କ୍ଲାଭିକ୍ଲ ଅସ୍ଥି ଭଗ୍ନ

କ୍ଲାଭିକ୍ଲ ଅସ୍ଥି ଭଗ୍ନ (ଇଂରାଜୀ ଭାଷାରେ clavicle fracture, also known as a broken collarbone) କୁହାଯାଏ ଯେତେବେଳେ କୌଣସି କାରଣରୁ କ୍ଲାଭିକ୍ଲ (clavicl) ଅସ୍ଥି ଭଗ୍ନ ହୋଇଯାଏ ।[୧] ସାଧାରଣତଃ ଭଙ୍ଗା ସ୍ଥାନରେ ଯନ୍ତ୍ରଣା ହୁଏ ଓ ପ୍ରଭାବିତ ସ୍ଥାନ ପାର୍ଶ୍ୱର ବାହୁ ଅଚଳ ହୋଇଯାଏ ।[୧] ଆଘାତ ଜଟିଳ ହେଲେ ନିମୋଥୋରାକ୍ସ, ପାର୍ଶ୍ୱବର୍ତ୍ତୀ ରକ୍ତନଳୀ ଓ ସ୍ନାୟୁ ଆଘାତପ୍ରାପ୍ତ ଓ ସେହି ସ୍ଥାନର ଆକାର ଅସୁନ୍ଦର ହୋଇଯାଏ ।[୩]

କ୍ଲାଭିକ୍ଲ ଅସ୍ଥି ଭଗ୍ନ (Clavicle fracture)
ଭଙ୍ଗା କଲାରବୋନେ (Broken collarbone)[୧]
କ୍ଲାଭିକ୍ଲ ଅସ୍ଥି ଭଗ୍ନର ଏକ୍ସ‌-ରେ ଚିତ୍ର
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine)
ଲକ୍ଷଣଯନ୍ତ୍ରଣା, ପ୍ରଭାବିତ ବାହୁ ଅଚଳ [୧]
ଆକ୍ରାନ୍ତ ସମୟହଠାତ୍[୨]
କାରଣକାନ୍ଧ ଉପରେ ପତନ, ସିଧା ବାହୁ ପତନ ବା ଆଘାତ ସିଧା ଆଘାତ [୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ, ଏକ୍ସ-ରେ (X-ray)[୩]
ଚିକିତ୍ସାଯନ୍ତ୍ରଣା ନିବାରକ ଔଷଧ (Pain medication), ସ୍ଲିଙ୍ଗ (sling), ଅପରେଶନ[୧][୩]
Prognosisସମ୍ପୁର୍ଣ୍ଣ ସୁସ୍ଥ ହେବାକୁ ପ୍ରାୟ ୬ ମାସ[୨]
ପୁନଃପୌନିକବୟସ୍କ ଲୋକଙ୍କ ଅସ୍ଥି ଭଗ୍ନ ସଂଖ୍ୟାର ୫% ଓ ପିଲାଙ୍କ ଅସ୍ଥି ଭଗ୍ନ ସଂଖ୍ୟାର ୧୩%[୧][୨]

କାନ୍ଧ ଉପରେ ପଡ଼ିଗଲେ ବା ଉର୍ଦ୍ଧ୍ୱ ଅବୟବ ସିଧା ଥାଇ ପଡ଼ିଗଲେ ବା ଅସ୍ଥି ଉପରେ ସଳଖ ଆଘାତ ପାଇଲେ ଏହି ହାଡ଼ ଭାଙ୍ଗିଯାଏ ।[୧][୨] ଶିଶୁ ଜନ୍ମ (ଶିଶୁ ଜନ୍ମ) ହେଉଥିବା ସମୟରେ ମଧ୍ୟ ଭାଙ୍ଗିଯାଏ ।[୧] ଅଧିକାଂଶ ସମୟରେ ମଧ୍ୟଅସ୍ଥି ଭାଙ୍ଗିଯାଏ (middle section) ।[୨] ଲକ୍ଷଣ ଓ ଚିହ୍ନ ଦେଖି ତ‌ଥା ଏକ୍ସ-ରେ (X-ray) ଦେଖି ଭଙ୍ଗା ନିର୍ଣ୍ଣୟ କରିହୁଏ ।[୩]

କ୍ଲାଭିକ୍ଲ ଅସ୍ଥି ଭଗ୍ନ ହେଲେ ସାଧାରଣତଃ ଗୋଟିଏ ସ୍ଲିଙ୍ଗ ବା ଅଗ୍ରବାହୁ ଝୁଲେଇ କରି (sling) ପ୍ରାୟ ୩ ସପ୍ତାହ ରଖିଦେଲେ ହାଡ଼ ଯୋଡ଼ିହୋଇଯାଏ ।[୧][୩] ଯନ୍ତ୍ରଣା ନିବାରଣ ନିମନ୍ତେ ପାରାସେଟାମୋଲ ଦିଆଯାଏ ।[୧] ଏହି ଅସ୍ଥି ସାଧାରଣ ହେବାକୁ ପ୍ରାୟ ଅତି କମ୍‌ରେ ୫ ମାସ ଲାଗେ । ଖୋଲା ଭଙ୍ଗା (open fracture) ଥିଲେ, ସ୍ନାୟୁ ବା ରକ୍ତ ନଳୀ ଆଘାତ ଥିଲେ ବା ଯୁବାବସ୍ଥାରେ ହାଡ଼ଟି ୧.୫ ସେମିରୁ ଛୋଟ ହୋଇଯାଇଥିଲେ ଅପରେଶନ କରିବା ଦରକାର ହୁଏ ।[୨][୧][୪]

ସାଧାରଣତଃ ୨୫ ବର୍ଷରୁ କମ୍ ବା ୭୦ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କର କ୍ଲାଭିକ୍ଲ ଅସ୍ଥି ଭଗ୍ନ ଅଧିକ ହୁଏ ।[୩][୨] ଅଳ୍ପ ବୟସ୍କ ଲୋକଙ୍କ ମଧ୍ୟରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ଅଧିକ ଭଙ୍ଗା ଦେଖାଯାଏ । [୨] ଯୁବାବସ୍ଥାରେ ୫ % ଲୋକଙ୍କର ଭଙ୍ଗା ହେଉଥିଲେ, ପିଲାଙ୍କ ଭଙ୍ଗା ୧୩ % ଭଙ୍ଗା ହେବା ଦେଖାଯାଏ ।[୧][୨]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ "Clavicle Fracture (Broken Collarbone)-OrthoInfo - AAOS". orthoinfo.aaos.org. Dec 2016. Archived from the original on 4 September 2017. Retrieved 26 September 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Paladini P, Pellegrini A, Merolla G, Campi F, Porcellini G (January 2012). "Treatment of clavicle fractures". Translational Medicine @ UniSa. 2: 47–58. PMC 3728778. PMID 23905044.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Pecci M, Kreher JB (January 2008). "Clavicle fractures". American Family Physician. 77 (1): 65–70. PMID 18236824.
  4. Ropars M, Thomazeau H, Huten D (February 2017). "Clavicle fractures". Orthopaedics & Traumatology, Surgery & Research. 103 (1S): S53–S59. doi:10.1016/j.otsr.2016.11.007. PMID 28043849.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ