ଗୋଲାପ ମଞ୍ଜରୀ କର

ଓଡ଼ିଆ ସାହିତ୍ୟିକା

ଗୋଲାପ ମଞ୍ଜରୀ କର (ଜନ୍ମ: ୧୯୪୯), ଜଣେ ଓଡ଼ିଆ କଥାଶିଳ୍ପୀ ।[୧] ତାଙ୍କର ୨ଟି ଉପନ୍ୟାସ ଓ ୬ଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ସେ ଲେଖିକା ସାହିତ୍ୟ ସଂସଦ ସହିତ ଜଡ଼ିତ ରହିଛନ୍ତି ।[୨]

ଗୋଲାପ ମଞ୍ଜରୀ କର
ଜନ୍ମ୧୯୪୯
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଶୈଳବାଳା ମହିଳା ମହାବିଦ୍ୟାଳୟ
ବୈବାହିକ-ସାଥୀସୁବାସ କର
ସମ୍ପର୍କୀୟମହେଶ (ଦିଅର)
ଦସ୍ତଖତ

ପିଲାଦିନରୁ ଗୋଲାପ ମଞ୍ଜରୀ ସାହିତ୍ୟ ସୃଜନରେ ବ୍ରତୀ ଥିଲେ । ନବମ ଶ୍ରେଣୀରେ ପଢ଼ିବାବେଳେ ସେ ନିଜର ପ୍ରଥମ ଉପନ୍ୟାସ ଲେଖିଥିଲେ । ୧୯୬୬ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟକୁ ପଢ଼ିବାକୁ ଆସିଥିଲେ । ସେଠାକାର ପରିବେଶ ତାଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରିଥିଲା ଓ ସେ ଅଧିକ ଲେଖାଲେଖି କରିଥିଲେ । ୧୯୯୮ ମସିହାରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ କେବେ କେବେ ଈଶ୍ୱର ପ୍ରକାଶିତ ହୋଇଥିଲା ।[୩]

ରଚନାବଳୀ ସମ୍ପାଦନା

  • କେବେ କେବେ ଇଶ୍ୱର - ୧୯୯୮
  • ଛାୟାବିମ୍ବ - ୨୦୦୨ (ଇଙ୍କ ଓଡ଼ିଶା)
  • ଏବଂ ଶୂନ୍ୟସେତୁ - ୨୦୦୦ (ଅପୂର୍ବା)
  • ତନ୍ମୟ କୃଷ୍ଣଚୂଡା - ୨୦୧୫ (ଡୁଡୁଲି ପ୍ରୋସେସ୍ ଏଣ୍ଡ୍ ଅଫସେଟ୍)[୪]
  • ଗୋଟିଏ ହତ୍ୟା ସମ୍ପର୍କରେ
  • ଅହିର ଭୈରବ
  • ମିଥୁନ ଲଗ୍ନ
  • ପ୍ରତିମୋକ୍ଷ[୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ସୁପ୍ରୀତିଦେବୀ ଗନ୍ତାୟତ ପୁରସ୍କାର, ୧୯୯୬ (ସୁଚରିତା ପତ୍ରିକାଦ୍ୱାରା ପ୍ରଦତ୍ତ)
  • ରାଜଧାନୀ ପୁସ୍ତକମେଳା ପୁରସ୍କାର, ୨୦୦୪ [୬]
  • ବିଣାପାଣୀ ମହାନ୍ତି କଥାସାହିତ୍ୟ ପୁରସ୍କାର, ୨୦୧୬ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ଦ୍ୱାରା ପ୍ରଦତ୍ତ)[୭]

ଆଧାର ସମ୍ପାଦନା

  1. "Honour for veteran writer". www.telegraphindia.com. Telegraph. Retrieved 15 May 2019.
  2. Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 233–. ISBN 978-1-77199-167-4.
  3. "ପ୍ରଥମ ବହି". No. ଧରିତ୍ରୀ ସାହିତ୍ୟାୟନ ମେ ୧୫-୨୮, ୨୦୧୯. Retrieved 15 May 2019.
  4. "National Library of India Online Cataloge". National Library of India. Retrieved 15 May 2019.
  5. "କଥା ଝରକା". କଥା ପତ୍ରିକା (ମାର୍ଚ୍ଚ ୨୦୨୦): ପୃଷ୍ଠା ୨୪. Retrieved 16 March 2020.
  6. "LIST OF AWARDS". Rajdhanibookfair. Archived from the original on 7 July 2022. Retrieved 16 May 2019.
  7. "Litterateur Ratnakar Chaini to get Sahitya Bharati Samman". The New Indian Express. Retrieved 15 May 2019.