କ୍ଲେମାଷ୍ଟାଇନ, ମେକଲାଷ୍ଟିନ ନାମରେ ମଧ୍ୟ ଜଣାଶୁଣା, ଆଲର୍ଜିକ ନାକ ପ୍ରଦାହ ବା ଘାସ ଜ୍ୱର ଏବଂ ହାଇଭ୍‌ସ ଭଳି ଆଲର୍ଜି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] [୨] ସାଧାରଣ ଶର୍ଦ୍ଦିର ଲକ୍ଷଣ ପାଇଁ ମଧ୍ୟ ଏହା ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୧]

କ୍ଲେମାଷ୍ଟାଇନ
Clinical data
Trade namesTavegil, Dayhist, Tavist, others
SynonymsClemastine fumarate, meclastin, mecloprodin
AHFS/Drugs.commonograph
MedlinePlusa682542
Pregnancy
category
  • US: B (No risk in non-human studies)
Routes of
administration
By mouth
Legal status
Legal status
  • OTC
Pharmacokinetic data
Bioavailability39.2%
MetabolismLiver
Elimination half-life21.3 hours
ExcretionKidney
Identifiers
  • (2R)-2-{2-[(1R)-1-(4-chlorophenyl)-1-phenylethoxy]ethyl}-1-methylpyrrolidine
Chemical and physical data
FormulaC21H26ClNO
Molar mass୩୪୩.୯0 g·mol−1
3D model (JSmol)
  • Clc1ccc(cc1)[C@](OCC[C@@H]2N(C)CCC2)(c3ccccc3)C
  • InChI=1S/C21H26ClNO/c1-21(17-7-4-3-5-8-17,18-10-12-19(22)13-11-18)24-16-14-20-9-6-15-23(20)2/h3-5,7-8,10-13,20H,6,9,14-16H2,1-2H3/t20-,21-/m1/s1 checkY
  • Key:YNNUSGIPVFPVBX-NHCUHLMSSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ସମନ୍ୱୟ ଅଭାବ ଏବଂ ପେଟ ଖରାପ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା, ଶୁଖିଲା ପାଟି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତିର କୌଣସି ପ୍ରମାଣ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ସ୍ତନ୍ୟପାନ କରାଇବା ସମୟରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[୩] ଏହା ପ୍ରଥମ ପିଢ଼ିର ଏକ ଆଣ୍ଟିହିଷ୍ଟାମିନ ଔଷଧ।[୩]

କ୍ଲେମାଷ୍ଟାଇନ ୧୯୬୦ ମସିହାରେ ପେଟେଣ୍ଟ ହୋଇ ୧୯୬୭ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବ‌ହାର ଆରମ୍ଭ କରା‌ଯାଇଥିଲା ।[୫] ଏହା ଏକ ଜେନେରିକ୍ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୧ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୭ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮ ଡଲାର ଥିଲା ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ BNF 81: March-September 2021. BMJ Group and the Pharmaceutical Press. 2021. p. 300. ISBN 978-0857114105.
  2. "Clemastine [USAN:INN:BAN]". Archived from the original on 2 May 2021. Retrieved 5 January 2022.
  3. ୩.୦ ୩.୧ ୩.୨ ୩.୩ ୩.୪ "Clemastine Monograph for Professionals". Drugs.com (in ଇଂରାଜୀ). Archived from the original on 12 June 2021. Retrieved 5 January 2022.
  4. "Clemastine Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 5 January 2022.
  5. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 547. ISBN 9783527607495. Archived from the original on 2021-08-29. Retrieved 2021-08-25.
  6. "Clemastine Prices, Coupons & Savings Tips - GoodRx". GoodRx. Retrieved 5 January 2022.