ଗୋପୀନାଥ ବର୍ଦ୍ଦୋଳି
ଗୋପୀନାଥ ବର୍ଦ୍ଦୋଳି (୧୮୯୦–୧୯୫୦) ଥିଲେ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ । ଭାରତର ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ରାଜତ୍ୱ ଭାରତରେ ଆସାମର ମୁଖମନ୍ତ୍ରୀ ରହିଥିବା ଏହି ନେତା ଜଣକ ଥିଲେ ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ।[୧] ସେ ଗାନ୍ଧୀଙ୍କ ଅହିଂସା ନୀତିର ଜଣେ ପ୍ରମୁଖ ସମର୍ଥକ ଥିଲେ ଏବଂ ଏହାକୁ ଏକ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରିଥିଲେ । ତାଙ୍କ ନିଃସ୍ୱାର୍ଥପର ସେବା ଯୋଗୁଁ ଆସାମର ତତ୍କାଳୀନ ରାଜ୍ୟପାଳ ଜୟରାମ ଦାସ ଦଉଲତରାମ ତାଙ୍କୁ "ଲୋକପ୍ରିୟ" ଉପାଦ୍ଧିରେ ସମ୍ମାନିତ କରିଥିଲେ ।
ବାଲ୍ୟ ଜୀବନ ଓ ଶିକ୍ଷା
ସମ୍ପାଦନାଗୋପୀନାଥ ବର୍ଦ୍ଦୋଳି ଆସାମର ରାହାଠାରେ ୧୦ ଜୁନ ୧୮୯୦ରେ ଜନ୍ମ ଗ୍ରହଣ କରିଥିଲେ । ବାପା ଥିଲେ ବୁଦ୍ଧେଶ୍ୱର ବର୍ଦ୍ଦୋଳି ଏବଂ ମାଆ ପ୍ରାଣେଶ୍ୱରୀ ବର୍ଦ୍ଦୋଳି । ମାତ୍ର ୧୨ ବର୍ଷ ବୟସରେ ତାଙ୍କର ମାତୃ ବିୟୋଗ ଘଟିଲା । ୧୯୦୭ ମସିହାରେ ମାଟ୍ରିକ ପାସ କରିସାରି ସେ ଉଚ୍ଚଶିକ୍ଷା ନିମିତ୍ତ କଟନ ମହାବିଦ୍ୟାଳୟରେ ଦାଖଲ ହେଲେ । ୧୯୦୯ ମସିହାରେ ଇଣ୍ଟରମିଡିୟଟ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ କରି କଲିକତାର ପ୍ରଖ୍ୟାତ ସ୍କଟିସ ଚର୍ଚ୍ଚ କଲେଜରେ ପଢ଼ିଲେ ଏବଂ ସେଠାରୁ ୧୯୧୧ ମସିହାରେ ସ୍ନାତକ ଡିଗ୍ରୀ ହାସଲ କଲେ । ତାପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ୱାତକୋତ୍ତର (କଳା) ଶିକ୍ଷା ୧୯୧୪ରେ ସମାପ୍ତ କରି ତିନି ବର୍ଷ ପାଇଁ ଆଇନ ଶିକ୍ଷା ଗ୍ରହଣ କଲେ । ହେଲେ ଆଇନ ଶିକ୍ଷାର ଶେଷ ପରୀକ୍ଷାରେ ନ ବସି ସେ ଗୁଆହାଟୀ ଫେରିଆସିଲେ । ତାପରେ ସେ ତରୁଣ ରାମ ଫୁକନଙ୍କ ଅନୁରୋଧ କ୍ରମେ ସୋନାରାମ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଏକ ଅସ୍ଥାୟୀ ଚାକିରି କଲେ । ସେହି ସମୟରେ ସେ ଆଇନ ପରୀକ୍ଷା ଦେଇ ପାସ କଲେ ଏବଂ ଗୁଆହାଟୀରେ ଓକିଲାତି ଆରମ୍ଭ କଲେ ।
ରାଜନୀତି ଓ ସ୍ୱାଧୀନତା ସଂଗ୍ରାମ
ସମ୍ପାଦନାପରାଧୀନ ଭାରତରେ ଆସାମ ଆସୋସିଏସନ ଥିଲା ଆସାମର ଏକମାତ୍ର ରାଜନୈତିକ ସଂଗଠନ । ତେବେ ୧୯୨୨ରେ ଭାରତୀୟ ଜାତୀୟ କଂଗ୍ରେସର ଏକ ଶାଖାଭାବେ ଆସାମ କଂଗ୍ରେସ ଗଠନ ହେଲା । ଗୋପୀନାଥ ବର୍ଦ୍ଦୋଳି ସେହି ବର୍ଷ ଭାରତୀୟ ଜାତୀୟ କଂଗ୍ରେସର ଏକ ସ୍ୱେଚ୍ଛାସେବୀଭାବେ ଯୋଗ ଦେଇ ଏବଂ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ନେଇ ତାଙ୍କ ରାଜନୈତିକ ଜୀବନର ଅୟମାରମ୍ଭ କଲେ । ସେ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଏକ ବର୍ଷ ପାଇଁ ଜେଲ ଯାଇଥିଲେ । ଚୌରୀ ଚଉରା ହତ୍ୟାକାଣ୍ଡ ପରେ ଅସହଯୋଗ ଆନ୍ଦୋଳନ ବନ୍ଦ ଘୋଷଣା ହେଲା ଏବଂ ଫଳରେ ସେ ଫେରିଆସି ଓକିଲାତି ଆରମ୍ଭ କଲେ । ୧୯୩୦ରୁ ୧୯୩୩ ଯାଏଁ ସେ ନିଜକୁ ସମସ୍ତ ରାଜନୈତିକ କାର୍ଯ୍ୟକଳାପରୁ ଦୁରେଇ ରଖିଲେ । ଏହାପରେ ଗୁଆହାଟି ମୁନିସିପାଲ ବୋର୍ଡ ଓ ଲୋକାଲ ବୋର୍ଡର ସଦସ୍ୟ ହେବାପରେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କଲେ । ଏହା ବାଦ ସେ ଆସାମ ପାଇଁ ଏକ ଅଲଗା ବିଶ୍ୱବିଦ୍ୟାଳୟ ଏବଂ ଅଲଗା ଉଚ୍ଚ ନ୍ୟାୟାଳୟର ଦାବୀ କରିଆସୁଥିଲେ ।
ମୁଖ୍ୟମନ୍ତ୍ରୀ ଭାବେ
ସମ୍ପାଦନାଭାରତ ସ୍ୱାଧୀନତା ପାଇବା ପରେ ଗୋପୀନାଥ ବର୍ଦ୍ଦୋଳି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହ ମିଶି ଗୋଟିଅ ପଟେ ଚୀନା ଏବଂ ଅନ୍ୟ ପଟେ ପାକିସ୍ଥାନ ହାତରୁ ଆସାମର ସଂପ୍ରଭୁତା ସୁରକ୍ଷିତ କରିବା ଦିଗରେ କାର୍ଯ୍ୟ କଲେ । ଭାରତ ବିଭାଜନ ପରେ ପାକିସ୍ଥାନରୁ ପୂର୍ବ ପାକିସ୍ଥାନକୁ ପଳାୟନ କରୁଥିବା ଶରଣାର୍ଥୀମାନଙ୍କର ପୁନର୍ବାସ ପାଇଁ କାର୍ଯ୍ୟ କଲେ । ସ୍ୱାଧୀନୋତ୍ତର ଭାରତରେ ସାଂପ୍ରଦାୟୀକ ସଦଭାବ ରକ୍ଷାପାଇଁ ସେ ନିରବଚ୍ଛିନ୍ନ ଉଦ୍ୟମ କରିଆସୁଥିଲେ । ହୌହାଟୀ ବିଶ୍ୱବିଦ୍ୟାଳୟ, ଆସାମ ଉଚ୍ଚ ନ୍ୟାୟାଳୟ, ଆସାମ ଭେଷଜ ମହାବିଦ୍ୟାଳୟ ତଥା ଆସାମ ପ୍ରାଣୀଧନ ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ଉଦ୍ୟମ ପ୍ରସଂଶନୀୟ । ସେ ଜଣେ ପ୍ରତିଭାବାନ ଲେଖକ । ଜେଲରେ ଥିବାବେଳେ ସେ ଲେଖିଥିବା ବହିଗୁଡିକ ମଧ୍ୟରେ ଅନାଶକ୍ତିଯୋଗ, ଶ୍ରୀରାମଚନ୍ଦ୍ର, ହଜରତ ମହମ୍ମଦ ଏବଂ ବୁଦ୍ଧଦେବ ଅନ୍ୟତମ । ସାରାଜୀବନ ସେ ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଏକ ସରଳ ଜୀବନ ଯାପନ କରୁଥିବା ଏହି ମହାନ ବ୍ୟକ୍ତିତ୍ୱ ୫ ଅଗଷ୍ଟ ୧୯୫୦ ଦିନ ମୃତ୍ୟୁବରଣ କଲେ ।
୧୯୯୯ ମସିହାରେ ଗୋପୀନାଥ ବର୍ଦ୍ଦୋଳିଙ୍କୁ ମରଣୋତ୍ତର ଭାବେ ଭାରତ ରାତ୍ନ ଉପାଦ୍ଧିରେ ସମ୍ମାନିତ କରାଯାଇଛି ।[୨] ତାଙ୍କ ସମ୍ମାନାର୍ଥେ ଭାରତର ପାର୍ଲିଆମେଣ୍ଟରେ ତାଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ୧ ଅକ୍ଟୋବର ୨୦୦୨ ଦିନ ତତକାଳୀନ ପ୍ରଧାନମନ୍ତ୍ରୀ ଅବଦୁଅ କାଲାମଙ୍କ ଦ୍ୱାର ଅନାବରଣ କରାଯାଇଛି ।[୩] [୪][୫]
ଆଧାର
ସମ୍ପାଦନା- ↑ "Who is Gopinath Bordoloi? Everything You Need to Know". www.thefamouspeople.com. Retrieved 20 August 2018.
- ↑ "Wayback Machine" (PDF). www.web.archieve.org. 10 April 2009. Archived from the original on 10 April 2009. Retrieved 20 August 2018.
{{cite web}}
: CS1 maint: bot: original URL status unknown (link) - ↑ "Padma Awards Directory (1954–2007)" (PDF). Ministry of Home Affairs. Archived from the original (PDF) on 10 ଅପ୍ରେଲ 2009. Retrieved 20 ଅଗଷ୍ଟ 2018.
- ↑ "President unveils statues of eminent leaders". The Hindu. 1 October 2002.
- ↑ "PARLIAMENT HOUSE ESTATE".
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |