କେଶବରାଓ ଦାତେ

ଭାରତୀୟ ଅଭିନେତା

କେଶବରାଓ ଦାତେ (୧୮୮୯ – ୧୯୭୧) ଜଣେ ଭାରତୀୟ କଥାଚିତ୍ର ଅଭିନେତା, ଯିଏକି ଉଭୟ ନିରବ ଏବଂ ଧ୍ୱନି କଥାଚିତ୍ରରେ କାମ କରିଥିଲେ । ସେ ନିଜର ଡ୍ରାମା କମ୍ପାନୀ ଚଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଉଭୟ ପରିଚାଳକ ଓ ଅଭିନେତାଙ୍କ ଭୂମିକା ନିଭେଇବା କଷ୍ଟକର ହୋଇ ପଡ଼ିଥିଲା ।

କେଶବରାଓ ଦାତେ
୧୯୩୭ ମସିହାରେ କୁଙ୍କୁ କଥାଚିତ୍ରରେ କେଶବରାଓ ଦାତେ, ରାଜା ନେନେ ଏବଂ ଶାନ୍ତା ଆପ୍ଟେ
ଜନ୍ମ(1889-09-28)୨୮ ସେପ୍ଟେମ୍ବର ୧୮୮୯
ଅଦିବାରେ, ରତ୍ନଗିରି, ମହାରାଷ୍ଟ୍ର, ବ୍ରିଟିଶ ଭାରତ
ମୃତ୍ୟୁ୧୩ ସେପ୍ଟେମ୍ବର ୧୯୭୧(1971-09-13) (ବୟସ ୮୧)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୩୪–୧୯୬୪

ଜନ୍ମ ସମ୍ପାଦନା

କେଶବରାଓ ୧୮୮୯ ମସିହାର ସେପ୍ଟେମ୍ବର ୨୮ ତାରିଖରେ ବ୍ରିଟିଶ ଭାରତ ଅନ୍ତର୍ଗତ ମହାରାଷ୍ଟ୍ରର ରତ୍ନଗିରିସ୍ଥିତ ଅଦିବାରେଠାରେ ଜନ୍ମଗ୍ରହଣ କରିଥିଲେ ।

ପେଷା ସମ୍ପାଦନା

୧୯୩୩ ମସିହାରେ ତାଙ୍କ ଅଭିନୀତ ନାଟକ ଅନ୍ଧାଳୟାଞ୍ଚି ଶାଳା ("ଦ ବ୍ଲାଇଣ୍ଡସ୍ ସ୍କୁଲ‌") ପାଇଁ ତାଙ୍କୁ ଅନେକ ପ୍ରସଂଶା ମିଳିବା ସହିତ ତାଙ୍କର ଅନେକ ଲୋକପ୍ରିୟତା ବଢ଼ିଥିଲା ଏବଂ ସେ ପ୍ରଭାତ ଫିଲ୍ମ କମ୍ପାନୀରେ ଯୋଗ ଦେଇଥିଲେ ।[୧]

୧୯୩୭ ମସିହାରେ ସେ ମରାଠୀ କଥାଚିତ୍ର କୁଙ୍କୁରେ ଅଭିନୟ କରିଥିଲେ, ମାତ୍ର ଏହା ପ୍ରେକ୍ଷାଳୟରେ ସେତେ ଭଲ ପ୍ରଦର୍ଶନ କରିପାରିନଥିଲା ।[୨] ୧୯୪୧ ମସିହାରେ ସେ ପ୍ରଭାତ ଫିଲ୍ମ କମ୍ପାନୀର ଶେଜାରୀରେ ଅଭିନୟ କରିଥିଲେ । ପରେ ସେ ମୁମ୍ବାଇରେ ନିର୍ମିତ ହୋଥିବା କିଛି କଥାଚିତ୍ରରେ ଚରିତ୍ର ଅଭିନେତା ଭାବରେ ଅଭିନୟ କରିଥିଲେ । ସେ ଭି. ଶାନ୍ତାରାମଙ୍କ ଡକ୍ଟର କୋଟନିସ୍ କି ଅମର କାହାନୀ (୧୯୪୬), ଝନକ ଝନକ ପାୟଲ ବାଜେ (୧୯୫୫), ନବରଙ୍ଗ (୧୯୫୯) ଏବଂ ଗୀତ୍ ଗାୟା ପଥରୋଁ ନେ (୧୯୬୪)ରେ ଅଭିନୟ କରିଥିଲେ ।[୩]

କେଶବରାଓ ୪ଟି କଥାଚିତ୍ର, କିସିସେ ନା କେହନା (୧୯୪୨), ଅନ୍ଧୋଁ କି ଦୁନିୟା (୧୯୪୭),[୪] ଏବଂ ହିନ୍ଦୀ କଥାଚିତ୍ର ମାଲି (୧୯୪୪) ଏବଂ ଏହାର ମରାଠୀ ଡବିଂ ଭକ୍ତିଚା ମାଲା (୧୯୪୪)ର ନିର୍ଦ୍ଦେଶନା ଦେଇଥିଲେ । ମାଲି ଏବଂ ଭକ୍ତିଚା ମାଲା ଭି.ଶାନ୍ତରାମଙ୍କ କଥାଚିତ୍ର ନିର୍ମାଣ କମ୍ପାନୀ ରାଜକମଲ କଳାମନ୍ଦିରଦ୍ୱାରା ନିର୍ମତି ହୋଇଥିଲେ ।[୫]

ଅଭିନୟ ଜୀବନ ସମ୍ପାଦନା

ଅଭିନେତା ଭାବରେ ସମ୍ପାଦନା

  • ଅମୃତ ମନ୍ଥନ (୧୯୩୪)
  • କୁଙ୍କୁ (୧୯୩୭, ମରାଠୀ)
  • ଚିଙ୍ଗାରିଈ (୧୯୪୦)
  • ଶେଜାରୀ (ପଡ଼ୋଶୀ) (୧୯୪୧)
  • କିସିସେ ନା କେହନା (୧୯୪୨)
  • ଡ. କୋଟନିସ୍ କି ଅମର କାହାନୀ (୧୯୪୬)
  • ଆପ୍ନା ଦେଶ (୧୯୪୯)
  • ଦହେଜ (୧୯୫୦)
  • ଝନକ ଝନକ ପାୟଲ ବାଜେ (୧୯୫୫)
  • ତୁଫାନ୍ ଔର୍ ଦୀୟା (୧୯୫୬)
  • ନବରଙ୍ଗ (୧୯୫୯)
  • ଗୀତ୍ ଗାୟା ପଥରୋଁ ନେ (୧୯୬୪)

ନିର୍ଦ୍ଦେଶକ ଭାବରେ ସମ୍ପାଦନା

  • କିସିସେ ନା କେହନା (୧୯୪୨)
  • ଅନ୍ଧୋଁ କି ଦୁନିୟା (୧୯୪୭)
  • ମାଲି (୧୯୪୪) - ହିନ୍ଦୀ
  • ଭକ୍ତିଚା ମାଲା (୧୯୪୪) - ମରାଠୀ

ମୃତ୍ୟୁ ସମ୍ପାଦନା

କେଶବରାଓ ଦାତେ ୧୯୭୧ ମସିହାର ସେପ୍ଟେମ୍ବର ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
  2. "Films of Prabhat Film Company: Kunku". Prabhat Film Company. Archived from the original on 2012-07-22. Retrieved 2014-09-06.
  3. Karmalkar, Deepa (16 September 2010). "Dr. Kotnis Ki Amar Kahani (1946) - The Hindu". Retrieved 2014-09-06.
  4. "Keshavrao Date". muvyz.com. Muvyz, Inc. Archived from the original on 21 February 2015. Retrieved 21 February 2015.
  5. "History Of Marathi Cinema In Mumbai And The Marketing Strategies Adopted" (PDF). shodhganga.inflibnet.ac.in. Shodhganga. Retrieved 21 February 2015.

ବାହାର ଲିଙ୍କ୍ ସମ୍ପାଦନା