ଗରାବଡୁ

ଜଗନ୍ନାଥ ମନ୍ଦିରର ସେବକ
(ଗର୍ଗବଟୁରୁ ଲେଉଟି ଆସିଛି)

ଗର୍ଗବଟୁ ବା ଗରାବଡୁ ଜଗନ୍ନାଥ ମନ୍ଦିରର ଏକ ପ୍ରକାରର ସେବକ ଅଟନ୍ତି । ସେମାନେ ପୂଜା ଓ ନୀତି ସମୟରେ ଝରି (ଜାଳ)ରେ ଜଳ ଯୋଗାଇଥାନ୍ତି ।

କାର୍ଯ୍ୟ

ସମ୍ପାଦନା

ଗରାବଡୁ ସେବକ ଦୁଇ ପ୍ରକାର ଦେଖାଯାଆନ୍ତି । ଭିତର ଓ ବାହାର ଏଭଳି ଦୁଇ ଗୋଷ୍ଠୀର ଗରାବଡୁଙ୍କ ସମ୍ପର୍କରେ ସୂଚନା ରହିଛି । କୋଠଭୋଗ ପାଣିଆ ହେଉଛନ୍ତି ବାହାର ଗରାବଡୁ । ଭିତର ଗରାବଡୁ ମଙ୍ଗଳ ଆଳତି ଓ ମଇଲମ ଆରମ୍ଭରେ ପଶୁପାଳକଙ୍କୁ ହାତୁଆଣି ଦେବା, ଅବକାଶ ପୂଜାଠାରେ ଝରି, ପାଣିଗରା, ଗଣ୍ଡୁଷଜଳ ଯୋଗାଇବା, ଦହିଲାଗି ସମୟେ ଦର୍ପଣରେ ଜଳଲାଗି, ଅଁଳାଲାଗି ସମୟରେ ଜଳ, ପୂଜା ଓ ମଇଲମ ପରେ ହାତୁଆଣି, ରତ୍ନସିଂହାସନ ତଳେ ପାର୍ଶ୍ୱଦେବତାଙ୍କୁ ଜଳ, ସୂର୍ଯ୍ୟ, ଦ୍ୱାରପାଳ ପୂଜା, ବଲ୍ଲଭ, ସବୁ ଧୂପରେ ଝରି ଲଗାଇବା, ଘଷାଜଳ ରଖୁବା, ଭୋଗ ମଣ୍ଡପରେ ଝରି ଲଗାଇବା କାର୍ଯ୍ୟ କରନ୍ତି ।

ପ୍ରତ୍ୟେକ ମଇଲମରେ ପଶୁପାଳକଙ୍କୁ ହାତୁଆଣି, ଦିନ ପହୁଡ଼ରେ ପଲଙ୍କ ତଳେ ଘଷାଜଳ, ଆଳତିବେଳେ ହାତୁଆଣି, ସର୍ବାଙ୍ଗ, ରାତ୍ରି ପହୁଡ଼, ଶୀତଳ ମଣେହିମାନଙ୍କରେ ହାତୁଆଣି, ବଡ଼ବାଡ଼ ପାଳିଆ ସହ ପୁଷ୍ଠାଞ୍ଜଳି ଠାକୁରଙ୍କୁ ବିଜେ ଓ ଭିତରେ ପଲଙ୍କରେ ଶୟନ ଠାକୁର ବିମଳା ସେବକଙ୍କୁ ପଇଡ଼ ଚନ୍ଦନ ଦେବା, ନକ୍ଷତ୍ର ବନ୍ଦାପନା, ମଙ୍ଗଳାରୋପଣ, ଦ୍ୱାଦଶ ଯାତ୍ର। ବନ୍ଦାପନାରେ ହାତୁଆଣି ଦେବା, ସାଗର ବିଜେରେ ସମୁଦ୍ରରୁ ଜଳ ଆଣିବା, ପାଦୁକ ଓ ପ୍ରସାଦ ସମୁଦ୍ରରେ ଦେବା, ଯମେଶ୍ୱର ମନ୍ଦିରରେ ମାଜଣାବେଳେ ଜଳଲାଗି, ପୂଜାବେଳେ ଝରି ଓ ଘଷା ଲଗାଇବା, ପନ୍ତି ସ୍ଥାନରେ ଝରି, ସରକାରୀ ପନ୍ତିରେ ଘଷା, ଗୁରୁବାର ମାଜଣାରେ ଝରି ଓ ହାତୁଆଣି ଦେଇଥାନ୍ତି । ଗହ୍ମାବେଦୀରେ ଋଷିମାନଙ୍କ ତର୍ପଣ ନିମିତ୍ତ ଜଳ, ଚନ୍ଦନ ଚକଡ଼ାରେ ସୁବାସିତ ଜଳ, ତା'ପରେ ବିଡ଼ିଆ ମଣୋହିରେ ଝରି ଲଗାନ୍ତି ଓ ଜଳ ଦିଅନ୍ତି ।

ସ୍ନାନପୂର୍ଣ୍ଣମୀ, ନୀଳାଦ୍ରି ମହୋଦୟ ଓ ପୁଷ୍ୟାଭିଷେକ ଦିନ ଜଳବିଜେ, ସଂସ୍କାର ପରେ ଜଳଲାଗି, ଛେରାପହଁରାରେ ରାଜାଙ୍କୁ ହାତୁଆଣି, ଜନ୍ମ, ବିଜେ, ବଳିବେଳେ ହାତୁଆଣି, ମହାସ୍ନାନ, ଯାତ୍ରାଙ୍ଗୀ ମହାସ୍ନାନ, ନୂଆଲୁଗା ଲାଗି, ଚନ୍ଦନ, ଘୋଡ଼ ଲାଗି, ଖଇକୋରା ଭୋଗ, ରାଜନୀତି, ଦଇତାପତି ନୀତି କଲାବେଳେ ହାତୁଆଣି ଦିଅନ୍ତି ।

ଆହୁରି ଦେଖନ୍ତୁ

ସମ୍ପାଦନା

ଅଧିକ ତଥ୍ୟ

ସମ୍ପାଦନା