ବାହୁଡ଼ା ଦାସ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ
(ଗୋସ୍ଵାମୀ ବାହୁଡ଼ା ଦାସରୁ ଲେଉଟି ଆସିଛି)

ବାହୁଡ଼ା ଦାସ, ବାହୁଡ଼ା ଗୋସାଇଁ ନାମରେ ମଧ୍ୟ ଜଣା, (୧୭୫୦– ୧୮୪୨) ଜଣେ ଭାରତୀୟ ତନ୍ତ୍ର ସାଧକ ଥିଲେ । ତାଙ୍କ ରଚନାରେ ଭବିଷ୍ୟତ ଗଣନା ବଦଳରେ ରୋଗ ଭଲ କରିବା ଓ ଶରୀରଭେଦ ରଚନା ଦେଖିବାକୁ ମିଳେ ।

ବାହୁଡ଼ା ଦାସ
ଜନ୍ମ୧୭୫୦ Edit this on Wikidata
ଖନ୍ଦୋଳ Edit this on Wikidata
ମୃତ୍ୟୁ୧୮୪୨ Edit this on Wikidata (ବୟସ ୯୧–୯୨)
ଖମାର Edit this on Wikidata
ବୃତ୍ତିଲେଖକ, ବଇଦ Edit this on Wikidata

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବାହୁଡ଼ା ଦାସଙ୍କ ଜନ୍ମ ଆଧୁନିକ କଟକ ଜିଲ୍ଲା ଅନ୍ତର୍ଗତ ଖନ୍ଦୋଳ ଗାଁର ଏକ ଭୋଇ ପରିବାରରେ ୧୭୫୦ ମସିହା ବାହୁଡ଼ା ଦଶମୀରେ ହୋଇଥିଲା । ତାହା ଥିଲା ମୋଗଲ ଶାସନ ହଟିବା ଓ ଇଂରେଜ ଶାସନ ଆରମ୍ଭ କାଳ । ବାହୁଡ଼ାଙ୍କ ବାପାଙ୍କ ନାମ ଧର୍ମୁ କାଣ୍ଡି ଓ ମାଆଙ୍କ ନାମ ଗୁରୁବାରୀ । ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା କାଳରେ ସମ୍ଭବତଃ ଜନ୍ମ ପାଇଁ ତାଙ୍କ ତାଙ୍କ ବାପା ମା ତାଙ୍କ ନାମ "ବାହୁଡ଼ା" ଦେଇଥିଲେ ବୋଲି ଲେଖକ ବିଜୟ କୁମାର ମହାନ୍ତି ଉଲ୍ଲେଖ କରିଛନ୍ତି । ତାଙ୍କ ବାପାଙ୍କ ଦୀକ୍ଷାଗୁରୁ ଥିଲେ ମହିଧରପଡ଼ା ନିକଟ ଖଣ୍ଡାଗରର ଯୋଗୀ ଦାସ । ସର୍ପଦଂଶନର ଉପଚାର ଲାଗି ଧର୍ମୁ ଓ ଗୁରୁବାରୀ ପୁଅ ବାହୁଡ଼ାଙ୍କୁ ଯୋଗୀ ଦାସଙ୍କ ମଠକୁ ନେଇଥିଲେ ।[୧]

ଦୀକ୍ଷା ଓ ତନ୍ତ୍ରସାଧନା ସମ୍ପାଦନା

ଯୋଗୀ ଦାସ ବାହୁଡ଼ାଙ୍କୁ ଭେଟିବା ପରେ ତାଙ୍କୁ ଶିଷ୍ୟ କରିନେଇଥିଲେ ଓ ଦୀକ୍ଷା ପ୍ରଦାନ କରିଥିଲେ । ଯୋଗୀଙ୍କଠାରୁ ସେ ଅଷ୍ଟାଙ୍ଗ ଯୋଗ, ଷଡଚକ୍ର ସାଧନ, ଧ୍ୟାନ,ଲୟ, ତ୍ରାଟକ, ଆସନ, ମୁଦ୍ରା ଆଦି ଶିଖିଥିଲେ । ବାହୁଡ଼ା ଖଲୋର ଖମାରସ୍ଥିତ କୁଶକଣ୍ଟା ମଠରେ ରହି ତନ୍ତ୍ରସାଧନା କରୁଥିଲେ । ଏହି ମଠ ଭିଙ୍ଗାରପୁର ଚଉଧୁରୀ ଓ ଅରଡ଼ିଆପଦା ଜମିଦାର ଦେଇଥିବା ଜମିରେ ତିଆରି ହୋଇଥିଲା । ଯୋଗୀ ଦାସ ବହୁ ସମୟ ଆସି ଏଠାରେ ରହୁଥିଲେ ଓ ଏହି ମଠରେ ତାଙ୍କର ଦେହାନ୍ତ ଅନ୍ତେ ବାହୁଡ଼ା ଦାସ ସମାଧିଟିଏ ତିଆରି କରାଇଥିଲେ । ମଠରେ ଜାତିପ୍ରଥା ଓ ଭେଦଭାବର ପ୍ରଚଳନ ନଥିଲା ଓ ସେଠାରେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଆସୁଥିଲେ । ତାଙ୍କ ତନ୍ତ୍ରସାଧନା କାଳେ ଓଡ଼ିଶାରେ ଭକ୍ତି ଆନ୍ଦୋଳନର ବିକାଶଲାଭ କରିବା ଆରମ୍ଭ କରିଥିଲା ।[୧]

ସାହିତ୍ୟ ରଚନା ସମ୍ପାଦନା

ବାହୁଡ଼ା ଦାସ ଭୋଇ ବଂଶ ସଂହିତା ନାମକ ଏକ ଗ୍ରନ୍ଥ ରଚନା କରିଥିଲେ । ବୈଷ୍ଣବ ଚରଣ ସାମଲ ତାଙ୍କର ରଚନାବଳୀକୁ ଏକାଠି କରି ସନ୍ଥକବି ବାହୁଡ଼ା ଦାସ ରଚନାବଳୀ ନାମକ ଗ୍ରନ୍ଥ ପ୍ରକାଶ କରିଥିଲେ । ଖଞ୍ଜଣି ଭଞ୍ଜନ ଓ ଲୋକମୁଖରେ ଜଣା ଗୀତ "ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ, ମାରିବ ଶୂନ୍ୟ ଲହଡ଼ି ଥୟ ନୋହିବ ।" ତାଙ୍କର ପ୍ରମୁଖ ରଚନା ମଧ୍ୟରୁ ଅନ୍ୟତମ ।[୧]

ମୃତ୍ୟୁ ସମ୍ପାଦନା

୧୮୪୨ ମସିହା ଦେବଦୀପାବଳି ତିଥିରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ମହାନ୍ତି, ବିଜୟ କୁମାର (ମଇ ୨୦୧୯). "ମହାପୁରୁଷ ବାହୁଡ଼ା ଦାସ" (PDF). ରେବତୀ (ପତ୍ରିକା). Retrieved 2024-02-22.