ଘର୍ଷଣ କଠିନ ପୃଷ୍ଠଭୂମି, ତରଳ ଓ ଗ୍ୟାସୀୟ ସ୍ତର ଏବଂ ପରସ୍ପର ଘଷି ହେଉଥିବା ବସ୍ତୁ ମଧ୍ୟରେ ସୃଷ୍ଟି ହେଉଥିବା ବଳ[୧] ବିଭିନ୍ନ ପ୍ରକାରର ଘର୍ଷଣ ଅଛି :

  • ଶୁଷ୍କ ଘର୍ଷଣ ପରସ୍ପର ସଂସ୍ପର୍ଶରେ ଆସୁଥିବା ଦୁଇଟି କଠିନ ବସ୍ତୁ ମଧ୍ୟରେ ହେଉଥିବା ଆପେକ୍ଷିକ ପାର୍ଶ୍ୱିକ ପ୍ରତିରୋଧ । ଶୁଷ୍କ ଘର୍ଷଣକୁ ପୁନର୍ବାର, ଦୁଇଟି ସ୍ଥିର ପୃଷ୍ଠ ମଧ୍ୟରେ ହେଉଥିବା ସ୍ଥିତିଶୀଳ ଘର୍ଷଣ (ସ୍ଥିର ଘର୍ଷଣ) ଓ ଦୁଇଟି ଗତିଶୀଳ ପୃଷ୍ଠ ମଧ୍ୟରେ ହେଉଥିବା ଗତିଜ ଘର୍ଷଣରେ ବିଭକ୍ତ କରାଯାଏ ।
  • ତରଳ ଘର୍ଷଣ ପରସ୍ପର ନିକଟକୁ ଆପେକ୍ଷିକ ଗତି କରୁଥିବା, ଦୁଇଟି ବହଳିଆ ତରଳ ପଦାର୍ଥ ମଧ୍ୟରେ ଥିବା ଘର୍ଷଣକୁ ବୁଝାଏ ।
  • ଚର୍ମ ଘର୍ଷଣ ଘୋଷଡା ବଳର ଏକ ଅଂଶ, ଯାହା ଶରୀରରେ ପ୍ରବାହିତ ତରଳ ପଦାର୍ଥ ମଧ୍ୟରେ ସୃଷ୍ଟି ହୋଇଥାଏ ।
  • ଅନ୍ତଃ ଘର୍ଷଣ, କଠିନ ପଦାର୍ଥ ଅନ୍ୟ ଏକ ରୂପକୁ ପରିବର୍ତ୍ତିତ ହେଲା ବେଳେ, ତାକୁ ତିଅରି କରୁଥିବା ଉପାଦାନମାନଙ୍କ ମଧ୍ୟରେ ଥିବା ଗତି ରୋଧକ ବଳ ।[୨]

ଯେତେବେଳେ ପରସ୍ପର ସଂସ୍ପର୍ଶରେ ଥିବା ପୃଷ୍ଠତଳ ପରସ୍ପର ନିକଟକୁ ଗତି କରିବାକୁ ଆରମ୍ଭ କରନ୍ତି, ସେମାନଙ୍କ ମଧ୍ୟରେ ସୃଷ୍ଟି ଘର୍ଷଣ, ଗତିଜ ଶକ୍ତିକୁ ତାପଜ ଶକ୍ତିରେ ପରିବର୍ତ୍ତନ କରେ (ଅର୍ଥାତ୍ ଏହା କାର୍ଯ୍ୟକୁ ତାପରେ ପରିବର୍ତ୍ତନ କରେ । ଏହି ଗୁଣର ଏକ ନାଟକୀୟ ଫଳାଫଳ ମଧ୍ୟ ରହିଛି, ଯେପରି ନିଆଁ ଜଳେଇବା ପାଇଁ କାଠ ଖଣ୍ଡଗୁଡ଼ିକୁ ପରସ୍ପର ସହ ଘଷିବାଦ୍ୱାରା ଘର୍ଷଣ ସୃଷ୍ଟି ହୋଇଥାଏ । ଯେତେବେଳେ ଘର୍ଷଣ ସହ ଗତି ହୁଏ, ସେତେବେଳେ ଗତିଜ ଶକ୍ତ, ତାଜ ଶକ୍ତିକୁ ରୂପାନ୍ତରିତ ହୁଏ । ଉଦାହରଣ ସ୍ୱରୂପ ଏକ ବହଳିଆ ତରଳ ପଦାର୍ଥକୁ ଘାଣ୍ଟିବା । ବିଭିନ୍ନ ପ୍ରକାରର ଘର୍ଷଣର ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ ଫଳାଫଳ ହେଉଛି ଘଷିହେବା, ଯାହାଫଳରେ ପ୍ରଦର୍ଶନ ନିମ୍ଙଗାମୀ ହୁଏ ବା ଉପାଦାନର କ୍ଷୟ ଘଟେ । ଘର୍ଷଣ ଗତି ବିଜ୍ଞାନର ଏକ ଅଂଶ ଅଟେ । ଘର୍ଷଣ ନିଜେ ଏକ ମୌଳିକ ବଳ ନୁହେଁ । ଶୁଷ୍କ ଘର୍ଷଣ ଭିତର ପୃଷ୍ଠତଳ ମଧ୍ୟରେ ଦୃଢ ସଂସ୍ପର୍ଶତା, ବନ୍ଧୁରତା, ବିରୂପତା, ପ୍ରଭୃତି ଫଳରେ ସୃଷ୍ଟି ହୋଇଥାଏ । ଏହିସବୁ ପାରସ୍ପାରିକ କ୍ରିୟାର ଜଟିଳତା, ପ୍ରଥମ ମୂଳତତ୍ତ୍ୱର ଅସାଧ୍ୟତା ଓ ପ୍ରମାଣସିଦ୍ଧ ପଦ୍ଧତିର ଆବଶ୍ୟକୀୟ ବ୍ୟବହାରରୁ ସିଦ୍ଧାନ୍ତର ଉନ୍ନତି ଓ ବିଶ୍ଳଷଣ ପାଇଁ ଘର୍ଷଣର ଗଣନା କରିଥାଏ ।

ଇତିହାସସମ୍ପାଦନ କରନ୍ତୁ

ସର୍ପୀ ଘର୍ଷଣର ସର୍ବୋତ୍କୃଷ୍ଟ ନିୟମ ଲିଓନାର୍ଡୋ ଦା ଭିନ୍ସିଙ୍କଦ୍ୱାରା ଆବିଷ୍କାର ହୋଇଥିଲା, ମାତ୍ର ଏହା ତାଙ୍କର ଖାତାରେ ଅପ୍ରକାଶିତ ଭାବେ ଥିଲା ।[୩][୪][୫] ଏହିସବୁ ସିଦ୍ଧାନ୍ତ ୧୬୯୯ ମସିହାରେ ପୁଣିଥରେ ଗୁଇଲମ ଆମୋଣ୍ଟୋନ୍‌ସଙ୍କଦ୍ୱାରା ଆବିଷ୍କାର କରାଯାଇଥିଲା । ଆମୋଣ୍ଟୋନ୍‌ସ ଘର୍ଷଣର ସ୍ୱଭାବକୁ, ପୃଷ୍ଠତଳର ଅସମାନତା ଓ ପୃଷ୍ଠଗୁଡ଼ିକୁ ଏକାଠି ଚାପ ପକାଇ ଓଜନ ଉଠାଇବା ପାଇଁ ଆବଶ୍ୟକ ବଳ ସାହାଯ୍ଯରେ ଦର୍ଶାଇଥିଲେ । ଏହି ସିଦ୍ଧାନ୍ତ ପୁଣିଥରେ ବର୍ଣାଡ୍ ଫରେଷ୍ଟ ଦି ବେଲିଡ଼ରଙ୍କଦ୍ୱାରା ବ୍ୟାଖ୍ୟା କରାଯାଇଥିଲା । "Richtige Grund-Sätze der Friction-Berechnung" ("ଘର୍ଷଣ ଗଣନାର ସଠିକ ଆଧାର"), ୧୭୩୭, ( ଜର୍ମାନ)ରେ</ref> ଓ ଲିଓନାର୍ଡୋ ଇଉଲର (୧୭୫୦), ଯେ ଏକ ଆନତ ସମତଳରେ ବସ୍ତୁର ବିଶ୍ରାମ କୋଣକୁ ବାହାର କରିଥିଲେ ଏବଂ ସ୍ଥିର ଓ ଗତିଜ ଘର୍ଷବ ମଧ୍ୟରେ ପ୍ରଥମେ ପାର୍ଥକ୍ୟ ଦେଖାଇଥିଲେ ।[୬]ଜନ୍ ଥିଓଫିଲସ୍‌ଙ୍କଦ୍ୱାରା ୧୭୨୫ରେ ଏକ ଭିନ୍ନ ମତବାଦ ଦିଆଗଲା, ଯେ ଏହା ସୀସା ଗୋଲକମାନଙ୍କ ମଧ୍ୟରେ (ଯାହାର କଟା ଯାଇଥିବା ଏକ ଛୋଟ ଅଂଶକୁ ପରସ୍ପର ନିକଟକୁ ଆଣିବା ଫଳରେ) ସୃଷ୍ଟ ଏକ ଶକ୍ତିଶାଳୀ ବଳ ସଂଲଗ୍ନ ବଳ

ଆଧାରସମ୍ପାଦନ କରନ୍ତୁ

  1. http://www.merriam-webster.com/dictionary/friction
  2. Meriam, J. L.; Kraige, L. G. (2002). Engineering Mechanics (fifth ed.). John Wiley & Sons. p. 328. ISBN 0-471-60293-0.
  3. Dowson, Duncan (1997). History of Tribology, 2nd Edition. Professional Engineering Publishing. ISBN 1-86058-070-X.
  4. Armstrong-Hélouvry, Brian (1991). Control of machines with friction. USA: Springer. p. 10. ISBN 0-7923-9133-0.
  5. van Beek, Anton. "History of Science Friction". tribology-abc.com. Retrieved 2011-03-24.
  6. "Leonhard Euler". Friction Module. Nano World. 2002. Retrieved 2011-03-25.