ଘୁମୁରା ଏକ ଭାରତୀୟ ଗଣବାଦ୍ୟ ବିଶେଷ । ଏହା ଓଡ଼ିଶାର କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ ହୋଇଥିଲା । ଏହାର ବାଦନ ଶୈଳୀ ପାଇଁ ଏହା ଏକ ବୀରବାଦ୍ୟ ଭାବରେ ଜଣାଥିଲା ଓ ପରେ ଲୋକ ସଂସ୍କୃତିକୁ ଭିତ୍ତି କରି ଏହାର ବାଜଣାରେ ପରିବର୍ତ୍ତନ ହେବା ପରେ ଏହା ଏକ ରଣବାଦ୍ୟ ଭାବରେ ଜଣା । ପାରମ୍ପରିକ ଘୁମୁରା ବାଦ୍ୟ ଯୁଦ୍ଧ ସମୟରେ ବ୍ୟବହୃତ ହେଉଥିଲା । ଏହା ସେନାଙ୍କୁ ଉତ୍ତେଜିତ କରିବା ସହ ଶତୃ ଆଗରେ ବୀରତ୍ୱ ପ୍ରଦର୍ଶନ ପାଇଁ ବଜା ଯାଉଥିଲା । ଯୁଦ୍ଧ ବିରତି ସମୟରେ ସେନାଛାଉଣୀରେ ମନୋରଞ୍ଜନ ଲାଗି ରସଧର୍ମୀ ଘୁମୁରା ପରିବେଷଣ ମଧ୍ୟ କରାଯାଉଥିଲା । ଘୁମୁରା ମାଟି ନିର୍ମିତ ଲମ୍ବା ବେକ ଥିବା ମାଠିଆ ଆକୃତିର । ଏହା ମୁହଁରେ ଗୋଧି ଚମଡ଼ା ଛାଉଣି ହୋଇଥାଏ । ଏହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ । ଏହାକୁ ଦଳଗତ ନୃତ୍ୟ ବା ଘୁମୁରା ନୃତ୍ୟରେ ପରିବେଷଣ କରାଯାଇଥାଏ । ନୂଆଖାଇ ଦିନ ଘୁମୁରା ବାଦ୍ୟଯନ୍ତ୍ରକୁ ପୂଜାର୍ଚ୍ଚନା କରାଯାଏ । ନୂଆଖାଇ ସରିବା ପରେ ନର୍ତ୍ତକ ଘୁମୁରା ବଜାଇ ଗ୍ରାମ ପରିକ୍ରମା କରିଥାନ୍ତି ।[୧]

କିମ୍ବଦନ୍ତୀ ସମ୍ପାଦନା

ସାରଳା ମହାଭାରତରେ ଉଲ୍ଲେଖ ହୋଇଛି ଯେ ଦେବଦେବୀଙ୍କଦ୍ୱାରା ଯୁଦ୍ଧ ସମୟରେ ଘୁମୁରା ବାଦ୍ୟ ବ୍ୟବହାର ହେଉଥିଲା । ସାରଳା ମହାଭାରତ ଅନୁସାରେ ସତ୍ୟ ଯୁଗରେ ଜେନାବଳୀ-ପାଟଣା ମହିଷାସୁରଙ୍କ ନାତି ଗୋଗିଙ୍ଗ ଦୈତ୍ୟଙ୍କ ରାଜଧାନୀ ଥିଲା । ଲୋକ ବିଶ୍ୱାସ ଅନୁସାରେ ସେତେବେଳର ଜେନାବଳୀ-ପାଟଣା ବର୍ତ୍ତମାନର ଜୁନାଗଡ଼ । ସାରଳା ମହାଭାରତର ମଧ୍ୟ ପର୍ବରେ ଗୋଗିଙ୍ଗ ଦୈତ୍ୟର ହତ୍ୟା ସମୟରେ ଘୁମୁରା ବାଦ୍ୟ ବଜାଯିବା କଥା ଉଲ୍ଲେଖ ହୋଇଛି ।[୨] ସାରଳା ଦାସ ଏହି ବାଦ୍ୟକୁ ଏକ ମହିଷାସୁରଙ୍କ ରଣବାଦ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।[୩][୪]

ଆଧାର ସମ୍ପାଦନା

  1. ସମାଜ, ପୃଷ୍ଠା ୪ ନଭେମ୍ବର ୧୧,୨୦୧୨
  2. Ghosh, A.K., 1928, p.90, 343
  3. ଦାସ, ସାରଳା. ଚଣ୍ଡୀ ପୁରାଣ, pp. ୪୫ ଓ ୯୬
  4. R. R. Prasad (1996). Encyclopaedic Profile of Indian Tribes. Discovery Publishing House. pp. 82–. ISBN 978-81-7141-298-3.