ଖୁସବିର କୌର ‍(ଜନ୍ମ ୯ ଜୁଲାଇ , ୧୯୯୩) ଜଣେ ଭାରତୀୟ ମହିଳା କ୍ରୀଡ଼ାବିତ୍ । ସେ ୨୦ କିଲୋମିଟର୍ ଚାଲିବା ଦୌଡ଼ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି । [୧] ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ହେଇଥିବା ୨୦୧୨ ଜୁନିଅର ଏସିଆ ଆଥ୍‍ଲେଟିକ ଚମ୍ପିୟାନଶିପରେ ୧୦୦୦୦ ମିଟର ଚାଲିବା ଦୌଡ଼ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରି ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୩ ମସିହାର ବିଶ୍ୱ ଚମ୍ପିୟାନଶିପରେ ଭାଗ ନେଇ ସେ ୩୯ତମ ସ୍ଥାନ ହାସଲ କରିଥିଲେ । ୨୦୧୪ ମସିହାରେ ଜାପାନଠାରେ ସେ ଏସିଆ ଚାଲିବା ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗୀତାରେ ତାଙ୍କ ପ୍ରଦର୍ଶନ ଜାତୀୟ ରେକର୍ଡ ମାନ୍ୟତା ଲାଭ କରିଥିଲା ।[୨]

ଖୁସବିର କୌର

ଏଙ୍ଗଲିଆନ୍ ମେଡାଲ ହଣ୍ଟ୍ କମ୍ପାନୀ ତାଙ୍କର ପ୍ରଯୋଜକ ଭାବରେ ରହିଛି ।[୩]

ଜୀବନୀ  ସମ୍ପାଦନା

ପଞ୍ଜାବର ଅମୃତସର ନିକଟସ୍ଥ ରସୁଲପୁର କାଲାନ ନାମକ ଏକ କ୍ଷୁଦ୍ର ସହରରେ ଜନ୍ମ ଗ୍ରହଣ କରିଥିବା ଖୁସ୍‍ବିର୍ ୫ କିଲୋମିଟର ଓ ୧୦ କିଲୋମିଟର ଚାଲିବା ଦୌଡ଼ରେ ଜୁନିଅର ସ୍ତରର ଜାତୀୟ ରେକର୍ଡ଼୍ ସ୍ଥାପନ କରିଥିଲେ । ଯୁବ ଏସିଆ କ୍ରୀଡ଼ାରେ ସେ ଦ୍ୱିତୀୟ ସ୍ଥାନ ଓ ଜୁନିଅର ଏସିଆ କ୍ରୀଡ଼ାରେ ତୃତୀୟ ସ୍ଥାନ ପ୍ରାପ୍ତ କରିଥିଲେ । ସିନିୟର୍ ଏସିଆ ଚାଲିବା ଦୌଡ଼ ପ୍ରତିଯୋଗିତାରେ ସେ ପଞ୍ଚମ ସ୍ଥାନରେ ରହିଥିଲେ । ୨୦୧୩ ମସିହାରେ ସେ ମସ୍କୋଠାରେ ବିଶ୍ୱ ଚାଲିବା ଦୌଡ଼ ଚମ୍ପିୟାନଶିପରେ ସେ ତାଙ୍କର ଶ୍ରେଷ୍ଠ ସମୟ ହାସଲ କରି ୩୯ତମ ସ୍ଥାନରେ ରହିଥିଲେ ।[୪][୫]


ଆଧାର  ସମ୍ପାଦନା

  1. Kaur, Khushbir. "Profile". IAAF. Retrieved 17 September 2013.
  2. http://indianathletics.in/?p=1872
  3. "Profile". Official website of AMHC. {{cite web}}: |first= missing |last= (help)
  4. Kaur, Khushbir. "Khushbir Kaur finishes 39th in 20km walk, betters national record". NDTV Sports. Archived from the original on 17 August 2013. Retrieved 13 August 2013.
  5. Kaur, Khushbir (14 August 2013). "Khushbir Kaur finishes 39th but creates national record in 20-kilometre walk". Mid Day.