କ୍ରିସେଲ୍ଲେ ଆଲମେଇଦା

ଭାରତୀୟ ଅଭିନେତ୍ରୀ

କ୍ରିସେଲ୍ଲେ ଆଲମେଇଦା ଜଣେ ଭାରତୀୟ ଓ ଆମେରକୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ କଥାଚିତ୍ରରେ କାମ କରିବା ସହିତ ଆମେରକୀୟ ଦୂରଦର୍ଶନ ଧରାବାହିକରେ କାମ କରନ୍ତି ।

କ୍ରିସେଲ୍ଲେ ଆଲମେଇଦା
ଜନ୍ମ
ବୃତ୍ତିଅଭିନେତ୍ରୀ
ୱେବସାଇଟwww.chrisellealmeida.com

ଶିକ୍ଷା ସମ୍ପାଦନା

ଆଲମେଇଦା କନେକ୍ଟିକଟ-ଷ୍ଟୋରସ୍ ବିଶ୍ୱବିଦ୍ୟାଳୟରୁ ଅଭିନୟରେ ସ୍ନାତକୋତ୍ତର ହାସଲ କରିଥିଲେ ଏବଂ ଲସ୍ ଆଞ୍ଜେଲ୍ସର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ଅଭିନୟରେ ତାଙ୍କ ମାଷ୍ଟର ଅଫ୍ ଫାଇନ ଆର୍ଟ ପାଇଁ ସମ୍ପୂର୍ଣ୍ଣ ବୃତ୍ତି ଗ୍ରହଣ କରିଥିଲେ ।

ଅଭିନୟ ଜୀବନ ସମ୍ପାଦନା

ଆଲମେଇଦାଙ୍କ ଅଭିନୟ ଜୀବନରେ ହୁଏନ୍ କିରନ୍ ମେଟ୍ କାରେନ୍‌ରେ ସେ ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ କିରଣ ଭୂମିକାରେ ଅଭିନୟ କରିଥିଲେ, ଯିଏକି ଜଣେ ମହିଳା ପତ୍ରିକାରଙ୍କ ସହ ସମ୍ପର୍କ ରଖିଥିଲେ । ଏହି କଥାଚିତ୍ର ପାଇଁ ଭାରତରେ ଅନେକ ବିବାଦ ସୃଷ୍ଟି ହୋଇଥିଲା ।[୧][୨][୩] ୨୦୦୪ ମସିହାରେ ମୁକ୍ତିଲାଭ କରିଥିବା ଜୋନା ଫ୍ରିମ୍ୟାନଙ୍କ ନିର୍ଦ୍ଦେଶିତ ଫ୍ରାଙ୍କଲିନ୍ ଆବ୍ରାହମ୍‌ରେ ସେ ଇଣ୍ଡିଆ ଭୂମିକାରେ ଅଭିନୟ କରିଥିଲେ[୩] ଏବଂ ରବି କପୁରଙ୍କ ନିର୍ଦ୍ଦେଶିତ ୨୦୧୬ର କଥାଚିତ୍ର ମିସ୍ ଇଣ୍ଡିଆ ଆମେରିକାରେ ସେ ବିନ୍ଦୁ କପୁର ଭୂମିକାରେ ଅଭିନୟ କରିଥିଲେ । ଏକ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ସେ ଇଡିଲୱିଲ୍ଡ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ ।

ଦୂରଦର୍ଶନରେ ସେ ଦି ବିଗ୍ ବିଙ୍ଗ୍ ଥିଓରୀର "ଟ୍ରାନ୍ସପୋର୍ଟର୍ ମାଲ୍‌ଫଙ୍କସନ୍" ଅଧ୍ୟାୟରେ ସେ ରାଜ କୋଥ୍ରାପାଲୀଙ୍କର ହେବାକୁ ଥିବା ପତ୍ନୀ ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।[୪] ତାଙ୍କ ଅଭିନୀତ ଅନ୍ୟ ଧାରାବାହିକ ଗୁଡ଼ିକ ହେଉଛି; ଆରେଷ୍ଟ ଡେଭଲପ୍‌ମେଣ୍ଟ, କେଭ୍‌ମ୍ୟାନ୍, ଗ୍ରେସ୍ ଆନାଟୋମି, ମେଲିସା ଏବଂ ଜୋଏ, ଶୋ’ଟାଇମର ସେମ୍‌ଲେସ୍,[୫] ଗସିପ୍ ଗାର୍ଲ, ସେକ୍ସ ଆଣ୍ଡ ଦି ସିଟି ୨, ବଡି ଅଫ୍ ପ୍ରୁଫ୍ ଏବଂ ଲୋସିଲି ଏକ୍ଜାକ୍ଟଲି ନିକୋଲ

ମଞ୍ଚରେ, ସେ ନ୍ୟୁୟର୍କ ସହରରେ ଅବସ୍ଥାପିତ ଏକ ପେସାଦାର ଦକ୍ଷିଣ ଏସୀୟ କମ୍ପାନୀ ରାସା ଥିଏଟର ସହିତ କାମ କରନ୍ତି, ଯେଉଁଠି ସେ ଇଉଜିନ୍ ଓ’ନିଲ୍‌ଙ୍କ ନାଟକ ଆବୋର୍‌ସନ୍ ଏବଂ ସରୋଭର୍ ବାଙ୍କାଙ୍କ ନାଟକ ଦି ଏଣ୍ଡ୍ ଅଫ୍ ଅପର୍ନାସ୍‌ରେ କାମ କରିଛନ୍ତି ।[୬]

ଆଧାର ସମ୍ପାଦନା

  1. "Chriselle Almeida plays a lesbian in 'When Kiran met Karen'". MSN Entertainment. 21 January 2008. Archived from the original on 24 March 2008. Retrieved 2009-03-08.
  2. "Indian Lesbian Love Story Generates Hot Internet". Female First. March 12, 2008. Retrieved 6 March 2021.
  3. ୩.୦ ୩.୧ "'It is fun playing a Lesbian'". SantaBanta.com. January 25, 2008. Retrieved 6 March 2021.[permanent dead link]
  4. Vary, Adam B. (March 30, 2012). "'The Big Bang Theory': The problem with Raj". Entertainment Weekly. Retrieved 6 March 2021.
  5. Davies, Alex (October 4, 2019). "The Big Bang Theory: What happened to Raj's arranged wife Lakshmi?". Express. Retrieved 7 March 2021.
  6. Jones, Kenneth (January 29, 2004). "NYC's South Asian Troupe, Rasa Theater, Stages World Premiere One-Acts by O'Neill and Banka, Feb. 7-22". Playbill. Retrieved 6 March 2021.

ବାହାର ଲିଙ୍କ୍ ସମ୍ପାଦନା