କ୍ୟୁବା କାରବୀୟାନରେ ଥିବା ଏକ ଦେଶ । ଏହା ଆଖୁ ଚାଷ ପାଇଁ ପ୍ରସିଦ୍ଧ ।

Flag of
Flag
ଜାତୀୟ ସଙ୍ଗୀତ: La Bayamesa
ରାଜଧାନୀହାଭାନା
ସରକାରୀ ଭାଷାSpanish
ଜାତୀୟତାCuban, cubain, cubano, kubai, cubaner, cubà, Kubano, Kubeänan, كوبي, كوبية, كوبيون, кубинцы, кубинець, кубинка, кубинці, cubana, קובני, קובנית, cubanezi, cubanez, cubaneză, কিউবান, cubano, cubana, cubani, cubane, κουβανός, κουβανοί, κουβανή, κουβανές, cuban, Kubano, cubanu, cubana, kubanar, cubanar, Cubain, Cubaine, Kubanerin, Kubaner, cubana, cubane, cubani, cuban
ରାସ୍ତା ଚାଲିବା ପାଖvehicles drive on the left or right of the road
ଟେଲିଫୋନ କୋଡ଼+53
କ୍ୱିବା ପତାକା
କ୍ୱିବା ଅବସ୍ଥିତି

ସଂକ୍ଷିପ୍ତ ପରିଚୟସମ୍ପାଦନ କରନ୍ତୁ

୧୪୯୨ରେ ଖ୍ରୀଷ୍ଟଫର କଲମ୍ବସ୍ ଏହି ଦ୍ୱୀପକୁ ଆବିଷ୍କାର କରିଥିଲେ।ପରେ ଏହାକୁ ସ୍ପେନ୍ ଅଧିକାର କରି ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ଚଳାଇଥିଲା।ଏହି ସମୟରେ ଆଫ୍ରିକାରୁ ହଜାର ହଜାର କ୍ରୀତଦାସଙ୍କୁ ଅଣାଯାଇ ଚା' ଓ କଫି ଚାଷରେ ଲଗାଯାଉଥିଲା।୧୮୯୮ରେ ଏହି ଦେଶକୁ ନେଇ ସ୍ପେନ୍ ଓ ଆମେରିକା ମଧ୍ୟରେ ଯୁଦ୍ଧ ହୋଇଥିଲା।ଏଥିରେ ଆମେରିକା ବିଜୟୀ ହୋଇଥିଲା। ୧୯୦୨ରେ କ୍ୟୁବାର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା।ପରବର୍ଷ ଅର୍ଥାତ ୧୯୦୩ରେ ଏହା ଆମେରିକାଠାରୁ ସ୍ୱାଧୀନ ହୋଇଥିଲା।୧୯୭୦ରୁ୮୦ ଦଶକ ପର୍ଯ୍ୟନ୍ତ ସୋଭିଏତ ଋଷର ସହଯୋଗରେ ଦେଶରେ କମ୍ୟୁନିଷ୍ଟ ଶାସନ ପ୍ରଚଳନ ଥିଲା।୨୦୦୮ରେ କ୍ୟୁବାରେ ଗୃହଯୁଦ୍ଧ ଦେଖାଦେଇଥିଲା।ଦେଶରଏହି କମ୍ୟୁନିଷ୍ଟ ଆନ୍ଦୋଳନକୁ ଋଷ ସମର୍ଥନ କରିଥିଲା।୧୯୯୦ ପର୍ଯ୍ୟନ୍ତ ଦେଶରେ ଅସ୍ଥିରତା ଓ ଆର୍ଥିକ ଦୁର୍ଗତି ଦେଖାଦେଇଥିଲା। ଏପଟେ ଆମେରିକା ଓ କ୍ୟୁବା ମଧ୍ୟରେ ସମ୍ପର୍କ ତିକ୍ତ ହେବାକୁ ଲାଗିଲା। ୨୦୧୪ରେ ପ୍ରାୟ ୨୦୦୦ରୁ ଅଧିକ କ୍ୟୁବାର ଧୀବରମାନଙ୍କୁ ଆମେରିକା ତଟରକ୍ଷୀ ବାହିନୀ ଗିରଫ କରିଥିଲେ।ତେବେ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ପଦ ସମ୍ଭାଳିଲା ପରେ କ୍ୟୁବା ଓ ଆମେରିକାର କୁଟନୈତିକ ସମ୍ପର୍କ ସୁଧୁରିବାରେ ଲାଗିଲା।ଏବେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଉତ୍ତମ ରହିଛି।

ଭୂଗୋଳସମ୍ପାଦନ କରନ୍ତୁ

ଏହା କାରବୀୟାନ ସାଗର ମଧ୍ୟରେ ଅବସ୍ଥିତ ଏକ ଛୋଟ ଦ୍ୱୀପ।ଏହାର ଆୟତନ ୧୦୯.୮୮୬ବର୍ଗ କିଲୋମିଟର ଏବଂ ଜନସଂଖ୍ୟା ପ୍ରାୟ୧୧.୨ନିୟୁତ।

ପ୍ରାସାସନିକ ବିଭାଜନସମ୍ପାଦନ କରନ୍ତୁ

ଏହି ଦେଶରେ ରାଷ୍ଟ୍ରପତି ହେଉଛନ୍ତି ଦେଶର ମୁଖ୍ୟ।ସେ କାଉନସିଲ ଅଫ ଷ୍ଟେଟକାଉନସିଲ ଅଫ ମିନିଷ୍ଟରର ଅଧକ୍ଷ ଅଟନ୍ତି।ଏଠାରେ କାଉନସିଲ ଅଫ ଷ୍ଟେଟର ସଦସ୍ୟ ସଂଖ୍ୟା୨୮ । ନ୍ୟାସନାଲ ଆସେମ୍ବଲିଦ୍ୱାରା ଏମାନେ ନିର୍ବାଚିତ ହୋଇଥାନ୍ତି। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନ୍ୟାସନାଲ ଆସେମ୍ବଲିଦ୍ୱାରା ୫ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି।

ଅର୍ଥନୀତିସମ୍ପାଦନ କରନ୍ତୁ

ଦେଶରେ ଆର୍ଥିକ ସଂସ୍କାର ପାଇଁ କ୍ୟୁବାର କମ୍ୟୁନିଷ୍ଟ ସରକାର ଉଦ୍ୟମ ଚଳାଇଛନ୍ତି।ପ୍ରାକୃତିକ ଗ୍ୟାସ୍ ଓ ପେଟ୍ରୋଲିୟମ ପାଇଁ କ୍ୟୁବା ଭେନେଜୁଆଲା ଉପରେ ନିର୍ଭରଶୀଳ।ଦେଶରେ ଚା', କଫି ଓ ଆଖୁ ଉତ୍ପାଦନ ହୋଇଥାଏ।ଏହାକୁ ବିଦେଶକୁ ରପ୍ତାନି କରି କ୍ୟୁବା ସରକାର ବୈଦେଶିକ ମୁଦ୍ରା ଅର୍ଜନ କରିଥାନ୍ତି।ସେହିପରି ସମୁଦ୍ରରୁ ମାଛ ଧରିବା ସେଠାକାର ବାସିନ୍ଦାମାନଙ୍କର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟ।ପର୍ଯ୍ୟଟନ ଶିଳ୍ପରୁ ମଧ୍ୟ ଦେଶର ସରକାର ବେଶ୍ କିଛି ବୈଦେଶିକ ମୁଦ୍ରା ଉପାର୍ଜନ କରିଥାନ୍ତି।