ଗ୍ଲାଇକୋପାଇରୋନିଅମ

ଗ୍ଲାଇକୋପାଇରୋନିଅମ, ଯାହା ଗ୍ଲାଇକୋପାଇରୋଲେଟ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା କ୍ରନିକ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ଡିଜିଜ, ଅତ୍ୟଧିକ ଲାଳ ଏବଂ ସ୍ୱେଦାଧିକ୍ୟ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ପାଟିରେ, ଇଞ୍ଜେକସନ, ଚର୍ମରେ ପ୍ରୟୋଗ କରାଯାଇପାରେ କିମ୍ବା ପ୍ରଶ୍ୱାସ ଆକାରରେ ନିଆଯାଇପାରେ ।[୧] [୨] ଏହାର ପ୍ରଭାବ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[୧] ଏହା ଏକ ଦୀର୍ଘକାଳୀନ କାର୍ଯ୍ୟକ୍ଷମ ବିଟା-ଆଡ୍ରେନୋସେପ୍ଟର ଆଗୋନିଷ୍ଟ (LABA) ଏବଂ ପ୍ରଶ୍ୱାସ‌ ଷ୍ଟେରଏଡ ସହିତ ମିଳିତ ଭାବରେ ଉପଲବ୍ଧ ।[୨]

ଗ୍ଲାଇକୋପାଇରୋନିଅମ
Clinical data
Trade namesRobinul, Cuvposa, Seebri, others
SynonymsGlycopyrrolate, glycopyrronium bromide, glycopyrronium tosylate
AHFS/Drugs.comSystemic: monograph
Topical: monograph
data
Pregnancy
category
  • AU: B2
  • US: B (No risk in non-human studies)
Routes of
administration
By mouth, intravenous, inhaled, topical
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  • ℞ (Prescription only)
Identifiers
  • 3-[2-Cyclopentyl(hydroxy)phenylacetoxy]-1,1-dimethylpyrrolidinium bromide
ECHA InfoCard100.008.990 Edit this at Wikidata
Chemical and physical data
FormulaC19H28BrNO3
Molar mass୩୯୮.୩୪ g·mol−1
3D model (JSmol)
  • C[N+]1(CCC(C1)OC(=O)C(C2CCCC2)(C3=CC=CC=C3)O)C.[Br-]
  • InChI=1S/C19H28NO3.BrH/c1-20(2)13-12-17(14-20)23-18(21)19(22,16-10-6-7-11-16)15-8-4-3-5-9-15;/h3-5,8-9,16-17,22H,6-7,10-14H2,1-2H3;1H/q+1;/p-1
  • Key:VPNYRYCIDCJBOM-UHFFFAOYSA-M

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଧାରଣ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ବଡ଼ ପୁତ୍ତଳୀ, ମୁଣ୍ଡବିନ୍ଧା, ଦ୍ୱନ୍ଦ୍ୱ, ନିଦ୍ରାଳୁ ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ବ୍ରୋଙ୍କୋସ୍ପାଜ୍ମ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ଆଣ୍ଟିମ୍ୟୁସ୍କାରିନିକ୍ ଔଷଧ ।[୧] ଏହା ସାଧାରଣତଃ ରକ୍ତ-ମସ୍ତିଷ୍କ ପ୍ରତିବନ୍ଧକ ଅତିକ୍ରମ କରେ ନାହିଁ ।[୧]

୧୯୬୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଥିଲା।[୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ତାଲିକାରେ ଟାୟୋଟ୍ରୋପିଅମ ବ୍ରୋମାଇଡ ଔଷଧର ବିକଳ୍ପ ଭାବରେ ଏହାର ନାମ ଲିପିବଦ୍ଧ ହୋଇଛି ।[୩] ଯୁକ୍ତରାଜ୍ୟରେ ଏକ ମାସର ପ୍ରଶ୍ୱାସପ୍ରାପ୍ତ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୨୮ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେଚେହାର ଟାବଲେଟଗୁଡ଼ିକ ଶସ୍ତା ଅଟେ। [୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Glycopyrrolate Monograph for Professionals". Drugs.com (in ଇଂରାଜୀ). Archived from the original on 16 July 2021. Retrieved 3 December 2021.
  2. ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 262. ISBN 978-0857114105.
  3. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  4. "Glycopyrrolate Prices, Coupons & Savings Tips - GoodRx". GoodRx. Retrieved 9 December 2021.