ଘନଶ୍ୟାମ ସାହୁ (ଲେଖକ)

ଭାରତୀୟ କବି

ଘନଶ୍ୟାମ ସାହୁ (ଜନ୍ମ ତାରିଖ: ୬ ଏପ୍ରିଲ ୧୯୫୯) ଜଣେ ଭାରତୀୟ (ଓଡ଼ିଆକୋଶଳୀ-ଭାଷୀ) କବି, ଲେଖକ ଓ ସାହିତ୍ୟ ସଂଗଠକ । ସେ ସଂସ୍କୃତରୁ ଭକ୍ତକବି ରାମଦାସ ବିରଚିତ ଦାର୍ଢ଼୍ୟତାଭକ୍ତି ରସାମୃତକୁ ଓଡ଼ିଆରେ ଗଦ୍ୟାନୁବାଦ କରିଥିଲେ ।

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଘନଶ୍ୟାମ ସାହୁ ଅନୁଗୁଳ ଜିଲ୍ଲାର ଘୋଷରଠାରେ ୧୯୫୯ ଅପ୍ରେଲ ୬ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗିରୀଶ ଚନ୍ଦ୍ର ସାହୁ ଓ ମାତାଙ୍କ‌ନାମ ପଦ୍ମାବତୀ ସାହୁ । ସେ ସ୍ନାତକୋତ୍ତର, ବି-ଇଡି ଓ ଏଲ୍.ଏଲ୍. ବି. ଶିକ୍ଷାଗ୍ରହଣ‌ କରିଥିଲେ ଏବଂ ବୃତ୍ତିରେ ଶିକ୍ଷକତା କରି ଅବସରପ୍ରାପ୍ତ । ଗୀତ ଗାଇବା, ଚିତ୍ର ଆଙ୍କିବା, ଗୀତିନାଟ୍ୟ ନିର୍ଦ୍ଦେଶନା ଦେବା, କବିତା, ଗଳ୍ପ, ଶିଶୁ କିଶୋର କବିତା ରଚନା ତଥା ପାରମ୍ପରିକ ଓ ଆଧୁନିକ ଭଜନ ସହିତ କୋଶଳୀ ଭାଷାରେ ଭଜନ ଲେଖିବାରେ ସେ ସିଦ୍ଧହସ୍ତ । ତାଙ୍କର କେତୋଟି ଭଜନ ଓ ଜଣାଣ ଅଡ଼ିଓ କ୍ୟାସେଟରେ ସ୍ଥାନୀତ ।

ରଚନାବଳୀ

ସମ୍ପାଦନା
  • ହରି ଭରସା (ଭଜନ, ୨୦୧୮)
  • ଭାବଧାରା - ଭଜନ, ୨୦୧୯, (ପ୍ରକାଶିକା - ସୁକାନ୍ତି ସାହୁ)
  • ବର୍ଣ୍ଣ ବୈକୁଣ୍ଠ - ଆନୁପ୍ରାସିକ ଭଜନ ସଂକଳନ, ୨୦୨୦ (ସତ୍ୟମ୍ ବୁକ୍ସ, ଭୁବନେଶ୍ୱର)
  • ଚେତନାର ଉତ୍ତରଣ ଶବ୍ଦବ୍ରହ୍ମ - କବିତା ସଙ୍କଳନ, ୨୦୨୨ (ପ୍ରକାଶିକା - ସୁକାନ୍ତି ସାହୁ)
  • ଦାର୍ଢ୍ଯତା ଭକ୍ତି କଥାମୃତ (ପ୍ରଥମ ଭାଗ) ଗଳ୍ପ ସଂକଳନ, ୨୦୨୩ (ବନଫୁଲ, ଭୁବନେଶ୍ୱର)
  • କଇଁଫୁଲ ସୁଧାଧାରା - ଭକ୍ତି କବିତା ସଙ୍କଳନ, ୨୦୨୪ (ବନଫୁଲ, ଭୁବନେଶ୍ୱର)
  • ଭକ୍ତି ନିବେଦନ - ଭକ୍ତି କବିତା ସଙ୍କଳନ, ଶ୍ରୀ ଗୁଣ୍ଡିଚା,୨୦୨୪ (ଶ୍ରଦ୍ଧା ପବ୍ଲିକେଶନ, ବାଲେଶ୍ଵର)

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଟିକିତାରା ସାହିତ୍ୟ ସମ୍ମାନ , ପୁରୀ, ୨୦୧୭
  • ଶିବମ୍ ସାହିତ୍ୟ ଓ ସଂସ୍କୃତି ବିଭାଗ,ସୋହଡା, ଧାମନଗର, ଭଦ୍ରକ ,୨୦୧୮
  • ମହାପର୍ବତ ସାହିତ୍ୟ ସଂସଦ,ଢଁସର, ବାଙ୍କୀ,୨୦୧୮