କୋପିନେଶ୍ଵର ମନ୍ଦିର, ଥାଣେ

ଏହା ଥାଣେରେ ଥିବା ଏକ ଶିବ ମନ୍ଦିର ଯାହାକୁ ସେଠାକାର ଅଧିବାସୀମାନେ ଭଗବାନ ମାନନ୍ତି ।

କୋପିନେଶ୍ୱର ମନ୍ଦିର ବା କୌପୀନେଶ୍ୱର ମନ୍ଦିର (ମରାଠୀ: कौपिनेश्वर मंदिर) ଥାଣେରେ ଥିବା ଏକ ମନ୍ଦିର ଯାହାକୁ ସେଠାକାର ଅଧିବାସୀମାନେ ଭଗବାନ ମାନନ୍ତି । ଏଠାରେ ଥିବା ଶିବଲିଙ୍ଗ ଭାରତର ମହାରାଷ୍ଟ୍ରରେ ସବୁଠାରୁ ବୃହତ ଶିବଲିଙ୍ଗ ।[୧]

ଶ୍ରୀ କୋପିନେଶ୍ୱର ମନ୍ଦିର (ଥାଣେ)
The main entrance of the Kopineshwar temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictThane
ଦେବାଦେବୀShiva
Location
StateMaharashtra
CountryIndia
କୋପିନେଶ୍ଵର ମନ୍ଦିର, ଥାଣେ is located in Mumbai
କୋପିନେଶ୍ଵର ମନ୍ଦିର, ଥାଣେ
Location within Mumbai region
ଭୌଗଳିକ ଅବସ୍ଥିତି19°11′35″N 72°58′37″E / 19.193°N 72.977°E / 19.193; 72.977
Architecture
Shilahara dynasty

ଇତିହାସ ସମ୍ପାଦନା

ଶିଲାହାର ରାଜବଂଶ ଏହି ମନ୍ଦିରକୁ ତୋଳେଇଥିଲେ । ଏହାର ନବୀକରଣ ୧୭୬୦ ମସିହାରେ କରାଯାଇଥିଲା ।[୨] ଚାନ୍ଦା ଓ ଦାନ ସଂଗ୍ରହ କରି ଗର୍ଭ ଗୃହ ସାମନାରେ ଥିବା ହଲର ପୁନର୍ନିମାଣ ୧୮୭୯ ମସିହାରେ ହୋଇଥିଲା । ପୁନଶ୍ଚ ଏହାର ନବୀକରଣ ୧୯୯୬ ମସିହାରେ କରାଯାଇଥିଲା ।[୧] ପୂର୍ବରୁ ମନ୍ଦିରଟି ମାଶୁଣ୍ଡା ହ୍ରଦ (ତାଲାଓ ପାଲି) କୂଳରେ ଥିଲା କିନ୍ତୁ ଏବେ ଏହା ମଝିରେ ଶିବାଜୀ ରାସ୍ତା ତିଆରି ହୋଇଛି ଯାହା ଥାଣେ ରେଲୱ୍ୟେ ଷ୍ଟେସନକୁ ଯାଇଛି ।[୩] ମନ୍ଦିରର ଦୁଇଟି ପ୍ରବେଶ ଦ୍ୱାର ଅଛି, ଗୋଟିଏ ମାସୁନ୍ଦା ହ୍ରଦ ଦିଗକୁ ଓ ଅନ୍ୟଟି ଯମ୍ଭଳୀ ନାକା ବଜାର ଦିଗକୁ ଅଛି ।

ମନ୍ଦିର ପରିସର ସମ୍ପାଦନା

ବଜାର ଦିଗକୁ ଥିବା ଫାଟକଠାରେ ନନ୍ଦୀ ବୃଷଭ ପ୍ରତିମୂର୍ତ୍ତି ଅଛି । ମନ୍ଦିରର ମୂଖ୍ୟ ଦେବତା ଶିବଙ୍କର ୪’-୩” ଉଚ୍ଚତା ଓ ୧୨ ଫିଟ ଗୋଳେଇର ଏକ ଶିବଲିଙ୍ଗ ଅଛି । ଏହି ମନ୍ଦିର ପରିସରରେ ବ୍ରହ୍ମା, ରାମ, ହନୁମାନ, ଶୀତଳା ଦେବୀ, ଉତ୍ତରେଶ୍ୱର (କାଶୀ ବିଶ୍ୱଲିଙ୍ଗେଶ୍ୱର), ଦତ୍ତାତ୍ରେୟ, ଗରୁଡ଼ ଓ କାଳୀ ମନ୍ଦିର ମଧ୍ୟ ଅଛି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ Gunde, Anupama (28 February 2014). "कौपिनेश्वर मंदिराचे होणार नूतनीकरण". Maharashtra Times (in Marathi). Retrieved 8 August 2015.{{cite news}}: CS1 maint: unrecognized language (link)
  2. "प्राचीन श्रीस्थानक ते आधुनिक ठाणे शहर" (in Marathi). Thane Municipal Corporation. Retrieved 8 August 2015.{{cite web}}: CS1 maint: unrecognized language (link)
  3. S. Kumar (2002). Journal of the Indian Institute of Architects, Volume 67. Indian Institute of Architects. Retrieved 8 August 2015.

ବାହ୍ୟ ଲିଙ୍କ ସମ୍ପାଦନା