ଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ


ଚଣ୍ଡୀଗଡ଼ ବୈଷୟିକ ମହାବିଦ୍ୟାଳୟ (ବା ସିଇସି) ଚଣ୍ଡୀଗଡ଼ ନିକଟରେ ଥିବା ଚଣ୍ଡୀଗଡ଼ ଗ୍ରୁପ୍ ଅଫ୍ କଲେଜସ୍, ଲାଣ୍ଡ୍ରାନ୍ କ୍ୟାମ୍ପସ୍, ମୋହାଲିର ଏକ ବୈଷୟିକ ମହାବିଦ୍ୟାଳୟ ଏବଂ ଏହାର ସ୍ନାତକ ପାଠ୍ୟକ୍ରମ ପାଇଁ ପଞ୍ଜାବ ବୈଷୟିକ ମହାବିଦ୍ୟାଳୟ ସହ ଅନୁବନ୍ଧିତ ।[୧] ଚଣ୍ଡୀଗଡ଼ ବୈଷୟିକ ମହାବିଦ୍ୟାଳୟ ୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିଲା, ଲାଣ୍ଡ୍ରାନ୍ କ୍ୟାମ୍ପସ୍ ଖୋଲିବାର ବର୍ଷକ ପରେ । ଏହା ପଞ୍ଜାବର ଅନ୍ୟତମ ଉତ୍କୃଷ୍ଟ ବୈଷୟିକ ମହାବିଦ୍ୟାଳ ।

ଚଣ୍ଡିଗଡ ବୈଷୟିକ ମହାବିଦ୍ୟାଳୟ
ସ୍ଥାପିତ୨୦୦୨
ପ୍ରକାରବୈଷୟିକ ମହାବିଦ୍ୟାଳୟ
ଅଧକ୍ଷସତନାମ ସିଂହ ସାନ୍ଧୁ
ନିର୍ଦ୍ଦେଶକବୀରଜଶିଶ ପଟ୍ଟନାୟକ
ଅବସ୍ଥାନମୋହାଲି, ଭାରତ
ପରିସରସହର
AcronymCGC
ଅନୁବନ୍ଧନପଞ୍ଜାବ ବୈଷୟିକ ମହାବିଦ୍ୟାଳୟ
ୱେବସାଇଟhttp://www.cecmohali.org

ଭିତ୍ତି ସଂରଚନା ସମ୍ପାଦନା

ଚଣ୍ଡୀଗଡ଼ ବୈଷୟିକ ମହାବିଦ୍ୟାଳୟ ଲାଣ୍ଡ୍ରାନ୍ କ୍ୟାମ୍ପସ୍‌ର ୯ଟି ମହାବିଦ୍ୟାଳୟ ମଧ୍ୟରୁ ଗୋଟିଏ ସର୍ବୋତ୍କୃଷ୍ଟ ମହାବିଦ୍ୟାଳୟ । ଏହି ମହାବିଦ୍ୟାଳୟ ୪ଟି ବ୍ଲକ୍‌କୁ ବିଭକ୍ତ ହୋଇଛି ଓ ପ୍ରତ୍ୟେକ ବ୍ଲକ୍ ମହାବିଦ୍ୟାଳୟର ଗୋଟିଏ ଗୋଟିଏ ବିଭାଗ ।

  • ବ୍ଲକ୍ ୧: ବିଦ୍ୟୁତ୍ ଅଣୁବିଜ୍ଞାନ ଓ ଯୋଗାଯୋଗ ବୈଷୟିକ ବିଦ୍ୟା (Electronics and Communication Engineering)
  • ବ୍ଲକ୍ ୨: ଯାନ୍ତ୍ରିକ ବୈଷୟିକ ବିଦ୍ୟା (Mechanical Engineering)
  • ବ୍ଲକ୍ ୩: ସଂଗଣକ ବିଜ୍ଞାନ ଓ ଶୂଚନା ପ୍ରଯୁକ୍ତିବିଦ୍ୟା (Computer Science and Information Technology)
  • ବ୍ଲକ୍ ୧୩: ପ୍ରୟୋଦାତ୍ମକ ବିଜ୍ଞାନ (Applied Sciences)[୨]

୨୬ ଅପ୍ରେଲ ୨୦୦୪ରେ, ସିଇସି ISO 9001:2000 ସାର୍ଟିଫିକେଟ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ଅଧିସ୍ୱୀକୃତି ସିଷ୍ଟମ (Accreditation System of Australia and New Zealand)ଠାରୁ ଆଣିଛି ।[୩]

ଏନ୍.ବି.ଏ ଅଧିସ୍ୱୀକୃତି ସମ୍ପାଦନା

ଚଣ୍ଡୀଗଡ଼ ବୈଷ୍ୟୟିକ ମହାବିଦ୍ୟାଳୟ ଏଆଇସିଟିଇଦ୍ୱାରା ପ୍ରତିଷ୍ଠିତ ଜାତୀୟ ଅଧିସ୍ୱୀକୃତି ବୋର୍ଡଦ୍ୱାରା ଅଧିସ୍ୱୀକୃତ । ଇନ୍‌ଫୋସିସ୍, ଟିସିଏସ୍ ଓ ୱିପ୍ରୋ ଭଳି କମ୍ପାନୀମାନେ ମହାବିଦ୍ୟାଳୟକୁ ଚାକିରୀରେ ସଂସ୍ଥାପନ କରିବା ପାଇଁ ଆସିଥାଆନ୍ତି ।

ପାଠ୍ୟକ୍ରମ ସମ୍ପାଦନା

ସ୍ନାତ୍ତୋକତର ସମ୍ପାଦନା

  • ସଂଗଣକ ବିଜ୍ଞାନ ଓ ବୈଷୟିକ ବିଦ୍ୟା (Computer Science & Engineering)
  • ପ୍ରଣାଳୀ (System Software)
  • ସୂଚନା ପ୍ରଯୁକ୍ତିବିଦ୍ୟା (Information Technology)
  • ସୂଚନା ସୁରକ୍ଷା (Information Security)
  • ଅଣୁ ବିଜ୍ଞାନ ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (Electronics & Communication Engineering)
  • ଭିଏଲ୍ଏସ୍ଆଇ ପରିକଳ୍ପନା (VLSI Design)
  • ଯାନ୍ତ୍ରିକ ବୈଷୟିକ ବିଦ୍ୟା(Mechanical Engineering)

ସ୍ନାତକ ସମ୍ପାଦନା

  • ସଂଗଣକ ବିଜ୍ଞାନ ଓ ବୈଷୟିକ ବିଦ୍ୟା (Computer Science & Engineering)
  • ସୂଚନା ପ୍ରଯୁକ୍ତିବିଦ୍ୟା (Information Technology)
  • ଅଣୁ ବିଜ୍ଞାନ ଓ ଯୋଗାଯୋଗ ବୈଷୟିକ ବିଦ୍ୟା (Electronics & Communication Engineering)
  • ଯାନ୍ତ୍ରିକ ବୈଷୟିକ ବିଦ୍ୟା(Mechanical Engineering)
  • ଏମ୍‌ବିଏ (Master of Business Administration)
  • ଏମ୍‌ସିଏ (Master of Computer Application)

କ୍ରମାଙ୍କ ସମ୍ପାଦନା

  • ଡାଟାକ୍ୱେଷ୍ଟ ସର୍ଭେ ୨୦୦୫ ଅନୁଯାୟୀ, ଏହା ସମଗ୍ର ଭାରତର ମୁଖ୍ୟ ୮୦୦ ବୈଷୟିକ ମହାବିଦ୍ୟାଳ୍ୟ ମଧ୍ୟରେ ଥିଲା ।
  • ମହାବିଦ୍ୟାଳୟ ବି ଶ୍ରେଣୀରେ ଅଛି ଓ ଭାରତର ମୁଖ୍ୟ ୧୦ଟି ବୈଷୟିକ ମହାବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି (ବ୍ୟବସାୟ ଓ ପରିଚାଳନା ଘଟଣାପଞ୍ଜି-Business & Management Chronicle) ।

ଚାକିରୀ ସଂସ୍ଥାପନ ସମ୍ପାଦନା

ବହୁତ କମ୍ପାନୀ ଯେପରି ଇନ୍‌ଫିସିସ୍, ୱିପ୍ରୋ, ଅଇଗେଟ୍, ମାଇକ୍ରୋସଫ୍ଟ, ଗୋଗଲ୍, ଏହ୍‌ସିଏଲ୍, ବିର୍ଲାସଫ୍ଟ, ଏଲ୍ଏଣ୍ଡଟି ଇନ୍ଫୋଟେକ୍, ଟାଟା ମୋଟରସ୍, ପ୍ରଭୃତି ପ୍ରତିବର୍ଷ କ୍ୟାମ୍ପସ୍ ପରିଦର୍ଶନରେ ଆସିଥାଆନ୍ତି । ହାରାହାରି ଦରମା ବର୍ଷକୁ Rs.୩.୭୫/-ଲକ୍ଷ୍ୟ ଥାଏ । ସର୍ବାଧିକ ଦରମା ବର୍ଷକୁ Rs.୨୯/-ଲକ୍ଷ୍ୟ ଥାଏ ।

ଆଧାର ସମ୍ପାଦନା

  1. Punjab Technical University. "Affiliated Colleges". ptu.ac.in. Retrieved 2 ନଭେମ୍ବର 2014.
  2. CGC. "Chandigarh Engineering College-About". www.cgc.edu.in. Archived from the original on 11 ନଭେମ୍ବର 2014. Retrieved 2 ନଭେମ୍ବର 2014.
  3. "CEC Landran gets ISO 9001 label". expressindia.com. 27 ଅପ୍ରେଲ 2004. Archived from the original on 27 ଅପ୍ରେଲ 2009. Retrieved 14 ଅପ୍ରେଲ 2009.


ବାହ୍ୟ ଲିଙ୍କ ସମ୍ପାଦନା

30°43′40″N 76°48′31″E / 30.7279°N 76.8085°E / 30.7279; 76.8085