କୁସୁମ ଶିକଦାର
କୁସୁମ ଶିକଦାର ଜଣେ ବାଂଲାଦେଶୀ ଅଭିନେତ୍ରୀ, ଗାୟିକା ତଥା ମଡେଲ, ଲେଖିକା ଏବଂ ଜଣେ କବି । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ୨୦୦୨ ମସିହାରେ ସେ ବଙ୍ଗଳାଦେଶର ଆନନ୍ଦଧାରା ଫଟୋଜେନିକ୍ ଚମ୍ପିଆନ୍ରେ ବିଜୟୀହୋଇ ହୋଇଥିଲେ । ସେ ୨୦୦୪ ମସିହାରେ ବଙ୍ଗଳାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ କାର୍ଯ୍ୟକ୍ରମ ଥିଲେ ଘାଟେର୍ କୋଠା । ୨୦୧୦ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ଗହିନେ ଶବ୍ଦ । ୨୦୧୬ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଶଙ୍ଖରଚିଲ୍ ଚଳଚ୍ଚିତ୍ର ପାଇଁ ତାଙ୍କୁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୧][୨]
କୁସୁମ ଶିକଦାର | |
---|---|
কুসুম সিকদার | |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାକୁସୁମ ଛୋଟବେଳୁ ସଙ୍ଗୀତ ଅଭ୍ୟାସ କରୁଥିଲେ । ସେ ନଜରୁଲ ଏକାଡେମୀରୁ ନଜରୁଲ୍ ସଙ୍ଗୀତ ଏବଂ ଶାସ୍ତ୍ରୀୟ ସଙ୍ଗୀତରେ ପାଠ ପଢ଼ିଥିଲେ । ପରେ ସେ ଓସ୍ତାଦ ଗୁଲ ମହମ୍ମଦ ଏବଂ ଓସ୍ତାଦ ମୋରଶେଦଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।
ବୃତ୍ତିଗତ ଜୀବନ
ସମ୍ପାଦନାଶିକଦାର ଜଣେ ଗାୟିକା ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୧୯୯୯ ମସିହାରେ ତାଙ୍କର ପ୍ରଥମ ଏକକ ଆଲବମ୍ ତିମି ଆଜ୍ କତ ଦୂର୍ ମୁକ୍ତିଲାଭ କରିଥିଲା । ଏହାପରେ ୨୦୦୦ ଏବଂ ୨୦୦୧ରେ ତାଙ୍କର ଆଉ ଦୁଇଟି ସୋଲ ଆଲବମ୍ ମୁକ୍ତିଲାଭ କରିଥିଲା ।
ପରବର୍ତ୍ତୀ ସମୟରେ ସେ ଅନେକ ଟେଲିଭିଜନ ନାଟକରେ ଅଭିନୟ କରିଥିଲେ । ୨୦୦୪ ମସିହାରେ ସେ ପ୍ରଥମେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ କାର୍ଯ୍ୟକ୍ରମ ଥିଲା ଘାଟେର୍ କୋଠା । ଏହାପରେ ସେ ଯୋଗାଜୋଗ, ବୋଇ ପାଗଲ୍, ଶାରୀ, ଓପାରେତେ ଶର୍ବ ଶୁଖ୍, ବନ୍ଦି, ତ୍ରିଭୁଜ, ସୁପରମାନ୍, ସୁବଲେତ୍ ଗୁବଲେତ୍, ଆସ୍ଥା ଆଦି ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ।
ପରେ ସେ ଦୁଇଟି ଚଳଚ୍ଚିତ୍ର ଖାଲିଦ ମହମ୍ମଦ ମିଥୁଙ୍କ ଗହିନେ ଶୋବ୍ଦ ଏବଂ ସ୍ୱପ୍ନ ଅହମ୍ମଦଙ୍କ ଲାଲ ଟିପ୍ରେ ଅଭିନୟ କରିଥିଲେ ।[୩] ଲାଲ ଟିପ୍ରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୨୦୧୬ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଶଙ୍କଚିଲ ପାଇଁ ତାଙ୍କୁ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଗୌତମ ଘୋଷ ।[୪] ଏହି କଥାଚିତ୍ରଟିରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ।[୫]
ବିବାଦ
ସମ୍ପାଦନା୩ ଅଗଷ୍ଟ ୨୦୦୧୭ରେ ମୁକ୍ତିଲାଭ କରିଥିବା ଶିକଦାରଙ୍କ ମ୍ୟୁଜିକ୍ ଭିଡିଓ "ନେଶା" ୟୁଟ୍ୟୁବ୍ରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏହା ୧.୩ ମିଲିୟନ୍ରୁ ଅଧିକ ଲୋକ ଦେଇଥିଲେ । ଜଣେ ଓକିଲ ଏହି ଗୀତରେ ଦୃଶ୍ୟମାନ କରାଯାଇଥିବା କିଛି ଭିଡିଓ ଏବଂ ଗୀତରେ ଥିବା କିଛି ଶବ୍ଦକୁ ଅଶ୍ଳୀଳ ଦର୍ଶାଇ ଏହାକୁ ୟୁ-ଟ୍ୟୁବ୍ରୁ ଡିଲିଟ୍ କରିବାକୁ ଆଇନଗତ ନୋଟିସ୍ ପଠାଇଥିଲେ । ଗୀତ ମଧ୍ୟରେ ଥିବା ଏହି ଅଶ୍ଳୀଳ ଶବ୍ଦଗୁଡ଼ି ବାଂଲା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ଧ୍ୱଂସ କରୁଥିବା କଥା ଦର୍ଶାଇଥିଲେ ।[୬]
ଆଧାର
ସମ୍ପାଦନା- ↑ "National Film Award winners announced". The Daily Star (in ଇଂରାଜୀ). 2018-04-06. Retrieved 2018-05-30.
- ↑ "Prosenjit and Kusum in "Sankhochil"". The Daily Star (in ଇଂରାଜୀ). 2015-03-09. Retrieved 2018-05-30.
- ↑ Sen, Zinia (2 March 2015). "Who is the Bangladeshi actress opposite Prosenjit in Sankhachil?". The Times of India. Retrieved 2015-08-25.
- ↑ ‘শঙ্খচিল’ ছবির দৃশ্যে প্রসেনজিৎ চট্টোপাধ্যায়ের সঙ্গে কুসুম সিকদার. banglanews24.com (in Bengali). Archived from the original on 2016-03-05. Retrieved 2015-08-25.
- ↑ প্রসেনজিতের বিপরীতে কুসুম সিকদার. Manab Zamin (in Bengali). Retrieved 2015-08-25.[permanent dead link]
- ↑ "৭২ ঘণ্টার মধ্যে কুসুমের 'নেশা' গানটি সরানোর নোটিশ". jugantor.com. August 13, 2017. Retrieved August 13, 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କୁସୁମ ଶିକଦାର