କୋଣ୍ଡାପାଲି କଣ୍ଢେଇ
କୋଣ୍ଡାପାଲି କଣ୍ଢେଇ କାଠ ତିଆରି କଣ୍ଢେଇ ଆନ୍ଧ୍ର ପ୍ରଦେଶ ରାଜ୍ୟର ବିଜୟୱାଡ଼ା ନିକଟ କୃଷ୍ଣା ଜିଲାର କୋଣ୍ଡାପାଲି ଶିଳ୍ପଗ୍ରାମରେ ତିଆରି ହୁଏ । [୧] ସେଠାକାର ବୋମାଲା କଲୋନୀ କଣ୍ଢେଇ କଲୋନୀ TOYS COLONY(ଟଏଜ କଲୋନୀ) ଭାବେ ପରିଚିତ ଯେଉଁଠାରେ ଏହି ହସ୍ତଶିଳ୍ପ କାମ ହୁଏ । [୨] ଭାରତ ସରକାରଙ୍କ ଅଧିନରେ ଭାରତର ଭୌଗଳିକ ସଂକେତ ଭାବେ ପଂଜିକୃତ ହୋଇଛି । [୩][୪]ଏହି କଣ୍ଢେଇଗୁଡ଼ିକ ସଙ୍କରାନ୍ତି ଏବଂ ନବରାତ୍ରୀ ସମୟରେ ଏକ ଗୃହରେ ମେଳେଇ ସଜାଯାଏ । ଏହାକୁ ତେଲୁଗୁରେ ବୋମାଲା କୋଲୁବୁ କୁହାଯାଏ । [୫]
କୋଣ୍ଡାପାଲି କଣ୍ଢେଇ | |
---|---|
Geographical indication | |
Alternative names | କୋଣ୍ଡାପାଲି ବୋମାଲୁ, କୋଣ୍ଡାପାଲି ଖେଳଣା |
Description | ନରମ କାଠରେ ତିଆରି ନାମ ତା'ର ତେଲ୍ଲା ପନିକି |
Type | ହସ୍ତଶିଳ୍ପ |
Area | କୋଣ୍ଡାପାଲି, କୃଷ୍ଣା ଜିଲ୍ଲା, ଆନ୍ଧ୍ର ପ୍ରଦେଶ |
Country | ଭାରତ |
Material | କାଠ |
ଇତିହାସ
ସମ୍ପାଦନାଏହି ପାରମ୍ପରିକ କଳା ଦୀର୍ଘ ୪୦୦ ବର୍ଷ ପୂର୍ବର ବୋଲି ଅନୁମାନ କରାଯାଏ । ଏହି ଶିଳ୍ପୀମାନଙ୍କୁ ବ୍ରହ୍ମାଣ୍ଡ ପୁରାଣରେ ଉଲ୍ଲିଖିତ 'ଆର୍ଯ୍ୟକ୍ଷତ୍ରିୟ' କୁହାଯାଏ । .[୨] କୁହାଯାଏ ୧୬୦୦ ଖ୍ରୀ.ଅ.ରେ ସେମାନେ ରାଜସ୍ଥାନରୁ ପ୍ରବାସୀ ଅଟନ୍ତି ଏବଂ ସେମାନେ ମୁକ୍ତଋଷି (ଶିବଙ୍କଠାରୁ ହସ୍ତକଳା ବରଦାନ ପାଇଥିବା ଋଷି )ଙ୍କ ବଂଶଧାର ବୋଲି ଦାବୀ କରନ୍ତି । [୧]
କଣ୍ଢେଇ ତିଆରି
ସମ୍ପାଦନାତେଲ୍ଲା ପନିକି ନାମକ ଏହା ହାଲୁକା କାଠରୁ କଣ୍ଢେଇମାନ ତିଆରି ହୁଏ ଯାହା ପାଖ କୋଣ୍ଡାପାଲି ଜଙ୍ଗଲରୁ ମିଳେ । କାଠ ପ୍ରଥମେ ଖୋଦନ ହୁଏ ଏବଂ ଧାରଗୁଡ଼ିକ ପାଲିସ କରାଯାଏ । ପରେ ରଙ୍ଗ ଦିଆଯାଏ । ତେଲ ରଙ୍ଗ, ପାଣିମିଶା ତରଳ ରଙ୍ଗ, ରସାୟନିକ ଏନାମେଲ ରଙ୍ଗ ପରି ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରାଯାଏ । କେଉଁ ରଙ୍ଗ ଦିଆଯିବ କଣ୍ଢେଇର ପ୍ରକାର ଅନୁଯାୟୀ ଭିନ୍ନ ହୋଇଥାଏ । [୧][୬] ଶିଳ୍ପୀମାନେ ଧାର୍ମିକ ପ୍ରତିମା, ପଶୁ ପକ୍ଷୀ,ଶଗଡ଼ ଗାଡ଼ି, ଗ୍ରାମ୍ୟ ଜୀବନ ଆଦି ବିଷୟକୁ ନେଇ କଣ୍ଢେଇ ତିଆରି କରନ୍ତି । ବିଶେଷ କରି ଦଶାବତାର, ନୃତ୍ୟରତ କଣ୍ଢେଇ, ଆଦି ବେଶ ମନ ଲୋଭା ହୋଇଥାଏ । [୭]
ସ୍ଥିତି
ସମ୍ପାଦନାବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଶିଳ୍ପୀମାନେ ବହୁତ ପରିଶ୍ରମ କରି କମ ଆୟ କରନ୍ତି । ପାଶ୍ଚାତ୍ୟ କାରିଗରୀ ପ୍ରଭାବରେ ବଂଶଧର ଯୁବକମାନେ ପାରମ୍ପରିକ କଳା ବଞ୍ଚେଇରଖିବାକୁ ଆଉ ଆଦର କରୁନାହାନ୍ତି । ଆଧିନିକ ଯୁଗରେ ଚାହିଦା କମୁଥିବାରୁ ବ୍ୟବସାୟ ଲୀନ ହେବାକୁ ବସିଛି । [୮][୯]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ Guhan, V (21 June 2003). "Creative Kondapally". The Hindu. Archived from the original on 27 January 2016. Retrieved 27 January 2016.
- ↑ ୨.୦ ୨.୧ "Toying with heritage: No heir to Kondapalli's amazing art - Times of India". The Times of India. Kondapalli (Krishna). 19 May 2015. Retrieved 27 January 2016.
- ↑ "State Wise Registration Details of G.I Applications" (PDF). Geographical Indication Registry. p. 2. Retrieved 28 January 2016.
- ↑ "Geographical Indication". The Hans India. 23 January 2016. Retrieved 27 January 2016.
- ↑ "News Archives: The Hindu". www.hindu.com. 12 January 2011. Archived from the original on 26 June 2014. Retrieved 27 January 2016.
- ↑ Chandaraju, Aruna (27 January 2016). "Playing safe with local craft". Deccan Herald. Retrieved 27 January 2016.
- ↑ Banu, Saira (6 September 2009). "Treasure in traditional toys". The Hindu (in Indian English). Retrieved 27 January 2016.
- ↑ Devalla, Rani (23 January 2016). "Kalamkari saris in a new combination". The Hindu (in Indian English). Visakhapatnam. Retrieved 27 January 2016.
- ↑ "Tales that Kondapalli toys narrate". Deccan Herald. Retrieved 27 January 2016.