ଖଣ୍ଡାଧାର ଜଳପ୍ରପାତ

ଖଣ୍ଡାଧାର ଜଳପ୍ରପାତ ସୁନ୍ଦରଗଡ଼ ଜିଲାରେ ଥିବା ଓଡ଼ିଶାର ଏକ ପ୍ରମୁଖ ଜଳପ୍ରପାତ ।[୧]

ଖଣ୍ଡାଧାର ଜଳପ୍ରପାତ
ଅବସ୍ଥାନସୁନ୍ଦରଗଡ଼ ଜିଲା, ଓଡ଼ିଶା, ଭାରତ
ପ୍ରକାରଘୋଡ଼ା ଲାଞ୍ଜ ପରି
ଉଚ୍ଚତା244 ମି[convert: unknown unit]
ଖାଲମାନଙ୍କ ସଂଖ୍ୟା
ଝରଣାକୋରାପାଣି ନାଳ

ଉଚ୍ଚତା ଓ ଅବସ୍ଥାନ ସମ୍ପାଦନା

ଏହାର ଉଚ୍ଚତା ହାରାହାରି ୮୦୦ ଫୁଟ(୨୪୪ ମିଟର)[୨] ଏବଂ ଏହା ରାଉରକେଲାରୁ ୯୦ କିଲୋମିଟର ଦୂରତାରେ ଅବସ୍ଥିତ ।ଏହାକୁ ଭାରତର ନବମ ଉଚ୍ଚତମ ଜଳପ୍ରପାତ ମଧ୍ୟ କୁହା ଯାଏ ।

କିମ୍ବଦନ୍ତୀ ସମ୍ପାଦନା

ଲୋକକଥା ଅନୁଯାୟୀ, ସୁନ୍ଦରଗଡ଼ ପାହାଡ଼ିଆ ଅଞ୍ଚଳରେ ଠାକୁରାଣୀ "କଙ୍କାଳ ଦେବୀ" ବାସ କରୁଥିଲେ । ବଡ଼ ବଡ଼ ଗଛ, ପଥର, ମାଟି ଯାହା ପାଉଥିଲେ, ସେ ଖାଇ ଯାଉଥିଲେ । ଏତଦ୍ୱାରା, ସେ ଅଞ୍ଚଳର ଅଧିବାସୀ "ପାହାଡି ଭୂୟାଁ" ଜନଜାତିର ଲୋକମାନେ ଅତିଷ୍ଟ ହୋଇ ପଡିଥିଲେ ।[୩] ସେମାନେ, ଠାକୁରାଣୀଙ୍କୁ ନେଇ ଏକ ବଡ଼ ଶିଳା ଉପରେ ରଖିଲେ । ସେହି ଶିଳାକୁ ଠାକୁରାଣୀ ମଝିରୁ ଖାଇଦେବାରୁ ଏକ ଗାତ ସୃଷ୍ଟି ହୋଇ, ପାହାଡ଼ ତଳକୁ ପାଣି ବୋହିବାକୁ ଲାଗିଲା । ପ୍ରାୟ ୮୦୦ଫୁଟ ଉପରୁ ତଳକୁ ପଡୁଥିବା ପାଣି ଠିକ ଏକ ଖଣ୍ଡାର ଧାର ଭଳି ଦେଖାଯାଏ ।[୪] ତେଣୁ, ଏହି ଜଳପ୍ରପାତର ନାମ "ଖଣ୍ଡାଧାର" ରହିଛି । ପାହାଡ଼ ଉପରର ଏହି ଚିରସ୍ରୋତା ଜଳ ଉତ୍ସର ନାମ "କୋରାପାଣି ନାଳ" । ଏହି ପାଣି ଧାର ଉପରେ ସୂର୍ଯ୍ୟକିରଣ ପଡି ଏକ ଭାସମାନ ଇନ୍ଦ୍ରଧନୁ ଭଳି ଦେଖାଯାଏ ।[୫]

ଗମନାଗମନ ବ୍ୟବସ୍ଥା ସମ୍ପାଦନା

ଖଣ୍ଡାଧାର ପହଞ୍ଚିବାକୁ ହେଲେ ପ୍ରଥମେ ରାଉରକେଲା ଯାଇ ସେଠାରୁ ଜାତୀୟ ରାଜପଥ ୨୩ରେ ଲହୁଣିପଦା ଯାଏ ଯିବାକୁ ହେବ । ସେଠାରୁ ଡାହାଣକୁ ଲାଳେଇ ଛକ ଯାଏ ଯାଇ ବାମ ପାର୍ଶ୍ୱ ରାସ୍ତାରେ ଗଲେ ଖଣ୍ଡାଧାର ପଡିବ । ଲହୁଣିପଦାରୁ ଯାଇଥିବା ରାସ୍ତା କେବଳ ଗ୍ରୀଷ୍ମକାଳୀନ ରାସ୍ତା । ଏହା ପକ୍କା ରାସ୍ତା ନୂହେଁ

[୬]

ଅନିୟନ୍ତ୍ରୀତ ଖଣି ଖନନ, ଖଣ୍ଡାଧାର ଜଳପ୍ରପାତ ପ୍ରତି ବିପଦ ସୃଷ୍ଟି କରୁଛି ।[୭]

ଆଧାର ସମ୍ପାଦନା

  1. "khandadhar-falls". Archived from the original on 2016-03-05. Retrieved 2011-12-02.
  2. http://www.worldwaterfalldatabase.com/country/India/
  3. N. Patnaik (1980). Hand Book on the Pauri Bhuinya: An Anthropological Study of the Primitive Section of the Bhuinya Tribe of Orissa. Tribal & Harijan Research-cum-Training Institute.
  4. http://www.rourkelacity.com/visitors/where-to-visit/khandadhar-waterfal/
  5. "ଖଣ୍ଡାଧାର". ସମ୍ବାଦ ୦୧/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 1 July 2015. Archived from the original on 4 March 2016. Retrieved 1 July 2015.
  6. http://www.trodly.com/india/destination-4877/khandadhar-falls
  7. Padmaja Mishra (1 January 2006). Natural Resources and Economic Development. Deep & Deep. pp. 188–. ISBN 978-81-7629-780-6.