ଗେଫିଟିନିବ
ଗେଫିଟିନିବ, ଏକ ବେପାର ନାମ ଇରେସା, ହେଉଛି ଏକ ଔଷଧ ଯାହା ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ନିର୍ଦ୍ଦିଷ୍ଟ ଭାବରେ ଏହା ସେହି କ୍ଷେତ୍ରରେ ବ୍ୟବହୃତ ହୁଏ ଯେଉଁଥିରେ ଏପିଡର୍ମାଲ ବୃଦ୍ଧି ଫ୍ୟାକ୍ଟର ରିସେପ୍ଟରର କିଛି ପରିବର୍ତ୍ତନ ବା ମ୍ୟୁଟେସନ ହୋଇଥାଏ ।[୨] ଏହା ପାଟିରେ ଦିଆଯାଏ | [୧]
Clinical data | |
---|---|
Pronunciation | /ɡɛˈfɪtɪnɪb/ |
Trade names | Iressa, others |
Other names | ZD1839 |
AHFS/Drugs.com | Monograph |
MedlinePlus | a607002 |
License data |
|
Pregnancy </nowiki> </nowiki>category |
|
Routes of </nowiki> </nowiki>administration |
By mouth |
Drug class | Tyrosine kinase inhibitor (EGFR inhibitor) |
Legal status | |
Legal status |
|
Pharmacokinetic data | |
Bioavailability | 59% (by mouth) |
Protein binding | 90% |
Metabolism | Liver (mainly CYP3A4) |
Elimination half-life</nowiki> | 6–49 hours |
Excretion | Feces |
Identifiers | |
IUPAC name
| |
Chemical and physical data | |
Formula | C22H24ClFN4O3 |
Molar mass | 446.91 g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାଶ, ତରଳ ଝାଡ଼ା, ବାନ୍ତି, ଅଇ, ଜ୍ୱର, ପାଟି ପ୍ରଦାହ, ଆଖି ସମସ୍ୟା, ଯକୃତ ସମସ୍ୟା ଏବଂ ବୃକ୍କ ସମସ୍ୟା ଦେଖାଯାଏ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇଣ୍ଟରସ୍ଟିସିଆଲ ଫୁସଫୁସ ରୋଗ ଏବଂ ବନ୍ଧ୍ୟାକରଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । [୧] ଏହା ଏକ ଟାଇରୋସିନ କାଇନେଜ ଇନହିବିଟର ଏବଂ ଇଜିଏଫଆର/EGFR ଇନହିବିଟର ।[୧]
ଆମେରିକାରେ ୨୦୦୩ ମସିହାରେ ଏବଂ ୨୦୦୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗେଫିଟିନିବ ଅନୁମୋଦିତ ହୋଇଥିଲା
।[୧][୩] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଚିଠାରେ ଏହି ଔଷଧ ସ୍ଥାନ ପାଇଛି ଓ ଏହା ଏର୍ଲୋଟିନିବ ବଦଳରେ ବ୍ୟବହୃତ ହୋଇପାରେ ।[୪] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ।[୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହି ଔଷଧର ଏକ ମାସ ପାଇଁ ଖର୍ଚ୍ଚ ପ୍ରାୟ ୨,୨୦୦ ପାଉଣ୍ଡ ଅଟେ ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୮,୧୦୦ ଡଲାର ଅଟେ ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Gefitinib Monograph for Professionals". Drugs.com. Archived from the original on 5 November 2021. Retrieved 3 December 2021.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1027. ISBN 978-0857114105.
- ↑ "Iressa". Archived from the original on 5 November 2021. Retrieved 3 December 2021.
- ↑ World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
- ↑ "Iressa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 May 2016. Retrieved 3 December 2021.