କେଲିଂଗ୍ ବା କ୍ଲିଂଗ୍ (ଇଂରାଜୀରେ Keling ବା Kling) ଦକ୍ଷିଣ-ପୂର୍ବ ଏସିଆରେ ବ୍ୟବହୃତ ଏକ ଶବ୍ଦ ଯାହା ଦକ୍ଷିଣ ଏସିଆରୁ ଆସିଥିବା ଲୋକଙ୍କୁ ବୁଝାଇଥାଏ ।[୧] ଉଭୟ ପ୍ରବାସୀ ଭାରତୀୟ କିମ୍ବା ଭାରତରୁ ଆସିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହି ଶବ୍ଦ ବ୍ୟବହୃତ ହୁଏ । ଏହି ଶବ୍ଦର ପ୍ରୟୋଗ ଶୁଦ୍ଧ ଭାଷାରେ ନୁହେଁ ବରଂ କେବଳ ବ୍ୟବହାରିକ ଓ କଥିତ ଭାଷାରେ ରହିଛି । ମାଳୟ ଦ୍ୱୀପପୁଞ୍ଜରେ ସ୍ଥିତ ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁରବ୍ରୁନେଇ ଆଦି ଦେଶରେ ଏହି ଶବ୍ଦ ବ୍ୟବହାରରେ ରହିଛି । ପୂର୍ବ-ଭାରତର କଳିଙ୍ଗ ରାଜ୍ୟର ଦକ୍ଷିଣ-ପୂର୍ବ ଏସିଆରେ ଔପନିବେଶିକ ପ୍ରସାର କାଳରେ ଏହି ଶବ୍ଦର ବ୍ୟବହାରିକ ଅର୍ଥ ନିରପେକ୍ଷ ଥିଲା ।[୨] କିନ୍ତୁ ପରବର୍ତ୍ତୀ ସମୟରେ ଦକ୍ଷିଣ-ପୂର୍ବ ଏସିଆରେ (ବିଶେଷ କରି ମାଲେସିଆରେ) ଭାରତୀୟ ବଂଶୋଦ୍ଭବଙ୍କୁ ଗାଳି ଦେବା ପରି, ଜାତିସୂଚକ ବା ଅପମାନଜନକ ଅର୍ଥରେ ଏହି ଶବ୍ଦକୁ ବ୍ୟବହାର କରାଯିବାକୁ ଲାଗିଲା ।[୩]

ନାମକରଣସମ୍ପାଦନ କରନ୍ତୁ

‘‘କଳିଙ୍ଗ’’ ଶବ୍ଦରୁ ‘‘କେଲିଂଗ୍’’ ଶବ୍ଦର ସୃଷ୍ଟି । କଳିଙ୍ଗ ଶବ୍ଦର ଅନୁକରଣରେ ଇଣ୍ଡୋନେସିଆର ଜାଭାରେ କଳିଙ୍ଗ ନାମକ ଏକ ରାଜ୍ୟର ନାମ ମଧ୍ୟ ରଖାଯାଇଥିଲା । ତେଣୁ ଶବ୍ଦର ପ୍ରଚଳନ ସମୟରେ ପ୍ରାଚୀନ ଦକ୍ଷିଣ-ପୂର୍ବ ଏସିଆରେ ଏହି ଶବ୍ଦ କଳିଙ୍ଗ ରାଜ୍ୟକୁ ସୂଚାଉଥିଲା । ପରେ ସମଗ୍ର ଭାରତ ଓ ଭାରତୀୟ ଉପମହାଦ୍ୱୀପରୁ ଆସୁଥିବା ଲୋକଙ୍କ ଉଦ୍ଦେଶ୍ୟରେ ଏହା ପ୍ରୟୋଗ କରାଯିବାକୁ ଲାଗିଲା । କାମ୍ବୋଡ଼ିଆର କ୍ଷ୍ମେର୍ ଭାଷାରେ କ୍ଲେଂଗ୍ (ក្លិង្គ) ବୋଲି ଏକ ଶବ୍ଦ ରହିଛି ଯାହାର ସୃଷ୍ଟି ମଧ୍ୟ କଳିଙ୍ଗ ଶବ୍ଦରୁ । ଭାରତର ଇଂରାଜୀ ନାମ "ଇଣ୍ଡିଆ"ର ବହୁଳ ବ୍ୟବହାର ପୂର୍ବରୁ ମାଳୟ ଭାଷାରେ ଭାରତକୁ ସୂଚାଇବା ପାଇଁ ଦୁଇଟି ଶବ୍ଦ ‘‘କେଲିଂଗ୍’’ ଓ ‘‘ଜମ୍ବୁଦ୍ୱୀପ’’ ବ୍ୟବହୃତ ହେଉଥିଲା ଏବଂ ଭାରତୀୟ ଉପମହାଦେଶକୁ ସୂଚୀତ କରିବା ପାଇଁ ‘‘ବେନୁଆ କେଲିଂଗ୍’’ ଶବ୍ଦ ବ୍ୟବହୃତ ହେଉଥିଲା ।

ବ୍ୟବହାରସମ୍ପାଦନ କରନ୍ତୁ

 
ତାଞ୍ଜୁଂଗ୍ କ୍ଲିଂଗ୍ ନାମକ ଏକ ପ୍ରଶାସନିକ କ୍ଷେତ୍ରର ବଜାର

‘‘ସେଜାରା ମେଲାୟୁ’’ ନାମକ ଏକ ମାଳୟ ଲେଖାରେ ସର୍ବ ପ୍ରଥମେ ଏହି କେଲିଂଗ୍ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ ।[୪] ଏହି କିମ୍ବଦନ୍ତୀ ଅନୁସାରେ କଳିଙ୍ଗର ରାଜା ଶୁଲାନ ନିଜ ପୁତ୍ର ରାଜା ଚୁଲାନଙ୍କ ସହ ଚୀନ ପ୍ରତି ବିଜୟ ଅଭିଯାନ ଆରମ୍ଭ କରିଥିଲେ । କିଛି ବିଶେଷଜ୍ଞ ରାଜା ଚୁଲାନଙ୍କୁ ଦକ୍ଷିଣ ଭାରତର ରାଜେନ୍ଦ୍ର ଚୋଳ ବୋଲି ମତ ଦେଇଛନ୍ତି ।[୫] ପେନାଂଗର ଚୁଳିଆ ସାହି ନାମରେ ରହିଥିବା ଚୁଳିଆ ଶବ୍ଦ ଚୋଳରୁ ଉଦ୍ଧୃତ ହୋଇଥିବାର ଅନୁମାନ କରାଯାଏ । ସେଜାରା ମେଲାୟୁରେ ଆଉ ଏକ ସ୍ଥାନରେ ବେନୁଆ କେଲିଂଗର ହାଂଗ୍ ନଦିମ ଓ ହାଂଗ୍ ତୁଆଙ୍କ ସମୁଦ୍ର ଯାତ୍ରା ବିଷୟ ବର୍ଣ୍ଣିତ ହୋଇଛି । ତେବେ ଏହି କେଲିଂଗ୍ ଶବ୍ଦ ଏକ ସମୟରେ କେବଳ କଳିଙ୍ଗ ପ୍ରାନ୍ତର ଲୋକ ନୁହେଁ ବରଂ ସମସ୍ତ ଭାରତୀୟ ଉପମହାଦ୍ୱୀପର ଲୋକଙ୍କୁ ବୁଝାଉଥିଲା ବୋଲି କହିହେବ ।[୪] ଉଦାହରଣ ସ୍ୱରୂପ ଔପନିବେଶିକ କାଳରେ ଇଣ୍ଡୋନେସୀୟ ରାମାୟଣର ମୁଖ୍ୟ ଚରିତ୍ରଙ୍କୁ ‘‘ରାମ କେଲିଂଗ୍’’ ବୋଲି କୁହାଯାଉଥିଲା । ଏଠାରେ ରାମଙ୍କୁ କଳିଙ୍ଗ ନୁହେଁ ବରଂ ଭାରତୀୟ ବୋଲି କୁହାଯାଇପାରେ ।[୬] ଦକ୍ଷିଣ-ପୂର୍ବ ଏସିଆରେ ଇସଲାମ ଧର୍ମର ପ୍ରସାର ପରେ ମୁଖ୍ୟତଃ ତାମିଲ ଓ ତେଲୁଗୁ ଭାଷାଭାଷୀ ଲୋକଙ୍କୁ କେଲିଂଗ୍ କୁହାଗଲା ଏବଂ ଗୁଜରାଟୀ ତଥା ପାକିସ୍ତାନୀ ଲୋକଙ୍କମ ପାର୍ସି ବୋଲି କୁହାଗଲା ।[୭]

ଓଲନ୍ଦାଜମାନେ ମଧ୍ୟ ମାଲାକାରେ ଥିବା ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ‘‘କ୍ଲିଂଗ୍’’ ବା ‘‘କ୍ଲିଂଗର୍‍ସ୍’’ ଶବ୍ଦ ବ୍ୟବହାର କରୁଥିଲେ । ଔପନିବେଶିକ କାଳର ବ୍ରିଟିଶ୍ ଲେଖାମାନଙ୍କରେ ମାନ୍ଦ୍ରାଜ୍ ପ୍ରେସିଡେନ୍ସି ବା କରମଣ୍ଡଳ ଉପକୂଳର ପ୍ରବାସୀମାନଙ୍କୁ ‘‘କ୍ଲିଂଗ୍’’ ବୋଲି କୁହାଯାଇଛି ।[୪] ଜନ୍ କ୍ରଫର୍ଡ୍ (୧୮୫୬) ହିନ୍ଦୁସ୍ତାନର ଲୋକଙ୍କୁ ଓ ଭାରତକୁ ମାଳୟ ଓ ଜାଭାର ଲୋକେ କ୍ଲିଂଗ୍ ନାମରେ ଡାକୁଥିବା ବିଷୟ ନିଜ ଲେଖାରେ ପ୍ରକାଶ କରିଛନ୍ତି ।[୮]

୧୫୨୮ରୁ ୧୫୩୮ ମସିହା ସମୟରେ ମାଲାକାରେ କେଲିଂଗ୍ ନାମକ ଏକ ବଣିକ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ ବୋଲି ଷୋଡ଼ଶ ଶତାବ୍ଦୀର ପର୍ତ୍ତୁଗୀଜ ପରିବ୍ରାଜକ କାଷ୍ଟାନେଡ଼ା କହିଛନ୍ତି ।[୯] ପୂର୍ବେ କେଲିଂଗ୍ ଶବ୍ଦ କେବଳ ଭାରତୀୟ ବଂଶୋଦ୍ଭବମାନଙ୍କୁ ସୂଚାଉଥିଲା ଏବଂ ଏକ ସାମାନ୍ୟ ଶବ୍ଦ ରୂପେ ବ୍ୟବହୃତ ହେଉଥିଲା ।[୧୦] କିନ୍ତୁ ବିଂଶ ଶତାବ୍ଦୀରେ ଏହି ଅଞ୍ଚଳରେ ଘଟିଥିବା ବିଭିନ୍ନ ସାମାଜିକ ଓ ରାଜନୈତିକ କାରଣରୁ କେଲିଂଗ୍ ଶବ୍ଦକୁ ଏକ ଅପମାନ ସୂଚକ ବା ଗାଳି ରୂପେ ବ୍ୟବହାର କରାଯିବାକୁ ଲାଗିଲା । ବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ବିଭିନ୍ନ ଜାତି-ସମ୍ପ୍ରଦାୟସୂଚକ ଶବ୍ଦକୁ ଲେକଙ୍କ ପ୍ରବାସୀ ସ୍ଥିତି ଦର୍ଶାଇବା ପାଇଁ ବ୍ୟବହାର କରାଗଲା ଓ ଏକ ଆପତ୍ତିଜନକ ଦୃଷ୍ଟିକୋଣ ଏହି ସାମାନ୍ୟ ଶବ୍ଦର ନିରପେକ୍ଷତା କ୍ଷୁଣ୍ଣ କରିଥିଲା । ୧୯୬୩ ମସିହାର ଚେରିତା ଜେନାକା ବହିରେ ଓରାଂଗ୍ କେଲିଂଗ୍ (କେଲିଂଗ୍ ଲୋକ) ଶବ୍ଦର ବ୍ୟବହାର ରାଜନୈତିକ ସଂଯମତାର ସହିତ ଉଲ୍ଲେଖ କରାଯାଇଛି ।[୧୧]

ମାଳୟସମ୍ପାଦନ କରନ୍ତୁ

 
ମାଲେସିଆର ଏକ ମସ୍‍ଜିଦର ନାମ କାପିତାନ୍ କେଲିଂଗ୍ ମସ୍‍ଜିଦ

ମାଳୟମାନେ ଭାରତୀୟ, ତାମିଲ ଓ ଦକ୍ଷିଣ-ଭାରତୀୟଙ୍କ ପାଇଁ ସର୍ବଦା କେଲିଂଗ୍ ଶବ୍ଦ ବ୍ୟବହାର କରି ଆସିଛନ୍ତି । କାପିତାନ କେଲିଂଗ୍ ଶବ୍ଦଟି ଏହି କେଲିଂଗ୍ ସମ୍ପ୍ରଦାୟର ଜଣେ ପ୍ରତିନିଧିଙ୍କୁ ସୂଚାଇଥାଏ । ୧୭୯୦ ଦଶନ୍ଧିରେ ପେନାଂଗରେ କୌଡର୍ ମୋହିଦିନ୍ କାପିତାନ୍ କେଲିଂଗ୍ ଥିଲେ ଓ ସେ କର ହାର ଓ ସଂଗ୍ରହ ସମ୍ପର୍କିତ ଏକ ସମିତି ଗଠନ କରାଇଥିଲେ ।[୧୨] ପେନାଂଗରେ ଏକ ମସ୍‍ଜିଦ ମଧ୍ୟ ରହିଛି ଯାହାର ନାମ କାପିତାନ୍ କେଲିଂଗ୍ ମସ୍‍ଜିଦ ।

ଆଧୁନିକ ଯୁଗରେ କେଲିଂଗ୍ ଏକ ଅପମାନସୂଚକ ଶବ୍ଦ ।[୧୦] ୨୦୦୫ ମସିହାରେ ମାଳୟ ସଂସଦରେ ଏହି ଶବ୍ଦର ବ୍ୟବହାର ପରେ ସାଂସଦଙ୍କ ଜାତିଆଣ ମନୋଭାବକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।[୧୩]

ଜାଭାସମ୍ପାଦନ କରନ୍ତୁ

 
ସେରାତ ରାମା କେଲିଂଗ୍‍ର ପାଣ୍ଡୁଲିପି

ଇଣ୍ଡୋନେସିଆର ଜାଭାରେ ୬ଷ୍ଠ ଶତାବ୍ଦୀରେ ଗଢ଼ି ଉଠିଥିବା ଥିବା କଳିଙ୍ଗ ରାଜ୍ୟ ଭାରତର କଳିଙ୍ଗ ରାଜ୍ୟର ଅନୁସରଣ କରି ସୃଷ୍ଟି ହୋଇଥିଲା ଏବଂ ଏହି ଶବ୍ଦରୁ କେଲିଂଗ୍‍ର ସୃଷ୍ଟି । ଏହି କେଲିଂଗ୍ ଶବ୍ଦର କିଛି ବ୍ୟବହାର ଜାହାଜ ଅର୍ଥରେ ମଧ୍ୟ କରାଯାଇଥାଏ ଯାହାର ଉତ୍ସ ଓଲନ୍ଦାଜ ହୋଇପାରେ ।[୧୪] ଆଧୁନିକ ଇଣ୍ଡୋନେସିଆରେ ବ୍ୟାବହାରିକ ଭାଷାରେ କୃଷ୍ଣକାୟ ବା ଅପେକ୍ଷାକୃତ କୃଷ୍ଣକାୟ ଲୋକଙ୍କ ପାଇଁ କେଲିଂଗ୍ ଶବ୍ଦ ବ୍ୟବହୃତ ହୁଏ[୧୫] ଯାହା ବର୍ଣ୍ଣ ବୈଷମ୍ୟତା ଦୃଷ୍ଟିରୁ ଅପମାନଜନକ ।

କାମ୍ବୋଡ଼ିଆସମ୍ପାଦନ କରନ୍ତୁ

କାମ୍ବୋଡ଼ିଆରେ ଭାରତୀୟଙ୍କ ପାଇଁ କ୍ଲେଂଗ୍ (ក្លិង្គ) ଶବ୍ଦର ବ୍ୟବହାର କରାଯାଏ ।[୧୬] ଏହି ଶବ୍ଦର ଉତ୍ସ କଳିଙ୍ଗ ରାଜ୍ୟ କିମ୍ବା ମାଳୟର କେଲିଂଗ୍ ଶବ୍ଦ ହୋଇପାରେ । ବଡ଼ ଆଖି ଓ କୃଷ୍ଣ ବର୍ଣ୍ଣର ଲୋକଙ୍କ ପାଇଁ ଏହା ଏକ ଅପମାନସୂଚକ ଡାକ ନାମ ପରି ବ୍ୟବହୃତ ହୁଏ ।[୧୭]

ଥାଇସମ୍ପାଦନ କରନ୍ତୁ

ଥାଇ ଭାଷାରେ କେଲିଂଗ୍‍ର ସମାର୍ଥବାଚୀ ଶବ୍ଦ ହେଉଛି ଖାଏକ୍' (แขก) । ଏହି ଶବ୍ଦ ଦକ୍ଷିଣ ଏସିଆର ଲୋକଙ୍କୁ ବୁଝାଇଥାଏ । କିନ୍ତୁ ଏହା ଏକ ଅପମାନଜନକ ସମ୍ବୋଧନ ନୁହେଁ । ଏହାକୁ ସମ୍ମାନସୂଚକ ସମ୍ବୋଧନରେ ମଧ୍ୟ ବ୍ୟବହାର କରାଯାଇପାରିବ । କିନ୍ତୁ ଆଧୁନିକ ଯୁଗରେ ବାହ୍ୟ ପ୍ରଭାବ ଯୋଗୁଁ କିଛି ସମ୍ପ୍ରଦାୟର ଲୋକଙ୍କ ପ୍ରତି ଏହାକୁ ଏକ ଅପମାନସୂଚକ ଶବ୍ଦ ରୂପେ ବ୍ୟବହାର କରାଯିବାର ଦେଖାଯାଏ ।

ଚୀନସମ୍ପାଦନ କରନ୍ତୁ

ମାଳୟ, ବ୍ରୁନେଇ ଓ ସିଙ୍ଗାପୁରରେ ରହୁଥିବା ଚୀନୀ ଭାଷାଭାଷୀ ଲୋକେ କେଲିଂଗ୍-ଆ (吉寧仔[୧୮]), କେଲିଂଗ୍-ୟାନ୍ (吉寧人) ଓ କେଲିଂଗ୍-କ୍ୟା ପ୍ରଭୃତି ଶବ୍ଦ ବ୍ୟବହର କରିଥାନ୍ତି । ବର୍ତ୍ତମାନ ଭାରତୀୟଙ୍କ ଉଦ୍ଦେଶ୍ୟରେ ୟିନ୍-ତୋ-ଲାଂଗ୍ ଶବ୍ଦ ମଧ୍ୟ ବ୍ୟବହାରରେ ରହିଛି ଯାହା ଅପମାନସୂଚକ ସମ୍ବୋଧନ ନୁହେଁ ।[୧୯]

ଚୀନୀ ଭାଷାରେ “-ଆ” ଓ “-କ୍ୟା” ଅଣ-ଚୀନୀଙ୍କ ପାଇଁ ପ୍ରୟୋଗ ହେଉଥିବା ବେଳେ “-ୟାନ୍”ର ବ୍ୟବହାର ଯେକୌଣସି ସାଧାରଣ ମନୁଷ୍ୟଙ୍କ ପକ୍ଷେ ହିଁ କରାଯାଇପାରେ ।

ସ୍ଥାନମାନଙ୍କ ନାମସମ୍ପାଦନ କରନ୍ତୁ

ମାଲେସିଆରେ ତାଞ୍ଜୋଂଗ୍ କେଲିଂଗ୍[୨୦], କାମ୍ପୋଂଗ୍ କେଲିଂଗ୍[୨୧] ଓ ବୁକିତ୍ କେଲିଂଗ୍ ପରି ବିଭିନ୍ନ ସ୍ଥାନର ନାମ ରହିଛି । ପେନାଂଗରେ ଥିବା କାପିତାନ୍ କେଲିଂଗ୍ ମସ୍‍ଜିଦ ଏକ ବହୁ ପୁରାତନ ମସ୍‍ଜିଦ । ପେନାଂଗରେ ଆହୁରି ମଧ୍ୟ ସାହି ରହିଛି ଯାହାର ନାମରେ କେଲିଂଗ୍ ରହିଛି । ସିଙ୍ଗାପୁରର ଜୁରୋଂଗ୍ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ତାଞ୍ଜୋଂଗ୍ କ୍ଲିଂଗ୍ ରୋଡ଼୍ ନାମକ ଏକ ସଡ଼କ ରହିଛି । କେନ୍ଦ୍ରୀୟ ଜାଭାର ଜେପାରା ରିଜେନ୍ସିରେ କେଲିଂଗ୍ ନାମକ ଏକ ଜିଲ୍ଲା ରହିଛି । ପୂର୍ବ-ଜାଭାରେ ପାକାର୍ କେଲିଂଗ୍ ନାମକ ଏକ ସ୍ଥାନ ରହିଛି ।

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Aiman Mohamad (1991). Minerva English-Malay Malay-English Dictionary. Kuala Lumpur.
  2. "KBBI - Keling". Kamus Besar bahasa Indonesia.
  3. M. Veera Pandiyan (10 August 2016). "'Keling' and proud of it". The Star online.
  4. ୪.୦ ୪.୧ ୪.୨ "A historical perspective on the word 'Keling'". Retrieved 24 April 2017.
  5. John N. Miksic (2013). Singapore and the Silk Road of the Sea, 1300–1800. NUS Press. p. 147. ISBN 978-9971-69-574-3.
  6. Singaravelu Sachithanantham (2004). The Ramayana Tradition in Southeast Asia. Kuala Lumpur: University of Malaya Press. ISBN 983-100-234-2.
  7. Abdul Rahman bin Yusop (1964). Collins Malay-English Dictionary. Glasgow.
  8. John Crawfurd (1856). A descriptive dictionary of the Indian islands & adjacent countries. Bradbury & Evans. p. 198.
  9. Sastri, Kallidaikurichi Aiyah Nilakanta (1 January 1939). Foreign Notices of South India: From Megasthenes to Ma Huan. University of Madras. Retrieved 24 April 2017 – via Internet Archive. Castanheda rich.
  10. ୧୦.୦ ୧୦.୧ "Malaysian Indians". World Digital Library. 1890–1923. Retrieved 30 May 2013.
  11. "Malay Concordance Project, Cerita Jenaka. bibliography". Australian National University. Retrieved 24 April 2017.
  12. "Recipe for rebellion: THE THIRD SPACE By NEIL KHOR and KHALDUN MALIK, The Sunday Star Sunday 3 August 2008". Archived from the original on 17 July 2012. Retrieved 24 April 2017.
  13. "Archived copy". Archived from the original on 1 November 2005. Retrieved 19 December 2005.CS1 maint: archived copy as title (link)
  14. "Keling" (in Indonesian). Kamus Besar Bahasa Indonesia (KBBI). Retrieved 1 August 2014.CS1 maint: unrecognized language (link)
  15. "Definisi 'keling'" (in Indonesian). Arti Kata. Retrieved 1 August 2014.CS1 maint: unrecognized language (link)
  16. Headley, RK et al, "SEALang Library Khmer", SEALang Library, 1977
  17. Vorng Vanny, Heartbreaking: A Survival Memoir, New York, Page Publishing, Inc, 2018
  18. Tan, Siew Imm (2016). Penang Hokkien-English Dictionary. Areca Books. Retrieved 21 August 2019.
  19. [୧]
  20. Singaravelu, S. (1 January 1986). "The Malay-Tamil Cultural Contacts with Special Reference to the Festival of "Mandi Safar"". Asian Folklore Studies. 45 (1): 67–78. doi:10.2307/1177834. JSTOR 1177834.
  21. "Archnet". Archived from the original on 29 September 2008. Retrieved 24 April 2017.

ଅନ୍ୟାନ୍ୟ ଲିଂକ୍ସମ୍ପାଦନ କରନ୍ତୁ