କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଗୋବତ୍ସା ଦ୍ୱାଦଶୀ ଉତ୍ସବ ପାଳନ କରାଯାଇଥାଏ । ଏହିଦିନ ଗାଈ ଓ ବାଛୁରୀଙ୍କ ପୂଜା କରାଯାଇଥାଏ । ଏହି ବ୍ରତରେ ପ୍ରଦୋଷବ୍ୟାପିନୀ ତିଥି ଗ୍ରହଣ କରାଯାଇଥାଏ । ଘରେ ଗାଈ କିମ୍ବା ବାଛୁରୀ ନଥିଲେ ଏହିଦିନ ଓଦା ମାଟିରେ ଗାଈ ଏବଂ ବାଛୁରୀର ପ୍ରତିମା ଗଢ଼ି ପୂଜା କରିବାର ବିଧି ରହିଛି । ଏହିଦିନ ଗୋଦୁଗ୍ଧରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ସେବନ ବର୍ଜିତ ।

କିମ୍ବଦନ୍ତୀ ସମ୍ପାଦନା

ଏକ ପୌରାଣିକ ଆଖ୍ୟାନ ରହିଛି ଅନୁସାରେ ରାଜା ଉତ୍ତାନପାଦ ପୃଥିବୀରେ ପ୍ରଥମେ ଗୋବତ୍ସା ଦ୍ୱାଦଶୀ ବ୍ରତ ଆରମ୍ଭ କରିଥିଲେ । ତାଙ୍କ ପତ୍ନୀ ସୁନୀତି ଏହି ବ୍ରତ କରିଥିଲେ । ଏହି ବ୍ରତ ପ୍ରଭାବରୁ ତାଙ୍କ କୋଳରୁ ଧ୍ରୁବ ଜନ୍ମ ନେଇଥିଲେ । ନିଃସନ୍ତାନ ଦମ୍ପତି ଏହି ବ୍ରତ କରିବା ଉଚିତ୍‌ । ଏହାଦ୍ୱାରା ସନ୍ତାନ ସୁଖ ମିଳିଥାଏ । ଏହିଦିନ ଗୋମାତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରି ତାଙ୍କର ପୂଜା କରାଯାଇଥାଏ । ଏହି ତିଥିରେ ଗୋପୂଜା କରୁଥିବା ବ୍ୟକ୍ତି ଭଗବାନ୍‌ ବିଷ୍ଣୁଙ୍କ ଆଶୀର୍ବାଦ ଲାଭ କରିଥାଏ ।

ପୂଜାବିଧି ସମ୍ପାଦନା

ଏହିଦିନ ଗାଈ ଓ ବାଛୁରୀକୁ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଇ ଦିଆଯାଏ । ଏହାପରେ ଫୁଲ, ଧୂପ, ଦୀପ ଏବଂ ଚନ୍ଦନ ଆଦିର ତିଳକ ଦେଇ ଗୋମାତାଙ୍କୁ ପୂଜା କରାଯାଏ । ଗୋମାତାଙ୍କ ଆରତୀ କରିବା ପରେ ତାଙ୍କୁ ଉତ୍ତମ ଭୋଜନ କରାଯାଏ । ଦିନରେ ଉପବାସ ରହିବା ପରେ ରାତ୍ରିର ବ୍ରତ ସମ୍ପନ୍ନ କରି ଭୋଜନ କରାଯାଏ । [୧]

ଆଧାର ସମ୍ପାଦନା

  1. ଦିନଲିପି, ପୃଷ୍ଠା-୨, ୨୫.୧୦.୨୦୧୬