ଖୁଜିସ୍ତା ଅଖତାର ବାନୁ

ଖୁଜିସ୍ତା ଅଖତାର ବାନୁ‌ (ସୁହରୱାର୍ଡି ବେଗମ୍ ଭାବରେ ଜଣାଶୁଣା) ଊନବିଂଶ ଶତାବ୍ଦୀର ଲେଖିକା, ବଙ୍ଗାଳୀ ସମାଜସେବୀ, ଶିକ୍ଷାବିତ୍ ତଥା ସାମାଜିକ ସଂସ୍କାରକ ଥିଲେ । ସେ ୧୮୮୭ ମସିହାରେ ସିନିୟର କେମ୍ବ୍ରିଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରଥମ ଭାରତୀୟ ମହିଳା ଥିଲେ ।[୨] ସେ ମଧ୍ୟ ପ୍ରଥମ ଭାରତୀୟ ମହିଳା ଯିଏକି କଲିକତା ବିଶ୍ୱବିଦ୍ୟାଳୟଦ୍ୱାରା ପରୀକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ । ସେ ବଙ୍ଗଳାର ପୂର୍ବତନ ପ୍ରଧାନମନ୍ତ୍ରୀ ହୁସେନ୍ ସହିଦ ସୁହରୱାର୍ଡିଙ୍କ ମାତା ଥିଲେ ।[୩]

ଖୁଜିସ୍ତା ଅଖତାର ବାନୁ
ଜନ୍ମ୧୮୭୨ [୧]
ମୃତ୍ୟୁ୧୨ ଜାନୁଆରୀ ୧୯୧୯
ବୈବାହିକ-ସାଥୀଜାହିଦ ସୁହରୱାର୍ଡି
ସନ୍ତାନହାସନ ସହିଦ ସୁହରୱାର୍ଡି,
ହୁସେନ୍ ସହିଦ ସୁହରୱାର୍ଡି
ପିତାମାତା
  • ଉବାଇଦୁଲ୍ଲା ଅଲ ଉବାଇଦି ସୁହରୱାର୍ଡି (father)

ପ୍ରାଥମିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ଖୁଜିସ୍ତା ଅଖତର ୧୮୭୨ ମସିହାରେ ବଙ୍ଗଳାର ସୁହରୱାର୍ଡି ପରିବାରରେ ଉବାଇଦୁଲ୍ଲା ଅଲ ଉବାଇଦି ସୁହରୱାର୍ଡି ଏବଂ ତାଙ୍କ ପତ୍ନୀ ମକବୁଲାନ ନିସା ବେଗମଙ୍କ ବଡ ଝିଅ ଭାବରେ ଜନ୍ମଗ୍ରହଣ କରିଥିଲେ । ସେ ଶିହାବ ଅଲ-ଦିନ୍ ଉମର ଅଲ-ସୁହରୱାର୍ଡି ଏବଂ ବାହାଉଦ୍ଦିନ ଜାକରିଆ ସୁହରୱାର୍ଡିଙ୍କ ପ୍ରତ୍ୟକ୍ଷ ବଂଶଧର ଥିଲେ । ଖୁଜିସ୍ତାଙ୍କ ଜେଜେବାପା ଶାହା ଅମିନୁଦ୍ଦିନ ସୁହରୱାର୍ଡିଙ୍କୁ ବଙ୍ଗଳାର ସୁହରୱାର୍ଡିଆ ଦେଶର ଶେଷ ସୁଫି ପିର ବୋଲି ଗଣାଯାନ୍ତି । ତାଙ୍କର ଦୁଇ ଭାଇ ଅବଦୁଲ୍ଲା ଅଲ-ମାମୁନ୍ ସୁହରୱାର୍ଡି ଏବଂ ହାସନ ସୁହରୱାର୍ଡି ଅଛନ୍ତି ।[୪]

ପରିବାରର ଅନେକ ମହିଳା ଅଗ୍ରଗାମୀଙ୍କ ପରି ସେ ମଧ୍ୟ ତାଙ୍କ ବାଲ୍ୟକାଳରେ ଘରେ ପାଠ ପଢୁଥିଲେ, କାରଣ ସେହି ସମୟରେ କୌଣସି ବାଳିକା ବିଦ୍ୟାଳୟ ଖୋଲା ଯାଇନଥିଲା । ସେ ତାଙ୍କ ପିତାଙ୍କଠାରୁ ପାର୍ସୀ, ଆରବୀ, ଇଂରାଜୀ ଏବଂ ଉର୍ଦ୍ଦୁ ଶିକ୍ଷା କରିଥିଲେ । ପରେ ସେ ୧୮୮୭ ମସିହାରେ ଭାରତୀୟ ପରୀକ୍ଷା ବୋର୍ଡରୁ ଗଣିତ ଏବଂ ପାର୍ସୀ ସାହିତ୍ୟରେ ସମ୍ମାନ ସହ ସ୍ନାତକ ହାସଲ କରିଥିଲେ । ସିନିୟର କେମ୍ବ୍ରିଜ୍ ଶେଷ କରିବା ପରେ, ସେ କଲିକତା ବିଶ୍ୱବିଦ୍ୟାଳୟଦ୍ୱାରା ଉର୍ଦ୍ଦୁ ସାହିତ୍ୟର ପରୀକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ । ସେତେବେଳେ ସେ ଏକମାତ୍ର ଭାରତୀୟ ମହିଳା ଯିଏକି ଏହି ସମ୍ମାନ ପାଇଥିଲେ ।

ବୃତ୍ତି ସମ୍ପାଦନା

ଖୁଜିସ୍ତା ଭାରତୀୟ ଜନତାଙ୍କୁ ଶିକ୍ଷିତ ତଥା ଉନ୍ନତ କରିବାକୁ ସଂକଳ୍ପବଦ୍ଧ ଥିଲେ, ତେଣୁ ସେ ସାମାଜିକ କାର୍ଯ୍ୟର ଡୋମେନରେ ପ୍ରବେଶ କରିଥିଲେ । ଜଣେ ଲେଖକ ଭାବରେ ସେ ପ୍ରସିଦ୍ଧ ପୁସ୍ତକ "ଆଇନା ଇ ଇବ୍ରାତ" ଲେଖିଥିଲେ, ଯାହା କଲିକତା ବିଶ୍ୱବିଦ୍ୟାଳୟଦ୍ୱାରା ଅନୁମୋଦିତ ହୋଇଥିଲା ଏବଂ ଏହାର ସମସ୍ତ ଅନୁବନ୍ଧିତ କଲେଜଗୁଡ଼ିକ ପାଇଁ ସିଲାବସରେ ଅନ୍ତର୍ଭୁକ୍ତ କରାଯାଇଥିଲା ।[୫][୬]

ଖୁଜିସ୍ତା ଜଣେ ମହିଳା ଅଧିକାର କର୍ମୀ ଭାବରେ ଉଭା ହୋଇଥିଲେ, ସେ ମହିଳା ଶିକ୍ଷାର ଜଣେ ଦୃଢ ପ୍ରବକ୍ତା ଥିଲେ ।[୭] ୧୯୦୯ ମସିହାରେ, ସେ କଲିକତାରେ ସୁହରୱାର୍ଡିଆ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ଏହି ବିଦ୍ୟାଳୟଟି ଭାରତର ପୂର୍ବତନ ଭିକେରୋଙ୍କ ପତ୍ନୀ ଗିଲବର୍ଟ ଏଲିଅଟ୍-ମୁରେ-କିନ୍ନମାଉଣ୍ଡଙ୍କ ପତ୍ନୀ ଲେଡି ମିଣ୍ଟୋ ଆନ୍ନା ମାରିଆ ଆମାଣ୍ଡଙ୍କଦ୍ୱାରା ଉଦ୍ଘାଟିତ ହୋଇଥିଲା ।[୮]

ଖୁଜିସ୍ତା ଗରିବଙ୍କ ପ୍ରତି ସହାନୁଭୂତି ଦେଖାଉଥିଲେ ଏବଂ କଲରା ଏବଂ ଇନ୍‌ଫ୍ଲୁଏଞ୍ଜା ପରି ମହାମାରୀ ସେହି ସମୟରେ ଜାଗ୍ରତ ଥିବାରୁ ବଞ୍ଚିତ ଲୋକଙ୍କୁ ସ୍ୱାସ୍ଥ୍ୟ ଏବଂ ପରିମଳ ବିଷୟରେ ଶିକ୍ଷା ଦେବା ପାଇଁ ବାରମ୍ବାର ବସ୍ତି ପରିଦର୍ଶନ କରୁଥିଲେ ।

ବିବାହ ଏବଂ ପରିବାର ସମ୍ପାଦନା

ଖୁଜିସ୍ତା ତାଙ୍କର ପ୍ରଥମ ସମ୍ପର୍କୀୟ ଜାହିଦ ସୁହରୱାର୍ଡିଙ୍କୁ ବିବାହ କରିଥିଲେ, ଯିଏକି କଲିକତା ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ଏହି ଦମ୍ପତି ଦୁଇ ପୁଅ ଜନ୍ମ ଦେଇଥିଲେ :

  • ହୁସେନ୍ ସହିଦ ସୁହରୱାର୍ଡି: ଜଣେ ଓକିଲ ତଥା ରାଜନେତା ଯିଏକି ପରେ ବଙ୍ଗଳାର ତୃତୀୟ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନର ପଞ୍ଚମ ପ୍ରଧାନମନ୍ତ୍ରୀ ହୋଇଥିଲେ ।
  • ଲେଖକ ତଥା ଭାଷାଭାଷୀ ହାସନ ସହିଦ ସୁହରୱାର୍ଡି ।

ମୃତ୍ୟୁ ସମ୍ପାଦନା

କଲିକତାର ଏକ ବସ୍ତି ପରିଦର୍ଶନ ସମୟରେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ପରେ ୧୨ ଜାନୁଆରୀ ୧୯୧୯ରେ ଖୁଜିସ୍ତାଙ୍କର ମୃତ୍ୟୁ ହୋଇଥିଲା ।[୯]

ଆଧାର ସମ୍ପାଦନା

  1. Burke, Sir Bernard, ed. (1939). Burke's Peerage, Baronetage & Knighthood (97th ed.). Burke's Peerage & Gentry. pp. 2921–2922.
  2. Khan, Waqar A. (2020-11-09). "The Unforgettable Suhrawardys of Bengal". The Daily Star (in ଇଂରାଜୀ). Retrieved 2021-10-23.
  3. "Individual : SUHRAWARDY - Search the Genealogy Library". Geneanet (in ଇଂରାଜୀ). Retrieved 2021-10-23.
  4. Amin, Sonia Nishat (1996-01-01). Rise of Formal Education (in ଇଂରାଜୀ). Brill. ISBN 978-90-04-49140-3.
  5. "tipu sultan grandson". www.thedronemission.co.za. Archived from the original on 2021-10-23. Retrieved 2021-10-23.
  6. Amin, S. N. (1996). The World of Muslim Women in Colonial Bengal, 1876-1939 (in ଇଂରାଜୀ). BRILL. ISBN 978-90-04-10642-0.
  7. Niaz, Zakia Soman, Dr Noorjehan Safia (2020-07-29). Indian Muslim Women's Movement: For Gender Justice and Equal Citizenship (in ଇଂରାଜୀ). Notion Press. ISBN 978-1-64919-987-4.{{cite book}}: CS1 maint: multiple names: authors list (link)
  8. Amin, S. N. (1996). The World of Muslim Women in Colonial Bengal, 1876-1939 (in ଇଂରାଜୀ). BRILL. ISBN 978-90-04-10642-0.
  9. Amin, S. N. (1996). The World of Muslim Women in Colonial Bengal, 1876-1939 (in ଇଂରାଜୀ). BRILL. ISBN 978-90-04-10642-0.