କ୍ଲୋରୋକ୍ୱିନ
କ୍ଲୋରୋକ୍ୱିନ ଏକ ଔଷଧ ଯାହା ମ୍ୟାଲେରିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ଯେଉଁଠାରେ ଏହି ଔଷଧର ପ୍ରଭାବ ଥାଏ ।[୧] କେତେକ ଧରଣର ମ୍ୟାଲେରିଆ, ପ୍ରତିରୋଧକାରୀ ଜାତି ଓ ଜଟିଳ କେଶ୍ ଥଲେ ଅନ୍ୟ ଔଷଧ ବା ଅଧିକ ଔଷଧ ଆବଶ୍ୟକ ହୁଏ । ମ୍ୟାଲେରିଆ ବ୍ୟତୀତ ରିଉମାଟଏଡ ଆର୍ଥ୍ରାଇଟିସ, ଲୁପସ ଏରିଦମାଟୋସିସ ଓ ଅନ୍ତନଳୀ ବାହାରେ ହେଉଥିବା ଆମିବା ବ୍ୟାଧି (amebiasis) ରୋଗମାନଙ୍କରେ ମଧ୍ୟ ଏହି ଔଷଧ ଦିଆଯାଏ । ଏହାକୁ ପାଟିରେ ଦିଆଯାଏ । [୧]
Clinical data | |
---|---|
Pronunciation | /ˈklɔːrəkwɪn/ |
Trade names | Aralen |
AHFS/Drugs.com | monograph |
data |
|
ATC code | |
Legal status | |
Legal status |
|
Pharmacokinetic data | |
Metabolism | Liver |
Elimination half-life | 1–2 months |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.000.175 |
Chemical and physical data | |
Formula | C18H26ClN3 |
Molar mass | 319.872 g/mol |
3D model (JSmol) | |
| |
| |
(verify) |
ମାଂସପେଶୀ ସମସ୍ୟା, ଅରୁଚି, ତରଳ ଝାଡ଼ା ଓ ଚର୍ମ ପିତ୍ତିକା ବା ରାସ୍ ଇତ୍ୟାଦି ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଦୃଷ୍ଟି ସମସ୍ୟା, ମାଂସପେଶୀ କ୍ଷତି, ଅପସ୍ମାର ବାତ ଓ ସ୍ୱଳ୍ପ ରକ୍ତ କଣିକା ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାପଡ଼ୁଥିଲେ ମଧ୍ୟ ସେ ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । କ୍ଲୋରୋକ୍ୱିନ ଔଷଧ ୪- ଆମିନୋକ୍ୱିନୋଲିନ ଶ୍ରେଣୀର ଏକ ଔଷଧ । ଅଲୈଙ୍ଗିକ (asexual) ମ୍ୟାଲେରିଆ ପରଜୀବି ଉପରେ ଏହା କାମ କରେ ।[୧]
ସନ ୧୯୩୪ରେ କ୍ଲୋରୋକ୍ୱିନ ଆବିଷ୍କୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୧] ଏହାର ହୋଲସେଲ ମୂଲ୍ୟ ପ୍ରାୟ ୦.୦୪ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୫.୩୦ ଆମେରିକୀୟ ଡଲାର ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Aralen Phosphate". The American Society of Health-System Pharmacists. Retrieved Dec 2, 2015.
- ↑ Zumla, edited by Gordon C. Cook, Alimuddin I. (2009). Manson's tropical diseases (22nd ed.). [Edinburgh]: Saunders. p. 1240. ISBN 9781416044703.
{{cite book}}
:|first1=
has generic name (help)CS1 maint: multiple names: authors list (link) - ↑ "WHO Model Lists of Essential Medicines". World Health Organization (in ବ୍ରିଟିଶ୍ ଇଂରାଜୀ). Retrieved 2015-11-05.
- ↑ "Chloroquine (Base)". International Drug Price Indicator Guide. Retrieved 4 December 2015.[permanent dead link]