କ୍ଲୋରିନ ବେସ କମ୍ପାଉଣ୍ଡ

କ୍ଲୋରିନ ବେସ କମ୍ପାଉଣ୍ଡସ (ଇଂରାଜୀ ଭାଷାରେ Chlorine base compounds, ଅନ୍ୟ ନାମ କ୍ଲୋରିନ ରିଲିଜିଙ୍ଗ କମ୍ପାଉଣ୍ଡ/ chlorine-releasing compounds) ସମୂହ ଏକ ରାସାୟନିକ (chemicals) ଦଳ ଯେଉଁମାନଙ୍କଠାରୁ କ୍ଲୋରିନ (chlorine) ନିର୍ଗତ ହୁଏ । ଏଗୁଡ଼ିକ ମୂଖ୍ୟତଃ ବିଶୋଧନ କାମରେ ନିୟୋଜିତ ହୁଏ ଯେପରି ଜଳ ବିଶୋଧନ (disinfect water), ଡାକ୍ତରୀ ଯନ୍ତ୍ରପାତି (medical equipment) ଓ ବାହ୍ୟ ଭାଗ (suface areas) ।[୧] ଜୈବ ପଦାର୍ଥମାନଙ୍କ (organic matter) ଉପସ୍ଥିତିରେ ଏମାନଙ୍କ ପ୍ରଭାବ କମିଯାଏ ।[୨] ଏଗୁଡ଼ିକ ପାଉଡର ଆକାରରେ ମିଳେ ଯାହା ବ୍ୟବ‌ହାର କରିବା ପୂର୍ବରୁ ଜଳ (water) ସ‌ହିତ ମିଶେଇ ଦିଆଯାଏ ।[୧]

କ୍ଲୋରିନ ବେସ କମ୍ପାଉଣ୍ଡ
One brand of chlorine based bleach
Clinical data
Drug classdisinfectant
ATC code

ଏହା ସଂସ୍ପର୍ଷରେ ଆସିଲେ ଚମରେ ଜ୍ୱାଳା ଓ ଆଖିରେ (eye) ରାସାୟନିକ ଦଗ୍ଧ (chemical burns) ଇତ୍ୟାଦି ପ୍ରତିକ୍ରିୟା ହୋଇପାରେ ।[୧] ଏହା ଯୋଗୁ କ୍ଷୟ (corrosion) ମଧ୍ୟ ହୋଇପାରେ, ଏଣୁ ବ୍ୟବ‌ହାର ପରେ ଧୋଇ ସଫାକରିନେବା ଉଚିତ ।[୨] ଏହି ଦଳର ସଦସ୍ୟମାନଙ୍କ ନାମ ସୋଡ଼ିଅମ ହାଇପୋକ୍ଲୋରାଇଟ (sodium hypochlorite), କ୍ଲୋରାମିନ (chloramine), ହାଲାଜୋନ (halazone), କ୍ଲୋରିନ ଡାଇଅକ୍ସାଇଡ (chlorine dioxide) ଓ ସୋଡ଼ିଅମ ଡାଇକ୍ଲୋରୋଆଇସୋସାଇନୁରେଟ (sodium dichloroisocyanurate) ।[୧][୩] ଅନେକ ଅଣୁଜୀବ (microorganisms) ସ‌ହିତ ଜୀବାଣୁ ସ୍ପୋରମାନଙ୍କ (bacterial spores) ବିରୁଦ୍ଧରେ ଏଗୁଡ଼ିକ କାମ କରନ୍ତି ।[୩][୨]

ସନ ୧୯୧୫ରେ କ୍ଲୋରିନ ବେସ କମ୍ପାଉଣ୍ଡ ପ୍ରଥମେ ବ୍ୟବ‌ହାର କରାଗଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫୦୦ମି:ଗ୍ରା:ର ହୋଲସେଲ ମୂଲ୍ୟ ୦.୦୧ରୁ ୦.୦୨ ଆମେରିକୀୟ ଡଲାର ।[୬] ଏଗୁଡ଼ିକ ଚିକିତ୍ସା କ୍ଷେତ୍ର ଓ ଖାଦ୍ୟ ଉଦ୍ୟୋଗରେ ବ‌ହୁଳ ଭାବରେ ବ୍ୟବ‌ହାର କରାଯାଏ ।[୩]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ WHO Model Formulary 2008 (PDF). World Health Organization. 2009. pp. 323–324. ISBN 9789241547659. Retrieved 8 January 2017.
  2. ୨.୦ ୨.୧ ୨.୨ Hayes, Richard (2013). Food Microbiology and Hygiene (in ଇଂରାଜୀ) (2 ed.). Springer Science & Business Media. p. 361. ISBN 9781461535461.
  3. ୩.୦ ୩.୧ ୩.୨ Block, Seymour Stanton (2001). Disinfection, Sterilization, and Preservation (in ଇଂରାଜୀ). Lippincott Williams & Wilkins. p. 1082. ISBN 9780683307405.
  4. Alexander, Martin; Bloom, Barry R.; Hopwood, David A.; Hull, Roger; Iglewski, Barbara H.; Laskin, Allen I.; Oliver, Stephen G.; Schaechter, Moselio; Summers, William C. (2000). Encyclopedia of Microbiology, Four-Volume Set (in ଇଂରାଜୀ) (2 ed.). Academic Press. ISBN 9780080548487.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Chloramine". International Drug Price Indicator Guide. Retrieved 8 December 2016.[permanent dead link]