ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଅଟେ । ଏହାର ଅନନ୍ୟା ଜୈବବିବିଧତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।[୧] ଉତ୍ତରରେ ଧାମରା ମୁହାଣରୁ ଦକ୍ଷିଣରେ ମହାନଦୀ ମୁହାଣ ପର୍ଯ୍ୟନ୍ତ ଏହାର ପରିସର ବ୍ୟାପ୍ତ । ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ପାଇଁ ଏହି ସ୍ଥାନର ମହତ୍ତ୍ୱ ବୃଦ୍ଧି ପାଇଛି । ଏହା ବିଶ୍ୱର ତିନୋଟି ପ୍ରମୁଖ କଇଁଛ ଅଣ୍ଡାଦାନସ୍ଥଳୀ ମଧ୍ୟରୁ ଅନ୍ୟତମ ।[୨]
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ | |
---|---|
ଅବସ୍ଥାନ | ଓଡ଼ିଶା, ଭାରତ |
ପାଖ ସହର | ଚାନ୍ଦବାଲି |
କ୍ଷେତ୍ରଫଳ | 1,435 square kilometres (554 sq mi) |
ସ୍ଥାପିତ | ୧୯୯୭ |
ସ୍ଥାପନା
ସମ୍ପାଦନା୧୯୯୭ ମସିହାରେ ଏହାର ସ୍ଥାପନା ହୋଇଥିଲା । ଏହି ସୂଚନା ଓଡ଼ିଶା ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗ ସରକାରୀ ଅଧିସୂଚନା ସଂଖ୍ୟା ୧୮୮୦୫/F&F ତା ୨୭ ସେପ୍ଟେମ୍ବର ୧୯୯୭ରିଖରେ ସୂଚିତ ହୋଇ ଓଡ଼ିଶା ଗେଜେଟ ଏକ୍ସଟ୍ରାଅର୍ଡିନାରୀ ସଂଖ୍ୟା ୧୨୬୮ ତା ୧୭ ଅକ୍ଟୋବର ୧୯୯୭ ରିଖରେ ପ୍ରକାଶ ପାଇଥିଲା ।
ଅବସ୍ଥାନ ଓ ପରିସର
ସମ୍ପାଦନାସମ୍ପୁର୍ଣ୍ଣ ଅଭୟାରଣ୍ୟଟି ଓଡ଼ିଶାର କେନ୍ଦ୍ରାପଡ଼ା ରାଜସ୍ୱ ଜିଲ୍ଲା ଅଧିନସ୍ଥ ଅଟେ । ଏହାର ଅକ୍ଷାଂଶ ୮୬ ଡିଗ୍ରୀ ୪୫'୫୭"ରୁ ୮୭ ଡିଗ୍ରୀ ୧୭' ୩୬"- ଦ୍ରାଘିମା ୨୦ ଡିଗ୍ରୀ ୧୭' ୩୨"ରୁ ୨୦ ଡିଗ୍ରୀ ୪୫' ୫୮" ମଧ୍ୟରେ ଅଟେ । ୧୪୦୮ ବର୍ଗ କିମି ଜଳଭାଗ ଓ ସ୍ଥଳଭାଗ ୨୭ ବର୍ଗ କିମି ସଂରକ୍ଷିତ ଜଂଗଲ ସହ ଏହାର ମୋଟ ପରିସର ୧୪୩୫ ବର୍ଗ କିମି ଅଞ୍ଚଳ ଅଟେ । ତନ୍ମଧ୍ୟରୁ ଏହାର ପ୍ରଧାନ ଅଞ୍ଚଳ ୭୨୫.୫ ବର୍ଗ କିମି ଅଟେ । ଏ ଅଞ୍ଚଳର ମୃତ୍ତିକା ପଟୁମାଟି ଓ ସମୁଦ୍ର ବାଲିରେ ଭରପୁର ।
ଆଧାର
ସମ୍ପାଦନା- ↑ "Introduction". Archived from the original on 2015-06-30.
- ↑ "Olive Ridley Sea Turtles". Archived from the original on 2019-10-05. Retrieved 2017-03-01.