ଗର୍ଭକାଳୀନ ଉଚ୍ଚ ରକ୍ତଚାପ
ଗର୍ଭକାଳୀନ ଉଚ୍ଚ ରକ୍ତଚାପ, ଯାହା ଗର୍ଭଧାରଣ ନିର୍ମିତ ଉଚ୍ଚ ରକ୍ତଚାପ (ପିଆଇଏଚ/ PIH) ଭାବରେ ମଧ୍ୟ ଜଣାଶୁଣା, ୨୦ ସପ୍ତାହ ଗର୍ଭଧାରଣ ପରେ ଗର୍ଭଧାରଣରେ ନୂତନ ମାପର ଉଚ୍ଚ ରକ୍ତଚାପ ହୁଏ କିନ୍ତୁ ମୂତ୍ରରେ ପୁଷ୍ଟିସାର ଥିବା ଭଳି ପ୍ରି-ଏକ୍ଲାମ୍ପସିଆ ଲକ୍ଷଣ ନ ଥାଏ ।[୬][୭][୮] କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଏହାର ନ ଥାଏ ।[୮] ରୋଗ ଜଟିଳ ହେଲେ ପ୍ରି-ଏକ୍ଲାମ୍ପସିଆ ହୋଇପାରେ; ଯାହା ପ୍ରାୟ ୩୦% କ୍ଷେତ୍ରରେ ଘଟିଥାଏ, ଅନ୍ୟଥା ଫଳାଫଳ ସାଧାରଣତଃ ଭଲ ଅଟେ |[୭][୯]
Gestational hypertension | |
---|---|
Pregnancy-induced hypertension; transient hypertension of pregnancy; chronic hypertension identified in the latter half of pregnancy[୧] | |
ବିଭାଗ | Obstetrics |
ଲକ୍ଷଣ | None[୨] |
ଆକ୍ରାନ୍ତ ସମୟ | After 20 weeks of pregnancy[୩] |
କାରଣ | Unclear[୪] |
ବିପଦ କାରକ | Overweight, anemia, diabetes, older age, first pregnancy, multiple pregnancy[୫] |
ରୋଗ ନିର୍ଣ୍ଣୟ ପଦ୍ଧତି | BP>140/90 mmHg, at least 4 hrs apart, which was previously normal[୩][୨] |
ଚିକିତ୍ସା | Frequent checking of blood pressure, blood pressure medication, delivery[୩][୨] |
ପୁନଃପୌନିକ | 1.8 and 4.4% of pregnancies[୫] |
ଏହାର କାରଣ ଅସ୍ପଷ୍ଟ ରହିଛି । [୪] ଅଧିକ ଓଜନ, ରକ୍ତହୀନତା, ମଧୁମେହ, ବୃଦ୍ଧାବସ୍ଥା, ପ୍ରଥମ ଗର୍ଭଧାରଣ ଏବଂ ଏକାଧିକ ଗର୍ଭଧାରଣ ଭଳି ସଙ୍କଟ ଯୋଗୁ ଏହି ରୋଗ ଆଶଙ୍କା ରହିଛି ।[୫] ଅତି କମରେ ୪ ଘଣ୍ଟା ବ୍ୟବଧାନରେ ଦୁଇଥର ରକ୍ତଚାପ ୧୪୦/୯୦ ମିମି ଏଚଜି (mmHg)ରୁ ଅଧିକ ଥିଲେ ଏହି ରୋଗ ନିର୍ଣ୍ଣୟ ଥିବାର ଆଶଙ୍କା କରାଯାଇଛି ।[୩] [୨] ଯଦି ୧୫ ମିନିଟ୍ ବ୍ୟବଧାନରେ ରକ୍ତଚାପ ୧୬୦/୧୧୦ ମିମି ଏଚଜି (mmHg)ରୁ ଅଧିକ, ତେବେ ରୋଗ ନିର୍ଣ୍ଣୟ କରାଯାଇପାରିବ ।[୨] [୧୦] ପ୍ରସବ ପରେ ୧୨ ସପ୍ତାହରୁ ଅଧିକ ସମୟ ରକ୍ତଚାପ ରହିଲେ ରୋଗ ନିର୍ଣ୍ଣୟ କ୍ରନିକ ଉଚ୍ଚ ରକ୍ତଚାପରେ ହେଉଥିବା ନିର୍ଣ୍ଣୟ କରାଯାଏ ।[୧୧]
ଏହାର ପରିଚାଳନାରେ ବାରମ୍ବାର ରକ୍ତଚାପ ଯାଞ୍ଚ ଏବଂ ୩୭ ସପ୍ତାହ ପର୍ଯ୍ୟନ୍ତ ପ୍ରି-ଏକ୍ଲାମପ୍ସିଆର ଲକ୍ଷଣ ଚେକ କରିବାକୁ ହୁଏ ଯଦିଓ କେତେକ କ୍ଷେତ୍ରରେ ଏହା ୩୪ ସପ୍ତାହ ନିମନ୍ତେ ସୁପାରିଶ କରାଯାଇପାରେ ।[୩] [୧୦] [୧୨] ଯଦି ବିପି ୧୬୦/୧୧୦ (mmHg) ରୁ ଅଧିକ ତେବେ ଲାବେଟୋଲୋଲ, ହାଇଡ୍ରାଲାଜାଇନ୍ କିମ୍ବା ନିଫେଡିପିନ ଦେଇ ସକ୍ରିୟ ଚିକିତ୍ସା କରିବାକୁ ସୁପାରିଶ କରାଯାଏ ।[୨] [୧୦] [୧] ସାଧାରଣତଃ ଏହି ରକ୍ତଚାପ ପ୍ରସବ ପରେ ଚାଲିଯାଏ; ଯଦିଓ ଦୀର୍ଘକାଳୀନ ଉଚ୍ଚ ରକ୍ତଚାପର ଆଶଙ୍କା ବି ଥାଏ ।[୧୩] ଏହା ମୋଟ ଗର୍ଭଧାରଣ ସଂଖ୍ୟାର ୧.୮ରୁ ୪.୪% ମଧ୍ୟରେ ଏହି ବର୍ଦ୍ଧିତ ରକ୍ତଚାପ ହୋଇଥାଏ । [୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Hypertension and Pregnancy: Overview, Chronic Hypertension, Differential Diagnosis". 18 July 2022. Archived from the original on 4 April 2019. Retrieved 16 March 2024.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ Luger, RK; Kight, BP (January 2024). "Hypertension In Pregnancy". StatPearls. PMID 28613589. Archived from the original on 31 March 2023. Retrieved 14 March 2024.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Preeclampsia and High Blood Pressure During Pregnancy". www.acog.org (in ଇଂରାଜୀ). Archived from the original on 8 March 2024. Retrieved 14 March 2024.
- ↑ ୪.୦ ୪.୧ "Gestational Hypertension". healthlibrary.uwmedicine.org (in ଇଂରାଜୀ). Archived from the original on 3 February 2023. Retrieved 16 March 2024.
- ↑ ୫.୦ ୫.୧ ୫.୨ ୫.୩ Umesawa, M; Kobashi, G (March 2017). "Epidemiology of hypertensive disorders in pregnancy: prevalence, risk factors, predictors and prognosis". Hypertension research : official journal of the Japanese Society of Hypertension. 40 (3): 213–220. doi:10.1038/hr.2016.126. PMID 27682655.
- ↑ "40". Williams obstetrics (24th ed.). McGraw-Hill Professional. 2014. ISBN 9780071798938.
- ↑ ୭.୦ ୭.୧ "Preeclampsia and High Blood Pressure During Pregnancy". www.acog.org (in ଇଂରାଜୀ). Archived from the original on 8 March 2024. Retrieved 14 March 2024.
- ↑ ୮.୦ ୮.୧ Luger, RK; Kight, BP (January 2024). "Hypertension In Pregnancy". StatPearls. PMID 28613589. Archived from the original on 31 March 2023. Retrieved 14 March 2024.
- ↑ "Hypertension and Pregnancy: Overview, Chronic Hypertension, Differential Diagnosis". 18 July 2022. Archived from the original on 4 April 2019. Retrieved 16 March 2024.
- ↑ ୧୦.୦ ୧୦.୧ ୧୦.୨ "Gestational Hypertension and Preeclampsia: ACOG Practice Bulletin Summary, Number 222". Obstetrics and gynecology. 135 (6): 1492–1495. June 2020. doi:10.1097/AOG.0000000000003892. PMID 32443077.
- ↑ Wilkerson, RG; Ogunbodede, AC (May 2019). "Hypertensive Disorders of Pregnancy". Emergency medicine clinics of North America. 37 (2): 301–316. doi:10.1016/j.emc.2019.01.008. PMID 30940374.
- ↑ Leeman, L; Dresang, LT; Fontaine, P (15 January 2016). "Hypertensive Disorders of Pregnancy". American family physician. 93 (2): 121–7. PMID 26926408.
- ↑ "High Blood Pressure During Pregnancy". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 19 June 2023. Archived from the original on 8 March 2024. Retrieved 14 March 2024.