କୋଚିଲାଖାଇ
ଭାରତୀୟ ଉପଦ୍ୱୀପରେ ଦେଖାଯାଉଥିବା ଅନେକ ହର୍ଣ୍ଣବିଲ୍ମାନଙ୍କ ମଧ୍ୟରେ କୋଚିଲାଖାଇ ବା ଇଣ୍ଡିଆନ ଗ୍ରେ ହର୍ଣ୍ଣବିଲ୍ (Indian Grey Hornbill) ଅନ୍ୟତମ ।
Indian grey hornbill | |
---|---|
Male feeding a female at nest (Wagah Border, India) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Aves |
ଗଣ: | Bucerotiformes |
କୁଳ: | Bucerotidae |
ପ୍ରଜାତି: | Ocyceros |
ଜାତି: | O. birostris |
ବାଇନୋମିଆଲ ନାମ | |
Ocyceros birostris (Scopoli, 1786)
| |
Synonyms | |
Lophoceros birostris |
ଶାରୀରିକ ଗଢଣ
ସମ୍ପାଦନାପ୍ରାୟତଃ ବଡ଼ ବଡ଼ ବର ଏବଂ କାକପୋଇ ଗଛରେ ଦୁଇ ଦୁଇ ହଳ ହୋଇ ଏମାନେ ରହନ୍ତି । ଏହି ପକ୍ଷୀର ଶରୀରରେ ପାଉଁଶିଆ ରଙ୍ଗର ପର ଥାଏ ଏବଂ ଏହାର ପେଟ ହାଲକା ପାଉଁଶିଆ ବା ଧଳା ରଙ୍ଗର ହୋଇଥାଏ । ଏହାର ଥଣ୍ଟ ଚାରି ଆଙ୍ଗୁଳରୁ ଆଠ ଆଙ୍ଗୁଳ ପର୍ଯ୍ୟନ୍ତ ମୁନିଆ ଏବଂ ବକ୍ରାକାର ହୋଇଥାଏ , ଯାହା ଉପରେ ଏକ ଧାରୁଆ ଥଣ୍ଟପରି ଥାଏ । ଥଣ୍ଟ ଉପର ପଟ ଚେପଟା ଓ ପୋଲା । ଏହି ପକ୍ଷୀ ଓଡ଼ିଶାର ସବୁ ଜିଲ୍ଲାରେ ଦେଖିବାକୁ ମିଳିଥାନ୍ତି । କିନ୍ତୁ ଅନେକ ସମୟରେ ଏହି ପକ୍ଷୀ ସହରାଞ୍ଚଳରେ ମଧ୍ୟ ଦେଖାଦେଇଥାନ୍ତି । ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସହର ମଝିରେ ଥିବା ଅନେକ ବୃହତ ବୃକ୍ଷମାନଙ୍କରେ ଏମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ମିଳେ । ଏହା ଏକ ମଧ୍ୟମ ଆକାରର ପକ୍ଷୀ ଯାହା ପ୍ରାୟତଃ ଷାଠିଏ ସେମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । ଉଡ଼ିବା ସମୟରେ ଏହା ଡେଣା ଖୋଲିଲେ ପରସବୁ ଗାଢ଼ପାଉଁଶିଆ ରଙ୍ଗର ଦେଖାଯିବା ସହିତ ପରର ଅଗ ଧଳା ଦେଖାଯାଏ । ଏହି ପକ୍ଷୀର ଆଖି ଲାଲ କିମ୍ବା କଳା ରଙ୍ଗର ଦେଖାଯାଏ । ପୁରୁଷ ପକ୍ଷୀମାନଙ୍କ ଥଣ୍ଟ ଅପେକ୍ଷାକୃତ ଭାବେ ଲମ୍ବାଥାଏ । ସ୍ତ୍ରୀ ପକ୍ଷୀମାନଙ୍କ ଥଣ୍ଟ ଇଷତ ହଳଦିଆ ରଙ୍ଗର ହୋଇଥାଏ ।ଏମାନଙ୍କ ଶରୀର ଲମ୍ବରେ ପ୍ରାୟ ଅଢେଇ ହାତ ପର୍ଯ୍ୟନ୍ତ ବଢ଼େ ।
ନାମକରଣ
ସମ୍ପାଦନାଏହି ପକ୍ଷୀ ସ୍ଥଳଭାଗରେ ରହୁଥିବା ବେଳେ କୋଚିଲା ନାମକ ବିଷାକ୍ତ ଫଳ ଖାଇ ବଞ୍ଚୁଥିବା ହେତୁ ଏହାକୁ କୋଚିଲାଖାଇ ବୋଲି ଓଡ଼ିଶାରେ କୁହାଯାଏ । ଆଜିକାଲି ଏହି ପକ୍ଷୀମାନଙ୍କ ସଂଖ୍ୟା କମ ହେଉଥିବାରୁ ଏହାକୁ ବିଶ୍ୱ ବନ୍ୟପ୍ରାଣୀ ସଂଗଠନ ତରଫରୁ ସଂରକ୍ଷିତ ପକ୍ଷୀମାନଙ୍କ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇଛି ।
ଅଧିକ ତଥ୍ୟ
ସମ୍ପାଦନାଏହି ପକ୍ଷୀ କୋଚିଲାକୁ ଗୋଟା ଖାଇଥାଏ । ଏହାର ପେଟ ଚିରିଲେ ଗୋଟା କୋଚିଲା ମଞ୍ଜି ବାହାରେ । ଅମାବାତ ରୋଗ ପାଇଁ ଏହି ଚଢେଇର ମାଂସ ଓ ହାଡ଼ ସିଝା ବିଶେଷ ଉପକାରୀ । ମାଇ କୋଚିଲାଖାଇ ଗଛ କୋରଡ଼ରେ ଡିମ୍ବ ଦିଏ । ଅଣ୍ଡିରା ପକ୍ଷୀ ଡିମ୍ବକୁ ଉଷୁମାଏ । ଅଣ୍ଡିରା କୋଚିଲାଖାଇ ଅଣ୍ଡା ଉଷୁମାଇବା କାର୍ଯ୍ୟରେ ଲାଗିଲେ ମାଇ କୋଚିଲାଖାଇ କୋରଡ଼ ମୁହଁକୁ ମାଟିରେ ବନ୍ଦ କରିଦିଏ । ତହିଁରେ ଗୋଟିଏ କଣା ରଖେ ସେହି କଣା ବାଟେ ଖାଦ୍ୟ ଆଣି ଅଣ୍ଡିରା ପକ୍ଷୀକୁ ଦିଏ ।[୨]
ଉଦ୍ଧୃତି
ସମ୍ପାଦନା- ↑ BirdLife International (2012). "Ocyceros birostris". IUCN Red List of Threatened Species. Version 2013.2. International Union for Conservation of Nature. Retrieved 26 November 2013.
{{cite web}}
: Invalid|ref=harv
(help) - ↑ http://sambadepaper.com/epapermain.aspx?edcode=10&eddate=5/13/2015&querypage=4