ଖନିଆଧନା ଗଡଜାତ ରାଜ୍ୟ
ଖନିଆଧନା ଏକ ବ୍ରିଟିଶ ଅଧୀନ ଭାରତୀୟ ଗଡଜାତ ରାଜ୍ୟ ଥିଲା । ଏହା ଜୁଡେଭ ବଂଶୀୟ ବୁନ୍ଦେଲା ରାଜପୁତ[୧]ମାନଙ୍କଦ୍ୱାରା ଶାସିତ ହଉଥିଲା । ଖନିଆଧନା ସହର ଏହାର ରାଜଧାନୀ ଥିଲା । ଏହା ପ୍ରଥମେ ବୁନ୍ଦେଳଖଣ୍ଡ ଏଜେନ୍ସି ଓ ତାହା ପରେ କେନ୍ଦ୍ର ଏଜେନ୍ସି ଅଧୀନରେ ରହିଥିଲା । .[୨]
ଖନିଆଧନା ରାଜ୍ୟ खनियाधाना रियासत | |||||
Princely State | |||||
| |||||
Khaniadhana State in the Imperial Gazetteer of India | |||||
History | |||||
• | Established | 1724 | |||
• | Independence of India | 1948 | |||
Area | |||||
• | 1941 | ୧୭୬ km2 (୬୮ sq mi) | |||
Population | |||||
• | 1941 | ୨୦,୧୨୪ | |||
Density | ୧୧୪.୩ /km2 (୨୯୬.୧ /sq mi) | ||||
This article incorporates text from a publication now in the public domain: Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}} : Invalid |ref=harv (help)
|
ଭୌଗୋଳିକ ସ୍ଥିତି ଓ ଜନସଂଖ୍ୟା
ସମ୍ପାଦନାରାଜକୀୟ ରାଜ୍ୟ ଖନିଆଧନାର ଆୟତନ 101 ବର୍ଗ କିଲୋମିଟର । ଏହା ଚତୁର୍ଦିଗରେ ନାରବାର ଜିଲ୍ଲାଦ୍ୱାରା ଘେରିତ ହେଇଥିବା ବେଳେ କିଛି ଅଞ୍ଚଳ ବ୍ରିଟିଶ ଅଧୀନ ଝାଁସୀ ଜିଲ୍ଲାର ସୀମା ନିକଟରେ ଥିଲା ।ଏହା ଅର୍ଚା ରାଜ୍ୟ ର[୨] ପଶ୍ଚିମରେ ଅବସ୍ଥିତ ଥିଲା । ବ୍ରିଟିଶ ଶାସନ କାଳରେ 1941 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 20,124 ଥିଲା । .[୨][୩]
ଇତିହାସ
ସମ୍ପାଦନା1724 ମସିହାରେ ଅର୍ଚାର ରାଜା ଉଦତ ସିଂହ ଖନିଆଧନା ଓ ସନ୍ନିକଟ ଗ୍ରାମ ସବୁ ତାଙ୍କ ପୁତ୍ର ଆମର ସିଂହଙ୍କୁ ପ୍ରଦାନ କରିଥିଲେ । ସେହି ସମୟରେ ମରାଠାମାନେ ଶକ୍ତିଶାଳୀ ହେଇ ଉଠିଥିଲେ ଓ ପେଶୱା ଆମର ସିଂହଙ୍କୁ 1751 ମସିହାରେ ତାଙ୍କର ରକ୍ଷିତ ରାଜା ରୂପରେ ସ୍ୱୀକୃତି ପ୍ରଦାନ କରିଥିଲେ ।ଏହିଉ ସମୟରେ ଓରଛା ଓ ଝାଁସୀ ମଧ୍ୟରେ ବିବାଦ ଲାଗିରହିଥିଲା । 1854 ମସିହାରେ ଝାଁସୀ ରାଜତ୍ୱ ର ବିଲୋପ ଘଟିବାରୁ ଖନିଆଧନା ନିଜକୁ ପୂର୍ଣା ସ୍ୱାଧୀନତା ଘୋଷଣା କରିଥିଲା । କିନ୍ତୁ 1862ର ବ୍ରିଟିଶ ଶାସକମାନେ ଏହାକୁ ନିଜର କରଦ ରାଜ୍ୟ ଭାବେ ରଖିଲେ ।[୩]ଏହି ରାଜ୍ୟ 1920ରେ ଗଠିତ ହେଇଥିବା ଭାରତୀୟ ରାଜା ମାନଙ୍କ ସଂଗଠନରେ ମିଳିତ ହେଇଥିଲା । [୨]
ଏହି ରାଜ୍ୟ ସ୍ୱାଧୀନତା ପରେ 1948 ମସିହାରେ ନିଜକୁ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ କରିଥିଲା । ଏହି ସମୟରେ ଖନିଆଧନାର ଅର୍ଦ୍ଧେକ ଅଂଶ 27ଟି ଗ୍ରାମ ଥାଇ ମଧ୍ୟପ୍ରଦେସ୍ୱ୍ହର ଶିବପୁରି ଜିଲ୍ଲାରେ ରହିଲା ଓ ଅପର ଅର୍ଦ୍ଧେକ 28ଟି ଗ୍ରାମ ସହ ବିନ୍ଧ୍ୟ ପ୍ରଦେଶ[୪]ରେ ରହିଲା । ପରେ ପୁନର୍ଗଠନ ସମୟରେ ସମସ୍ତ ଅଞ୍ଚଳ ମଧ୍ୟପ୍ରଦେଶ ରାଜ୍ୟରେ ରହିଲା । .[୪]
ଶାସକ
ସମ୍ପାଦନାବୁନ୍ଦେଲା ରାଜପୁତ ପରିବାରର ବଂଶଜମାନେ ଖନିଆଧନା ରାଜଗଦିର ଅଧିକାରୀ ରହିଥିଲେ । ସେମାନେ ରାଓ ଉପାଧି ଗ୍ରହଣ କରୁଥିଲେ । 1911 ମସିହାରେ ପ୍ରଥମେ ଶାସକମାନଙ୍କୁ ରାଜା କୁହାଗଲା । ଏହାକୁ ବ୍ରିଟିଶମାନେ ସମ୍ପୂର୍ଣ୍ଣ ରାଜ୍ୟର ମର୍ଯ୍ୟାଦା ନ ଦେଇ କେବଳ ଶାସକ ହିସାବରେ ମାନ୍ୟତା ପ୍ରଦାନ କରିଥିଲେ । [୩]
ରାଜା
ସମ୍ପାଦନା- 1724-.... ଆମର ସିଂହ
- 1760-1869 ଅଜଣା
- 1869-1909ଚିତ୍ରା ସିଂହ
- 1909-1938 ଖଳକ ସିଂହ
- 1938-1948 ଦେବେନ୍ଦ୍ର ପ୍ରତାପ ସିଂହ