ଖଣ୍ଡାୟତ ଓଡ଼ିଶାର ଏକ ପାରମ୍ପାରିକ କ୍ଷତ୍ରିୟ ଯୋଦ୍ଧା ଜାତି । ଖଣ୍ଡାୟତମାନେ ବ୍ରିଟିଶ ଶାସନ ପୂର୍ବରୁ ଶାସନକାର୍ଯ୍ୟ ଓ ଯୁଦ୍ଧରେ ନିୟୋଜିତ ଥିଲେ ।[୧]

ଖଣ୍ଡାୟତମାନଙ୍କଦ୍ୱାରା ପାରମ୍ପାରିକ ଯୁଦ୍ଧକଳା ପ୍ରଦର୍ଶନ

ଇତିହାସ ସମ୍ପାଦନା

ଅତୀତର କିଛି କ୍ଷତ୍ରିୟ ରାଜବଂଶର ସମାହାରରୁ ଖଣ୍ଡାୟତ ଜାତିର ସୃଷ୍ଟି । ପୁରୀ ଗଜପତିଙ୍କ ନିଦ୍ଦେଶ ଅନୁସାରେ ଖଣ୍ଡାୟତମାନେ ଯୁଦ୍ଧବିଦ୍ୟାରେ ନିପୁଣ ହୋଇଥିବେ, ରାଜ୍ୟଶାସନରେ ମହାରଥୀ ପଦ ହାସଲ କରିଥିବେ ଏବଂ ନିଜେ ମଧ୍ୟ ଶୃଙ୍ଖଳିତ ହୋଇଥିବେ । ଖଣ୍ଡାୟତମାନେ କ୍ଷତ୍ରୀୟ ଅନ୍ତର୍ଭୁକ୍ତ । ଖଣ୍ଡାୟତମାନଙ୍କ ୨୫୦୦ ବର୍ଷରୁ ଉର୍ଦ୍ଧ୍ୱ ଲିଖିତ ଇତିହାସ ଭିତରୁ କଳିଙ୍ଗ ଯୁଦ୍ଧ ଏବଂ ପାଇକ ବିଦ୍ରୋହ କେତେକ ଐତିହାସିକ ଘଟଣା ଭାବେ ଅନ୍ୟତମ । ଯେଉଁ ଖଣ୍ଡାୟତମାନେ ଯୁଦ୍ଧରେ ଲଢୁଥିଲେ ସେମାନଙ୍କୁ ପଦ ଅନୁସାରେ ଜମି ପ୍ରଦାନ କରାଯାଉଥିଲା ଯାହା ଜାଗିରି ବୋଲି ମଧ୍ୟ ଜଣା । ଏହା ଫଳରେ ୧୯ଶ ଶତାବ୍ଦୀ ଶେଷ ଭାଗ ସମୟରେ ଅଧିକାଂଶ ଜମିଦାରୀ ଖଣ୍ଡାୟତ ସମୁଦାୟର ଲୋକମାନଙ୍କ ପାଖେ ଥିଲା । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଜମିଦାରୀ ପ୍ରଥାକୁ ଉଚ୍ଛେଦ ହେଲା ପରେ ଓଡ଼ିଶାର ଖଣ୍ଡାୟତ ଓ ବ୍ରାହ୍ମଣ ସମୁଦାୟ ଲୋକ ସେବା, ରାଜନୀତି ଓ ବିଭିନ୍ନ ଅନ୍ୟ ବୃତ୍ତିରେ ନିୟୋଜିତ ହେଲେ ।

ବର୍ତ୍ତମାନ ସମ୍ପାଦନା

ଖଣ୍ଡାୟତମାନେ ଧାର୍ମିକତା ଅନୁସାରେ ବିଭକ୍ତ ନ ହୋଇ ସାମାଜିକ ସ୍ଥିତି ଅନୁସାରେ ମୁଖ୍ୟତଃ ଅଗ୍ନିବେଶୀ, ସୂର୍ଯ୍ୟବଂଶୀ, ନାଗବଂଶୀ ଏବଂ ଚନ୍ଦ୍ରବଂଶୀ ଆଦିରେ ବିଭକ୍ତ । ସେମାନେ ମହାଲୟକ , ମହାନାୟକ ତଥା ଦଳପତି ଭାବେ ମଧ୍ୟ ପରିଚିତ। ପୁର୍ବେ ଖଣ୍ଡାୟତମାନେ ବିଶେଷ କରି କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଜଗତସିଂପୁର, ଯାଜପୁର, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ମଧ୍ୟ-ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ ।

ସଂସ୍କୃତି ଓ ପରମ୍ପରା ସମ୍ପାଦନା

ଖଣ୍ଡ ଅର୍ଥାତ ଭୂମି କିମ୍ବା ଅଞ୍ଚଳ ଏବଂ ଖଡ୍ଗ ଅର୍ଥାତ ଖଣ୍ଡାକୁ ନିୟନ୍ତ୍ରଣ କରୁଥିବା କ୍ଷତ୍ରିୟ । ସାଧାରଣତଃ ପୂର୍ୱ ଭାରତ ତଥା ଓଡ଼ିଶାର କ୍ଷତ୍ରିୟମାନେ ନିଜକୁ ଖଣ୍ଡାୟତ ଭାବେ ପରିଚୟ ଦିଅନ୍ତି । ରାଜ୍ୟର ଶାସନ ବ୍ୟବସ୍ଥା ଏମାନଙ୍କ ହାତରେ ରହୁଥିଲା । ପ୍ରାଚୀନ ଓଡ଼ିଶା କହିଲେ ପୂର୍ବେ ଗଙ୍ଗାରୁ ଗୋବଦରୀ ଯାଏଁ କୁହା ଯାଉଥିଲା । ରୀତିନୀତି ଓ ପରମ୍ପରା ଉତ୍ତର ଭାରତୀୟ ବ୍ରାହ୍ମଣମାନଙ୍କ ରିତି ନୀତି ପରି । ଖଣ୍ଡାୟତମାନଙ୍କ କେତେକ ସାଧାରଣ ଗୋତ୍ର ହେଲା ଭରଦ୍ୱାଜ, କୌଣ୍ଡିନ୍ୟ (ଭ୍ରମ ବଶତଃ କୌନସ୍ୟ ବୋଲି ଲୋକାଚାରରେ ପ୍ରଚଳିତ), ବାତ୍ସ୍ୟ,ମୁଦ୍ଗଳସ୍ୟ , ଗୌତମସ୍ୟ, ବଶିଷ୍ଠ, କଶ୍ୟପ, ଅତ୍ରେୟ , ଗାଙ୍ଗସ୍ୟ , ନାଗସ୍ୟ ଅଥବା ବିନାୟକ ।

ପାଇକ ଆଖଡ଼ା ସମ୍ପାଦନା

ଓଡ଼ିଆରେ ପାଇକର ଅର୍ଥ ଯୋଦ୍ଧା । ପାଇକ ଆଖଡ଼ାରେ ପାଇକମାନେ ଯୁଦ୍ଧାଭ୍ୟାସ ଏବଂ ଯୁଦ୍ଧକଳାର ପ୍ରଶିକ୍ଷଣ ନେଇଥାନ୍ତି । ପାଇକମାନେ ଖଣ୍ଡାୟତ ଥିଲେ ଓ ଯୁଦ୍ଧବିଦ୍ୟାରେ ନିପୁଣ ଥିଲେ ।[୨][୩][୪]

ଆଧାର  ସମ୍ପାଦନା

  1. Bailey, Frederick George (1970).
  2. Mohapatra, Dr. Hemanta Kumar (December 2014).
  3. Indian Association of Kickboxing Organisations, 9 February 2013.
  4. Eaton, Richard Maxwell (2015).