କୈଲା ଦେବୀ ମନ୍ଦିର , ଆଜମେର

ଭାରତର ଏକ ହିନ୍ଦୁ ମନ୍ଦିର

କୈଲା ଦେବୀ ମନ୍ଦିର ,ଭାରତୀୟ ରାଜ୍ୟ ରାଜସ୍ଥାନର କରୌଲି ଜିଲ୍ଲାର କଇଲା ନାମକ ଗ୍ରାମରେ ଥିବା ଏକ ହିନ୍ଦୁ  ମନ୍ଦିର । ଏହାର ନିକଟବର୍ତୀ ସହର କରୌଲି ଏଠାରୁ 23 କିଲୋମିଟର ଦୂରରେ ଅବସ୍ଥିତ । କୈଲା ଦେବୀ ମନ୍ଦିର କାଲିସିଲ ନଦୀର ତଟ ନିକଟରେ ଅବସ୍ଥିତ ।

Kaila Devi
A View of Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKarauli
Location
ସ୍ଥାନKaila Devi
StateRajasthan
CountryIndia
Architecture
Shri Bhom Pal Ji

ଇତିହାସ  ସମ୍ପାଦନା

ଏହି ମନ୍ଦିରର ଆରାଧ୍ୟା ଦେବୀ କଇଲା ଦେବୀ । ଏହା ଏକ ମାର୍ବଳ ନିର୍ମିତ ମୂର୍ତି । ମନ୍ଦିରରେ ଏକ ଦୀର୍ଘ ଅଗଣା ରହିଛି ।  ଏଠାରେ ଭକ୍ତମାନେ ବହୁ ସଂଖ୍ୟାରେ ଲାଲ ରାଗର ପତାକା ସ୍ଥାନିତ କରିଥାନ୍ତି । ଚୈତ୍ର ମାସରେ ଏଠାକୁ ଭାରତର ସବୁ ସ୍ଥାନରୁ , ବିଶେଷ କରି ଉତ୍ତର ପ୍ରଦେଶ , ମଧ୍ୟପ୍ରଦେଶରୁ ଆସିଥାନ୍ତି । ଏହି ସମୟରେ ଏଠାରେ ଏକ ମେଳା ମଧ୍ୟ ହେଇଥାଏ । ଏହି ମେଳା 15 ଦିନ ଧରି ଚାଲିଥାଏ । ହାରାହାରି 20 ଲକ୍ଷ ଲୋକ ମେଲା ପାଇଁ ଆସୁଥିବାର ପ୍ରକାଶ । 

ଯାତାୟତ  ସମ୍ପାଦନା

ଏଠାରୁ ନିକଟତମ ବିମାନ ବନ୍ଦରର ଅବସ୍ଥିତି ଜୟପୁରଠାରେ ଓ ଏହା 170 କିଲୋମିଟର ଦୂରରେ । କଇଲାଦେବୀ ରେଳପଥଦ୍ୱାରା ସଯୋଗୀତ । ପଶ୍ଚିମ ମଧ୍ୟ ରେଳପଥର ମୁମ୍ବାଇ ଦିଲ୍ଲୀ ଲାଇନ ଏହି ସହର ନିକଟ  ଦେଇ ଯାଇଛି । ଗାଙ୍ଗପୁର ସହରରେ ଏହାର ଷ୍ଟେସନ ରହିଛି । ସଡକ ପଥରେ ଏହି ସ୍ଥାନ ଆଗ୍ରା , ଦିଲ୍ଲୀ , ଜଯପୁର , ମଥୁରା ସହ ସଂଯୁକ୍ତ । 

Climate ସମ୍ପାଦନା

ଗ୍ରୀଷ୍ମ କାଳରେ ଏଠାରେ ତାପମାତ୍ରା 47 ଡିଗ୍ରୀ ଯାଏ ହେଇଥାଏ ଓ ଶୀତ ଋତୁରେ ସର୍ବନିମ୍ମ 12 ଡିଗ୍ରୀ ଯାଏ ହେଇଥାଏ । 

Nearby Places of Interest ସମ୍ପାଦନା

  • କେଦାରନାଥ ଗୁମ୍ଫା ଓ ମନ୍ଦିର 
  • ରନ୍ଥାମ୍ଭୋର ଅଭୟାରଣ୍ୟ
  • ନାକାଶକି ଦେବୀ - ଗୋମତୀ ଧାମ 
  • ଶ୍ରୀ ମହାବୀରଜୀ ମନ୍ଦିର 
  • ମେହନ୍ଦିପୁର ବାଲାଜି ମନ୍ଦିର 
  • ବରବାସୀ ମନ୍ଦିର 

ବାହାର ଲିଙ୍କ  ସମ୍ପାଦନା