁଜିକ ହାଉସଗୁଡ଼ିକ ବୁଲି କାମ କରିବା ଆରମ୍ଭ କଲେ । ସେ ମଞ୍ଚ ଅଭିନୟ ସାଙ୍ଗକୁ ହାସ୍ୟ ଅଭିନେତା ଭାବେ ମଧ୍ୟ କାମ କଲେ ।

ଆଧାର ସମ୍ପାଦନା

  1. "The religion of Charlie Chaplin". www.adherents.com. Archived from the original on 6 August 2011. Retrieved 28 July 2018.