ଗୋଟୋ (ଅନ୍ୟ ନାମ:ଆରୋଜ କାଲ୍ଡୋ କନ ଗୋଟୋ, ଆରୋଜ କନ ଗୋଟୋ, ଆରୋଜ ଗୋଟୋ, ଗୋଟୋ ଆରୋଜ କାଲ୍ଡୋ) ଏକ ଫିଲିପାଇନ୍ସ ଖାଦ୍ୟ ଯାହାକୁ, ଭାତ, ଗୋମାଂସ, ଅଦା, ରସୁଣ,ସ୍କାଲିଅନ୍, ଗୋଲମରିଚ ଏବଂ ଚିଚାରନ ସହିତ ପ୍ରସ୍ତୁତ କରାଯାଏ । ଏହାକୁ ସାଧାରଣତଃ କଞ୍ଚା କମଳା, ସୋୟା ସସ୍ ଏବଂ ଏକ ସିଝା ଅଣ୍ଡା ସହିତ ପରିବେଷଣ କରାଯାଏ ।

ଗୋଟୋ
ଲୁନା, ଅପାୟୋରୁ 'ଗୋଟୋ'
ଅନ୍ୟ ନାମଆରୋଜ କାଲ୍ଡୋ କନ ଗୋଟୋ, ଆରୋଜ କନ ଗୋଟୋ, ଆରୋଜ ଗୋଟୋ, ଗୋଟୋ ଆରୋଜ କାଲ୍ଡୋ
ପରଷାମୁଖ୍ୟ ଖାଦ୍ୟ
ମୂଳ ସ୍ଥାନଫିଲିପାଇନ୍ସ
ଅଞ୍ଚଳ ବା ରାଜ୍ୟଲୁଜୋନ
ପରଷିବା ଉତ୍ତାପଗରମ
ମୁଖ୍ୟ ଉପାଦାନଜାଉ ଭାତ, ଅଦା, ଗାଈ ମାଂସ, ରସୁଣ, ସ୍କାଲିଅନ୍, ଗୋଲମରିଚ, ଚିଚାରନ
ଏକା ଧରଣର ଖାଦ୍ୟ"ଆରୋଜ କାଲ୍ଡୋ", "ପୋସ୍ପାସ୍", "ଲୁଗାଓ", "କୋଙ୍ଗି"

ଶବ୍ଦର ବ୍ୟୁତ୍ପତ୍ତି

ସମ୍ପାଦନା

ଏହି ବ୍ୟଞ୍ଜନର ମୂଳ ନାମ ହେଉଛି ଆରୋଜ କାଲ୍ଡୋ କନ ଗୋଟୋଆରୋଜ କନ ଗୋଟୋ, ଯାହା ସ୍ପେନୀୟ ଆରୋଜ ("ଭାତ") ଏବଂ କାଲ୍ଡୋ ("ସୁପ୍") ଏବଂ ଟାଗଲଗ୍ ଗୋଟୋ ("ଟ୍ରାଇପ୍") ରୁ ଉତ୍ପନ୍ନ ହୋଇଛି ।[] ଟାଗଲଗ୍ ଗୋଟୋ, ମୁଖ୍ୟତଃ ହୋକ୍କିଏନରୁ ରୁ ଉତ୍ପନ୍ନ ହୋଇଛି ।牛肚 (gû-tǒ͘, "ox tripe").[]

ବର୍ଣ୍ଣନା

ସମ୍ପାଦନା

ଗୋଟୋରେ ସାଧାରଣତଃ ଗ୍ଲୁଟିନସ୍ ଚାଉଳ (ମାଲଗକିଟ)ର ବ୍ୟବହାର କରାଯାଏ, କିନ୍ତୁ ଏହାକୁ ମଧ୍ୟ ସାଧାରଣ ଚାଉଳକୁ ଅଧିକ ପାଣିରେ ଫୁଟାଇ ପ୍ରସ୍ତୁତ କରାଯାଇପାରେ । ଏହାକୁ ଆରୋଜ କାଲ୍ଡୋ ପରି ପ୍ରାୟ ସମାନ ଭାବରେ ପ୍ରସ୍ତୁତ କରାଯାଏ । ଚାଉଳକୁ ଅଦା ପକାଯାଇଥିବା ପାଣିରେ ରାନ୍ଧାଯାଏ, ତା’ପରେ ଭଜା ରସୁଣ, କଞ୍ଚାଲଙ୍କା, ଗୋଲମରିଚ ଗୁଣ୍ଡ ଏବଂ ଚିଚାରନ ସହିତ ସଜାଯାଏ । ଏହି ବ୍ୟଞ୍ଜନଟିକୁ ଅତି ନରମ ହେବା ପର୍ଯ୍ୟନ୍ତ ଭଲଭାବେ ରନ୍ଧାଯାଏ । ପରେ ଏହାକୁ ଏକ ସିଝା ଅଣ୍ଡା ସହିତ ପାତ୍ରରେ ଗରମ ପରୋଷା ଯାଏ ।[][][] ଏଥିରେ ଗାଈ ମାଂସ ସମେତ ଘୁଷୁରୀ ମାଂସର ମଧ୍ୟ ପ୍ରୟୋଗ କରାଯାଏ ।[]

  1. Edgie Polistico (2017). Philippine Food, Cooking, & Dining Dictionary. Anvil Publishing, Incorporated. ISBN 9786214200870.[permanent dead link]
  2. Chan-Yap, Gloria (1980). "Hokkien Chinese borrowings in Tagalog" (PDF). Pacific Linguistics. Canberra, A.C.T. 2600.: The Australian National University. B (71).{{cite journal}}: CS1 maint: location (link)
  3. "Goto". Kawaling Pinoy. Retrieved December 6, 2018.
  4. "Goto Arroz Caldo (Beef Tripe Rice Soup)". Panlasang Pinoy. March 4, 2018. Retrieved December 8, 2018.
  5. "Goto Arroz Caldo (Beef Tripe Rice Porridge)". Foodipino. Retrieved December 8, 2018.
  6. Merano, Vanjo (July 17, 2014). "Special Goto Recipe". Panlasang Pinoy. Retrieved December 8, 2018.