ଗୁରଦାସ ମାନ

ପଞ୍ଜାବୀ ଅଭିନେତା, ଗାୟକ

ଗୁରଦାସ ମାନ ପଞ୍ଜାବର ପ୍ରମୁଖ ଲୋକ ଗାୟକ ଅଭିନେତା । ତାଙ୍କୁ ପଞ୍ଜାବର ଗାୟକ ସମ୍ରାଟ କୁହାଯାଏ । [୧]

ଗୁରଦାସ ମାନ
Background information
Also known as"ମର ଜାଣା" ମାନପନପସ
ଜନ୍ମ (1957-01-04) ୪ ଜାନୁଆରୀ ୧୯୫୭ (ବୟସ ୬୭)
ପଞ୍ଜାବ, ଭାରତ
ପେଷାଗାୟକ, ଅଭିନେତା, ସଂଗୀତ ନିର୍ମାତା
କାର୍ଯ୍ୟକାଳ1980-ବର୍ତ୍ତମାନ
ୱେବସାଇଟ[୧], [୨]

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଗୁରଦାସ ମାନଙ୍କ ଜନ୍ମ ୪ ଜାନୁଆରୀ ୧୯୫୭ ମସିହାରେ ପଞ୍ଜାବର "ମୁକ୍ତସର" ଜିଲ୍ଲାସ୍ଥିତ ଗିଦ୍ଦରବାହା ନାମକ ଅଞ୍ଚଳରେ ହୋଇଥିଲା । ପ୍ରାରମ୍ଭିକ ଶିକ୍ଷା "ମଲୋଟ"ରେ ହୋଇଥିଲା ତଥା ଉଚ୍ଚ ଶିକ୍ଷା ପାଇଁ ପଟିଆଲା ଚାଲିଆସିଲେ । 'ପଟିୟାଲା'ର ନ୍ୟାସନାଲ ଇଂଷ୍ଟିଚିୟୁଟ ଅଫ ସ୍ପୋର୍ଟସ୍ (ଏନ. ଆଇ. ଏସ)ରେ ଡିଗ୍ରୀ ନେଇଥିଲେ ।

ଦିନେ ଜାନୁଆରୀ ୨୦୨୧ ମସିହାରେ ରୋପଡ ପାଖେ ତଥା ଜାନୁଆରୀ ୨୦୦୭ ମସିହାରେ ହରିୟାଣାର "କରନାଲ" ଜିଲ୍ଲାର "ବସ୍ତାର" ଗ୍ରାମ ନିକଟରେ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିରେ ସେ ଆହତ ମଧ୍ୟ ହୋଇଥିଲେ । [୨]

ପୁରସ୍କାର ଏବଂ ସମ୍ମାନ ସମ୍ପାଦନା

  • ସେପ୍ଟେମ୍ବର ମାସ ୨୦୧୦ ମସିହାରେ ବ୍ରିଟେନରେ ପଞ୍ଜାବୀ ଗାୟକ ଗୁରଦାସ ମାନଙ୍କୁ ବିଶ୍ୱ ସଙ୍ଗୀତରେ ଡକ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା । [୩]
  • ୧୪ ସେପ୍ଟେମ୍ବର ୨୦୧୨ ମସିହାରେ ତାଙ୍କୁ ପଞ୍ଜାବ ୟୁନିଭର୍ସିଟୀ ପଟିୟାଲାର ୩୬ତମ ଦୀକ୍ଷାନ୍ତ ସମାରୋହରେ ରାଜ୍ୟପାଳ ଡକ୍ଟର ଅଫ ଲିଟରେଚର ଉପାଧିରେ ସମ୍ମାନିତ କରିଥିଲେ ।[୪]
  • ଫିଲ୍ମ "ଦେଶ ହୋ ୟା ପ୍ରଦେଶ" (2004)ରେ ନିଜ ଚରିତ୍ର ଚିତ୍ରଣ ପାଇଁ ମୁଖ୍ୟ ଅଭିନେତା ଗୁରଦାସଙ୍କୁ ରାଷ୍ଟ୍ରପତିଙ୍କ ରାଷ୍ଟ୍ରୀୟ ପୁରସ୍କାର ଏବଂ ସର୍ବଶ୍ରେଷ୍ଠ ଅଭିନେତା ବିଶେଷ ଜୁରୀ ପୁରସ୍କାରରେ ସମ୍ମାନିତ କରାଗଲା ।
  • ହିର୍ଙ୍କୁ ନିଜ ଗାୟନ ମାଧ୍ୟମରେ ସମ୍ପୂର୍ଣ୍ଣ କଥାର ନିର୍ମାଣ ପାଇଁ ଫିଲ୍ମ ବାରିଷ ଶାହ-ଇସ୍କ ଦା ବାରିଷ (2006) ପାଇଁ ସର୍ବ ଶ୍ରେଷ୍ଠ ପୁରୁଷ ପାର୍ଶ୍ୱ ଗାୟକର ପୁରସ୍କାର ମଧ୍ୟ ଗୁରଦାସ ମାନଙ୍କୁ ଦିଆଗଲା ।
  • ଫିଲ୍ମ ବାରିଷ ଶାହ-ଇସ୍କ ଦା ବାରିଷ (2006) ପାଇଁ ବର୍ଲିନ ଏସିଆ ଫିଲ୍ମ ମହୋତ୍ସବରେ ଗୁରଦାସଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ରୂପେ ପୁରସ୍କାର ମିଳିଥିଲା ।
  • ଆଲବମ ବୁଟପଲିସ୍ ପାଇଁ ବ୍ରିଟେନ ଏସୀୟାଇ ସଙ୍ଗୀତରେ ସର୍ବଶ୍ରେଷ୍ଠ ଅନ୍ତଃ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଗଲା ।
  • ସୁଖମନୀ - ହୋପ୍ ଫାର ଲାଇଫ (2011) ପାଇଁ ସର୍ବ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)ର ପୀଟୀସି ଫିଲ୍ମ ଆୱାର୍ଡ ମିଳିଥିଲା ।

କ୍ୟାରିଅର ସମ୍ପାଦନା

ଗୁରଦାସ ମାନ ଜାଗରଣ ପ୍ରକାଶନ ଲିମିଟେଡ଼ରେ ପଞ୍ଜାବୀ ଭାଷାର ସମାଚାର ପତ୍ର ପଞ୍ଜାବୀ ଜାଗରଣର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ଅଟନ୍ତି ।[୫]

ନୂଆ ଆଲବମ-ରୋଟୀ ସମ୍ପାଦନା

1 ଅଗଷ୍ଟ 2013 ମସିହାରେ ଚଣ୍ଡୀଗଡ଼଼ରେ ସେ ନିଜ ନୂଆ ପଞ୍ଜାବୀ ଆଲବମ "ରୋଟୀ" ରିଲିଜ କରିବାକୁ ପହଞ୍ଚିଲେ । ତାଙ୍କୁ ପଚରା ଯାଇଥିଲା କି, ଏହି ଆଲବମରେ କେଉଁ ଗୀତ ସବୁଠାରୁ ବେଶୀ ଭଲ ଲାଗେ; ସେ କହିଥିଲେ - ମୋର ଏହି ମ୍ୟୁଜିକ ଆଲବମରେ ଆଠଟି ଗୀତ ମୋର ଗେହ୍ଲା ପିଲାମାନଙ୍କ ପରି ଅଟେ । ଯେପରି ଜଣେ ମା'କୁ ନିଜର ସମସ୍ତ ପିଲା ଭଲ ଲାଗନ୍ତି, ସେହିପରି ମୋତେ ଏହି ସବୁ ଗୀତ ଭଲ ଲାଗେ ।[୬]

ଅତି ଶିଘ୍ର ସେ ଏକ ପଞ୍ଜାବୀ ଫିଲ୍ମ ପଞ୍ଜାବେୟ ଜୁବାନେ କରିବାକୁ ଯାଉଛନ୍ତି, ଯେପରି ତାଙ୍କ ସ୍ତ୍ରୀ "ମନଜିତ୍ ମାନ" ଡାଇରେକ୍ଟର କରିବେ । ଏହି ଫିଲ୍ମର ଶୁଟିଂ ପରବର୍ଷ ଜୁନ ବେଳକୁ ଆରମ୍ଭ ହୋଇଯିବ ।[୭]


 
ଗୁରଦାସ ମାନଙ୍କ ଜଣେ ପ୍ରଶଂସକଙ୍କ ଢ଼ାବା, ରାଷ୍ଟ୍ରୀୟ ରାଜମାର୍ଗ ୨୨ରେ, ଚଣ୍ଡୀଗଡ଼ ନିକଟ । ଏଥିରେ ଗୁରଦାସଙ୍କ ପ୍ରସିଦ୍ଧି ଅନୁମାନ ଲଗାଯାଇ ପାରେ ।

ବ୍ୟକ୍ତିତ୍ୱ ସମ୍ପାଦନା

ପଞ୍ଜାବୀ ଗାୟକର ସବୁଠାରୁ ବଡ଼ ଷ୍ଟାର ହେବା ପରେ ମଧ୍ୟ ଅହଂ ଭାବ ତାଙ୍କୁ ଛୁଇଁ ପାରିନାହିଁ । ଛୋଟ ଛୋଟ ଗ୍ରାମର ଧାର୍ମିକ ଅନୁଷ୍ଠାନ ଏବଂ ମେଳାକୁ ପ୍ରାୟତଃ ଯାଇଥାନ୍ତି ।[୮],[୯] ସେ ନକୋଦରସ୍ଥିତ ଡୋରା ବାବା ମୁରାଦ ଶାହା ଟ୍ରଷ୍ଟର ଚେୟାରମ୍ୟାନ ମଧ୍ୟ ଥିଲେ । ଏହି ଟ୍ରଷ୍ଟ ତରଫରୁ ଉତ୍ତରାଖଣ୍ଡରେ ଜୁନ 2013 ମସିହାରେ ଆସିଥିବା ଭୂମିକମ୍ପ ପାଇଁ ପ୍ରଧାନମନ୍ତ୍ରୀ ରାହତ କୋଷରେ ସେ 11,00000/- ଟଙ୍କା ଦାନ ଦେଇଥିଲେ । [୧୦]

9 ଜାନୁଆରୀ 2001 ମସିହାରେ ରୋପଡ଼ ପାଖେ ଏକ ଭୟାନକ ଦୁର୍ଘଟଣାରେ ମାନ ବଞ୍ଚିଗଲେ କିନ୍ତୁ ତାଙ୍କ ଡ୍ରାଇଭର "ତେଜ ପାଲ"ର ମୃତ୍ୟୁ ହୋଇଗଲା । ସେ ତାଙ୍କୁ ନିଜର ବହୁ ଭଲ ସାଙ୍ଗ ମଧ୍ୟ ମାନୁଥିଲେ , ତାଙ୍କୁ ସମର୍ପଣ କରି ମାନ ଏକ ଗୀତ ଲେଖିଥିଲେ ଏବଂ ଗାଇଥିଲେ - ବେଠୀ ସାଡ଼େ ନାଲ ସବାରୀ ଉତର ଗୟୀ

ମାନଙ୍କ ବ୍ୟକ୍ତିତ୍ୱର ଅନୁମାନ ଏହି ଘଟଣାରୁ ଲଗା ଯାଇପାରେ । ମ୍ୟୁଜିକ ଆଲବମ "ରୋଟି" ରିଲିଜର ପର ମ୍ୟୁଜିକ ଭିଡିଓ ଡାଇରେକ୍ଟର - ମ୍ୟୁଜିକ ଡାଇରେକ୍ଟର "ଜତିନ୍ଦର ଶାହା"ଙ୍କ ସହ ଗୁରଦାସ ମାନଙ୍କ ଅନୁଭବ ବିଷୟରେ ପଚରା ଗଲା ବେଳେ ସେଠାରେ ଏତେ ଭାବ ପ୍ରବଣ ହୋଇଗଲେ ଯେ ତାଙ୍କ ଆଖି ଭରିଗଲା ଏବଂ ସେ ଚୁପ ହୋଇଗଲେ । ସେହି ସମୟରେ ଗୁରଦାସ ମାନ ନିଜ ଆସନରୁ ଉଠି ଆସିଲେ ଏବଂ ଜତିନ୍ଦରଙ୍କୁ ଜୋରରେ ଆଲିଙ୍ଗନ କଲେ । [୧୧]

ଆଲବମର ସୂଚୀ ସମ୍ପାଦନା

ବର୍ଷ ଆଲବମ
2013 ରୋଟି (Sai Productions/Speed Records)
2011 ଯୋଗିୟା (Sai Productions/T-Series/UK BOX OFFICE)
2008 ବୁଟ ପଲିସ୍ (Sai Creations/UK BOX OFFICE)
2005 ବିଲାୟତାଂ (T-Series/MovieBox)
2004 ହୀର Heer (T-Series)
2003 ପଂଜୀରୀ Punjeeri (T-Series/MovieBox/Music Waves)
2001 ପ୍ୟାର୍ କର ଲେ (Tips)
1999 ଯାଦୁଗରିୟା (Venus)
1998 ଦିଲ ହୋଣା ଚାହିଦା ଜବାନ (Venus)
1997 ୟାର ମେରା ପ୍ୟାର୍ (T-Series)
1996 ଚକ ଲୋ ଚକ ଲୋ (T-Series)
1995 ଇସ୍କ ନା ଦେଖେ ଜାତ
1994 ଆଜା ସଜନା
1994 ଇସ୍କ ଦ ଗିଦ୍ଦା (Tips)
1993 ଘର ଭୁଲ ଗୀ ମୋଡ଼ ତେ ଆକେ (Catrack)
1993 ଠନ ଠନ ଗୋପାଳ (Catrack)
1993 ଅକଡ଼଼ ଆ ହି ଜାନ୍ଦି ଏ / ଲଡ଼ ଗୟା ପେଚା (Music Bank)
1991 ଦିଲ ଦା ବାଦଶାହା
1990 ମୋହବ୍ୱତ୍ ଜିନ୍ଦାବାଦ
1989 ଅଖିୟାଁ ଉଡିକ ଦିୟାଁ
1988* ରାତ ସୁହାନୀ
1988 ଚୁଗଲିୟାଁ
1988 ବାହ ନୀ ଜବାନିୟେ
1987 ଗୀତା ଭରୀ ପିଟାରୀ
1986 ନାଚୋ ବବେୟୋ
1985 କୁଡିୟୋ ନେ ଜୁଡୋ ସିଖ୍ ଲୟି
1984 ଚକ୍କର
1984 ପିଡ ତେରେ ଜାଣ ଦି
1983 ମସ୍ତି
1982 ଦିଲ ସାଫ ହୋନା ଚାହିଦା
1982 ଡ଼ୀସ୍କୋ ବିଚାରୀ
1981 ଦିଲ ଦା ମାମଲା ହେ
1980 ରନ ବୋତଲ ବରଗୀ

ଫିଲ୍ମର ସୂଚୀ ସମ୍ପାଦନା

2014 ଦିଲ ବିଲ ପ୍ୟାର୍ ବ୍ୟାର

2011 ମମ୍ମି ପଞ୍ଜାବୀ

ବର୍ଷ ଫିଲ୍ମ ଚରିତ୍ର
2010 ଚକ ଜବାନ
2010 ସୁଖମଣି- ହୋପ୍ ଫର ଲାଇଫ .
2009 ମିନି ପଞ୍ଜାବ (Speed OXL Films)
2008 ୟରିୟାଁ (Universal)
2007 ମମ୍ମି ଜୀ (special appearance) (Universal)
2006 ବାରିଷ ଶାହା- ଇସ୍କ ଦା ବାରିଷ (MovieBox) ବାରିଷ ଶାହା
2004 ଦେଶ ହୋୟା ପ୍ରଦେଶ (Universal)
2004 ବୀର ଜାରା (ୟସ୍ ରାଜ ଫିଲ୍ମ) (ଲୋକ ଗାୟକ-special appearance)
2002 ଜିନ୍ଦେଗି ଖୁବସୁରତ ହେ
2000 ଶହୀଦ ଉଦ୍ଧମ ସିଂ (MovieBox) ଭଗତ ସିଂ
1999 ଶହୀଦ-ଏ-ମୋହବ୍ୱତ୍ ବୁଟା ସିଂ ବୁଟା ସିଂ
1999 ସିର୍ଫ୍ ତୁମ (ଲିକ ଗାୟକ-special appearance)
1995 ସୁବେଦାର
1995 ବଗାବତ ଗୁରଜୀତ
1994 କଚହରୀकचहरी ଗୁରଦାସ/ ଅଜିତ
1994 ବଣ୍ଟେଡ଼
1992 ଶାଳୀ ଆଧି ଘରବାଲୀ
1991 ରୁହାନୀ ତାକତ
1990 ପ୍ରତିଜ୍ଞା ବିଲ୍ଲା
1990 କୁରବାନି ଜଟ ଦି କର୍ମା
1990 ଦୁଶମନି ଦି ଆଗ
1987 ଛୋରା ହରିୟାଣା କା
1986 କୀ ବଣୁ ଦୁନିଆ ଦା
1986 ଗଭରୁ ପଞ୍ଜାବ ଦା ଶେରା
1986 ଲୌଙ୍ଗ ଦା ଲିଶକାରା
1985 ପଥର ଦିଲ
1984 ଉଚ୍ଚା ଦର ବାବୋ ନାନକ ଦା ଗୁରଦିତ
1982 ମାମଲା ଗଡ଼ବଡ଼ ହେ

ଆଧାର ସମ୍ପାଦନା

  1. http://www.jagran.com/punjab/chandigarh-10613216.html
  2. http://navbharattimes.indiatimes.com/articleshow/1340498.cms
  3. "गुरदास मान को ब्रिटेन में डॉक्टरेट की उपाधि". देशबंधु. 2010. Retrieved 29 सितम्बर 2013. {{cite web}}: Check date values in: |accessdate= (help)
  4. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-07-29. {{cite web}}: Cite has empty unknown parameter: |1= (help)
  5. "दैनिक जागरण". दैनिक जागरण. Retrieved 30 सितम्बर 2013. {{cite web}}: Check date values in: |accessdate= (help)
  6. http://www.jagran.com/punjab/chandigarh-10613216.html
  7. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-07-29. {{cite web}}: Cite has empty unknown parameter: |1= (help)
  8. "गांव परजीयां कलां में बाबा माले शाह की याद में वार्षिक मेले में गुरदास मान". दैनिक जागरण. Retrieved 30 सितम्बर 2013. {{cite web}}: Check date values in: |accessdate= (help)
  9. "गुरदास मान ने बांटा लंगर". hindi.yahoo.com. Retrieved 30 सितम्बर 2013. {{cite web}}: Check date values in: |accessdate= (help)
  10. "पंजाब केसरी-दानी सज्जनों की सूची". पंजाब केसरी. 2013. Retrieved 30 सितम्बर 2013. {{cite web}}: Check date values in: |accessdate= (help)
  11. http://m.bhaskar.com/article/badi-khabarein/521/t/800/c-3-835229-NOR.html[permanent dead link]