କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍

୨୦୧୯ର ଓଡ଼ିଆ କଥାଚିତ୍ର

କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ରିଷ୍ଣା ରେଡ୍ଡୀ ।[୧] ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟର ପ୍ରଥମ ସଂସ୍କରଣରେ ବିଜୟୀ ହୋଇଥିବା ଓଡ଼ିଶାର ନୃତ୍ୟଶିଳ୍ପୀ ସଂଘ ପ୍ରିନ୍ ଡ୍ୟାନ୍ସ ଗ୍ରୁପର ସଂଘର୍ଷମୟ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ଚଳଚ୍ଚିତ୍ରଟି ।[୨] ଦିନ ମଜୁରିଆରୁ ଦେଶର ସର୍ବୋତ୍ତମ ନୃତ୍ୟଶିଳ୍ପୀ ପାଲଟିଥିବା ପ୍ରିନ୍ସ୍ ଡ୍ୟାନ୍ସ୍ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣାଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ‘କ୍ରିଷ୍ଣା, ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର’ ନିର୍ମାଣ କରାଯାଇଛି ।[୩] ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ ଶିକ୍ଷକ କ୍ରିଷ୍ଣା ରେଡ୍ଡୀ ଏହି ଚଳଚ୍ଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ଚଳଚ୍ଚିତ୍ରଟିର ସଂଳାପ କ୍ରିଷ୍ଣାଙ୍କ ସ‌ହ ଚନ୍ଦନ କୁମାର ରଚନା କରିଥିଲେ ।[୪] କ୍ରିଷ୍ଣା ଏବଂ ସାଇ ଲଖଣ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫]

କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍
ନିର୍ଦ୍ଦେଶକକ୍ରିଷ୍ଣା ରେଡ୍ଡୀ
ପ୍ରଯୋଜକକ୍ରିଷ୍ଣା ରେଡ୍ଡୀ
ସଂଳାପକ୍ରିଷ୍ଣା ରେଡ୍ଡୀ
ଚନ୍ଦନ କୁମାର
ଚିତ୍ରନାଟ୍ୟକ୍ରିଷ୍ଣା ରେଡ୍ଡୀ
କାହାଣୀକ୍ରିଷ୍ଣା ରେଡ୍ଡୀ
କଳାକାରକ୍ରିଷ୍ଣା ରେଡ୍ଡୀ
ସୂର୍ଯ୍ୟମୟୀ
ସୋମେଶ୍ୱର ରେଡ୍ଡୀ
ସଙ୍ଗୀତକ୍ରିଷ୍ଣା ରେଡ୍ଡୀ
ସାଇ ଲଖଣ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୬ ଅପ୍ରେଲ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ସମସ୍ତ କଳାକର ସମେତ କିଛି ବାହାର କଳାକାର ମଧ୍ୟ ଅଭିନୟ କରିଥିଲେ । ମୁଖ୍ୟ ଭୂମିକାରେ କ୍ରିଷ୍ଣା ଅଭିନୟ କରିଥିଲେ ଏବଂ ନାୟିକା ଭୂମିକାରେ ସୂର୍ଯ୍ୟମୟୀ ଅଭିନୟ କରିଥିଲେ ।[୫] ସୂର୍ଯ୍ୟମୟୀ ପ୍ରଥମେ ଏହି ଡ୍ୟାନ୍ସ ଗ୍ରୁପ୍‌ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ପରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୬]

ଅଭିନୟ ସମ୍ପାଦନ କରନ୍ତୁ

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ରିଷ୍ଣା ଏବଂ ସାଇ ଲଖଣ ।[୪] କୁମାର ଶ୍ରୀ ସାହୁ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଚଳଚ୍ଚିତ୍ରରେ ୬ଟି ଗୀତ ରହିଛି । ଏହି କଥାଚିତ୍ରଟିରେ ବନ୍ଦେ ଉତ୍କଳ ଜନନୀ ଏବଂ ବନ୍ଦେ ମାଆତରମ୍ ଭଳି ଗୀତକୁ ସ୍ଥାନିତ କରାଯାଇଥିଲା । କ୍ରିଷ୍ଣା ବେଉରା, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତାଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କତାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨][୩]

ଗୀତ ସମ୍ପାଦନ କରନ୍ତୁ

କ୍ରମଗୀତକବିଗାୟକସମୟ
1."କ୍ରିଷ୍ଣା"କୁମାର ଶ୍ରୀ ସାହୁଶଶାଙ୍କ ଶେଖର, ଅର୍ପିତା 
2."ବନ୍ଦେ ଉତ୍କଳ ଜନନୀ"   

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ "ପରଦାରେ ନୃତ୍ୟ". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Krishna New Odia Movie of Odisha's Prince Dance Group". Incredible Orissa. 16 November 2017. Retrieved 19 November 2017.
  3. ୩.୦ ୩.୧ http://www.samajalive.in/krishna-movie/34616.html
  4. ୪.୦ ୪.୧ "Mahurat of odia film Krishna was held recently". Odisha News Times. 14 November 2017. Retrieved 19 November 2017.
  5. ୫.୦ ୫.୧ "ନୃତ୍ୟଶିଳ୍ପୀର କାହାଣୀ". ସମାଜ. 19 November 2017. Retrieved 19 November 2017.
  6. "Krishna New Odia movie on Odishas Prince Dance Group-2017". www.nuaodisha.com. 16 November 2017. Retrieved 19 November 2017.

ବାହାର ଆଧାର ସମ୍ପାଦନ କରନ୍ତୁ