ଗଣନ ସଂଖ୍ୟା
ଭାରତୀୟ ସଂଖ୍ୟା ପ୍ରଣାଳୀରେ ବସ୍ତୁ ଗୁଡିକୁ ଗଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିର ସଂଖ୍ୟାସବୁକୁ ବ୍ୟବହାର କରାଯାଉଛି । ଏହି ପଦ୍ଧତିର ସଂଖ୍ୟାସବୁ ହେଲା ୧,୨,୩, ........ ଇତ୍ୟାଦି । ୧ଠାରୁ ଆରମ୍ଭ ଏହି ସଂଖ୍ୟା ଶ୍ରେଣୀକୁ ଗଣନ ସଂଖ୍ୟା କୁହାଯାଏ । ଗଣନ ସଂଖ୍ୟା ସମୂହର ପ୍ରତ୍ୟେକ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ବସ୍ତୁ ସମୂହର ସଂଖ୍ୟା ସହ ସମ୍ବନ୍ଧିତ କରାଯାଇଥାଏ । ଏଗୁଡିକୁ ମଧ୍ୟ ପ୍ରାକୃତିକ ସଂଖ୍ୟା କୁହାଯାଏ ।[୧] [୨]
ଗାଣିତିକ ଧର୍ମ
ସମ୍ପାଦନାଗଣନ ସଂଖ୍ୟା ଗୁଡିକର କିଛି ଗାଣିତିକ ଧର୍ମ ହେଉଛି:[୩]
- ଶୁନ (୦ ) ଗଣନ ସଂଖ୍ୟା ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେଁ । କାରଣ ବସ୍ତୁର ଗଣନା ସବୁବେଳେ ୧ରୁ ଆରମ୍ଭ ହୋଇଥାଏ ।
- ସର୍ବନିମ୍ନ ଗଣନ ସଂଖ୍ୟା ହେଉଛି ୧ ।
- ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପରବର୍ତ୍ତୀ ସଂଖ୍ୟା ରହିଛି ଯାହାକି ପୂର୍ବବର୍ତ୍ତୀ ସଂଖ୍ୟାରେ ଏକ ଯୋଗ କଲେ ମିଳିଥାଏ ।
- ସେହିପରି ( ୧ ) ବ୍ୟତୀତ ପ୍ରତ୍ୟେକ ଗଣନ ସଂଖ୍ୟାର ଏକ ପୂର୍ବବର୍ତ୍ତୀ ଗଣନ ସଂଖ୍ୟା ରହିଛି ଯାହାକି ପରବର୍ତ୍ତୀ ସଂଖ୍ୟାରୁ ଏକ ବିୟୋଗ କଲେ ମିଳିଥାଏ ।
- ବୃହତ୍ତମ ଗଣନ ସଂଖ୍ୟା ନାହିଁ ।
ଆଧାର
ସମ୍ପାଦନା- ↑ "Natural Numbers". Retrieved 10 June 2018.
- ↑ "Natural Number: Definition and Examples". Retrieved 11 June 2018.
- ↑ "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |