ଗ୍ଲାସଡେଗିବ
ଗ୍ଲାସଡେଗିବ (ଇଂରାଜୀ ଭାଷାରେ Glasdegib), ଡାଉରିସମୋ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ମାୟେଲଏଡ ଇଉକେମିଆ (AML) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] ଯେଉଁମାନେ ୭୫ ବର୍ଷରୁ ଅଧିକ ବୟସ୍କଙ୍କ ଭଳି ଇଣ୍ଟେନ୍ସିଭ୍ ଇଣ୍ଡେକ୍ସନ କେମୋଥେରାପି ସହ୍ୟ କରିପାରନ୍ତି ନାହିଁ, ସେମାନଙ୍କୁ ସାଇଟାରାବିନ ସହିତ ଗ୍ଲାସଡେଗିବ ଔଷଧ ଏକତ୍ର ଦିଆଯାଏ ।[୪] ଏହା ପାଟିଦ୍ୱାରା ନିଆଯାଏ | [୪]
Clinical data | |
---|---|
Trade names | Daurismo |
Synonyms | PF-04449913 |
AHFS/Drugs.com | monograph |
MedlinePlus | a619004 |
Pregnancy category | |
Legal status | |
Legal status | |
Identifiers | |
| |
ECHA InfoCard | 100.244.738 |
Chemical and physical data | |
Formula | C21H22N6O |
Molar mass | ୩୭୪.୪୫ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲାଲ ରକ୍ତ କଣିକା, ଥକ୍କାଣ, ରକ୍ତସ୍ରାବ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଯନ୍ତ୍ରଣା, ଅଇ, ଫୁଲା, ଅଣନିଶ୍ୱାସ, ପରିବର୍ତ୍ତିତ ସ୍ୱାଦ, କୋଷ୍ଠକାଠିନ୍ୟ ଏବଂ ରାସ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ବିସ୍ତାର ଏବଂ ଅନୁର୍ବରତା ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ହେଜହଗ ପାଥୱେ ଇନହିବିଟର ଯାହା ସ୍ମୁଥେନଡ ପୁଷ୍ଟିସାରକୁ (SMO) ଅବରୋଧ କରିଥାଏ ।[୬] [୩]
୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗ୍ଲାସଡେଗିବ ଅନୁମୋଦିତ ହୋଇଥିଲା ।[୫] [୩] ଯୁକ୍ତରାଜ୍ୟରେ ଏହା ପିଛା ୨୦୨୧ ସୁଦ୍ଧା ପ୍ରତି ମାସରେ ୧୦୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୯୫୦୦ ଡଲାର ଏବଂ କାନାଡ଼ାରେ ପ୍ରାୟ ୧୭,୨୦୦ କାନାଡ଼ା ଡଲାର ଅଟେ ।[୭] [୮]
ଆଧାର
ସମ୍ପାଦନା- ↑ "Glasdegib (Daurismo) Use During Pregnancy". Drugs.com. 14 December 2018. Archived from the original on 25 March 2020. Retrieved 25 March 2020.
- ↑ "Daurismo EPAR". European Medicines Agency (EMA). 28 April 2020. Archived from the original on 5 August 2020. Retrieved 25 September 2020.
- ↑ ୩.୦ ୩.୧ ୩.୨ "Daurismo". Archived from the original on 5 August 2020. Retrieved 3 December 2021.
- ↑ ୪.୦ ୪.୧ ୪.୨ ୪.୩ "Daurismo- glasdegib tablet, film coated". DailyMed. 26 November 2019. Archived from the original on 2 July 2019. Retrieved 25 March 2020.
- ↑ ୫.୦ ୫.୧ "Glasdegib Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 3 December 2021.
- ↑ ୬.୦ ୬.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1050. ISBN 978-0857114105.
- ↑ "Daurismo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 3 December 2021.
- ↑ "Drug: Glasdegib (Daurismo)" (PDF). Archived (PDF) from the original on 15 May 2021. Retrieved 3 December 2021.