କୁସୁଣ୍ଡା (କୁସଣ୍ଡା ନାମରେ ମଧ୍ୟ ଜଣା) ପଶ୍ଚିମ ଓ କେନ୍ଦ୍ରୀୟ ନେପାଳରେ କଥିତ ଏକ ବିଛିନ୍ନ ଭାଷା । ଏହା ବାବଦରେ ନିକଟରେ କିଛି ତଥ୍ୟ ଲୋକଲୋଚନକୁ ଆସିଛି ।

କୁସୁଣ୍ଡା
ବନ ରାଜା
ମିହାକ
Native toନେପାଳ
ଅଞ୍ଚଳଗଣ୍ଡକୀ ଅଞ୍ଚଳ
ଜାତିସତ୍ତା୨୭୦ ଜଣ (୨୦୧୧ ଜନଗଣନା)
ବିଛିନ୍ନ ଭାଷା
ଭାଷା କୋଡ୍
ISO ୬୩୯-୩kgg
ELPKusunda
Ethnologue ଅବସ୍ଥାନ: ରାପ୍ତି ଅଞ୍ଚଳ ଭିତରେ ଥିବା (ପଶ୍ଚିମ) ଦାଙ୍ଗପ୍ୟୁଥାନ ଜିଲ୍ଲା (ଘନ ଧୂଷର); (ମଝି) ଗଣ୍ଡକୀ ଅଞ୍ଚଳରେ ଥିବା ତାନାହୁ ଜିଲ୍ଲା
EndangeredLanguages.com ଅବସ୍ଥାନ: ନାଲି WALS ଅବସ୍ଥାନ: ବାଇଗଣୀ (ଗୋର୍ଖା ଜିଲ୍ଲା)
This article contains IPA phonetic symbols. Without proper rendering support, you may see question marks, boxes, or other symbols instead of Unicode characters. For an introductory guide on IPA symbols, see Help:IPA.

ପୁନରାବିଷ୍କାର

ସମ୍ପାଦନା

କେତେ ଦଶନ୍ଧି ଧରି ବିଶେଷ ତଥ୍ୟ ଅଭାବରୁ କୁସୁଣ୍ଡା ଭାଷା ଲୋପ ପାଇଯାଇଥିବା ଆଶାକରାଯାଉଥିଲା । ଆଗରୁ ଏହି ଭାଷାରେ ଖୁବ କମ ତଥ୍ୟ ଥିବାରୁ ଆଗର ଭାସଭାଷୀଙ୍କ ସ୍ମୃତିରୁ ମିଳିଥିବା ତଥ୍ୟ ଅନୁସାରେ ଏହାକୁ ଏକ ବିଛିନ୍ନ ଭାଷା ଭାବେ ଗଣାଯାଇଥିଲା । ବିନା ପ୍ରମାଣରୁ ଏହାକୁ ଏହାର ପଡ଼ୋଶୀ ତିବ୍ୱେତୋ-ବର୍ମାନ ବର୍ଗ ଭିତରେ ରଖାଯାଇଥିଲା । ତେବେ ୨୦୦୪ ମସିହାରେ ତିନି ଜଣ କୁସୁଣ୍ଡା, ଜ୍ଞାନୀ ମାୟା ସେନ, ପ୍ରେମ ବାହାଦୁର ସାହି ଓ କମଳା ସିଂହଙ୍କୁ[] ସେମାନଙ୍କ ନାଗରିକତ୍ୱ କାଗଜ ଆଦି ନିମନ୍ତେ କାଠମାଣ୍ଡୁ ଅଣାଯାଇଥିଲା । ସେଠାରେ ତ୍ରିଭୂବନ ବିଶ୍ୱବିଦ୍ୟାଳୟର ସଭ୍ୟମାନେ ସେ ତିନି ଜଣଙ୍କ ଭିତରୁ ଦକ୍ଷିଣ ରୋଲ୍ପା ଜିଲ୍ଲାସ୍ଥିତ ସାଖି ଭିଡିସିର ବାସିନ୍ଦା ଜଣେ ଏହି ଭାଷା ଭଲ ଭାବରେ କହିପାରୁଥିବା ଆବିଷ୍କାର କରିଥିଲେ । ତାଙ୍କର ଆଉ କେତେଜଣ ସମ୍ପର୍କୀୟ ମଧ୍ୟ ପ୍ରାଞ୍ଜଳ ଭାବେ କୁସୁଣ୍ଡା କହିପାରୁଥିଲେ । ଏହି ସମୟରେ ତିରିଶ ପାଖାପାଖି ବୟସ ହୋଇଥିବା ସାତ-ଆଠ ଜଣ ପ୍ରାଞ୍ଜଳ ଭାଷାଭାଷୀ ବୋଲି ଜଣାପଡ଼ିଥିଲା ।[] ତେବେ ଏହା ଏକ ଲୁପ୍ତପ୍ରାୟ ଭାଷା ଓ କୌଣସି ଶିଶୁ ଏହା ଶିଖୁନାହାନ୍ତି । ସମସ୍ତ କୁସୁଣ୍ଡା ଭାଷାଭାଷୀ ସେମାନଙ୍କ ଜାତି ବାହାରେ ବିବାହ କରିସାରିଲେଣି ।[]

୨୦୧୮ ମସିହା ଅପ୍ରେଲ ୧୮ ତାରିଖରେ ଜଣେ କୁସୁଣ୍ଡାଭାଷୀ ରାଜାମାମା କୁସୁଣ୍ଡାଙ୍କ ମୃତ୍ୟୁପରେ ଏହି ଭାଷା ସମ୍ପୂର୍ଣ୍ଣ ଲୋପ ପାଇଲା ବୋଲି ଅନୁମାନ କରାଯାଉଥିଲେ ହେଁ ଜ୍ଞାନୀ ମାୟା ସେନ ଏକମାତ୍ର କୁସୁଣ୍ଡା ଭାଷୀ ଜୀବୀତ ବ୍ୟକ୍ତି ହୋଇଥାଇପାରନ୍ତି ।[]

ବିଭାଗୀକରଣ

ସମ୍ପାଦନା

ୱାଟର୍ସ (୨୦୦୫) ଏହି ଭାଷା ବାବଦରେ ଏକ ମଧ୍ୟମ-ଆକାରର ବ୍ୟାକରଣିକ ବିବରଣୀ ପ୍ରକାଶ କରି ସେଥିରେ ଏହି ଭାଷାର କିଛି ଶବ୍ଦ ବାବଦରେ ଉଲ୍ଲେଖ କରିଥିଲେ । ଏଥିରେ କୁସୁଣ୍ଡା କେବଳ ଯେ  ବଂଶଗତ ଭାବେ ନୁହେଁ ବରଂ ଧ୍ୱନିଗତ ଭାବେ ନିଶ୍ଚିତ ରୂପେ  ତା'ର ପଡ଼ୋଶୀ ଭାଷାମାନଙ୍କଠାରୁ ବିଛିନ୍ନ ଭାଷା ବୋଲି ପ୍ରକାଶିତ । ଜଣାପଡ଼େ ଯେ ତିବେତୋ-ବର୍ମାନ ବା ଇଣ୍ଡୋ-ଇରାନିଆନଭାଷୀ ଲୋକଙ୍କ ଆଗମନ ଆଗରୁ କୁସୁଣ୍ଡା ଉତ୍ତର ଭାରତରେ କଥିତ ଭାଷାମାନଙ୍କର ଏକ ଅଂଶ । ତେବେ ଏହା ମୁଣ୍ଡା ବା ଦ୍ରାବିଡ଼ ଭାଷାସମୂହ ଅନ୍ତର୍ଗତ ନୁହେଁ । ଏହା ଏଣୁ ଇଣ୍ଡୋ-ଇଉରୋପୀୟ, ଦ୍ରାବିଡ଼, ସିନୋ-ତିବ୍ୱତ ଓ ଅଷ୍ଟ୍ରୋଏସୀୟ ଭାଷା ବର୍ଗ ଭିତରେ ନ ଥିବା ବୁରୁସାକି, ନିହାଲି ଓ (ସମ୍ଭାବ୍ୟ) ବେଡ୍ଡା ଭାଷା ସମୂହ ଅନ୍ତର୍ଗତ ।

  1. Rana, B.K. (2004-10-12). "Kusunda language does not fall in any family: Study". email with pasted news article. Himalayan News Service, Lalitpur, 2004-10-10. Retrieved 2007-09-12.[permanent dead link]
  2. ୨.୦ ୨.୧ Watters, David E. 2005. Kusunda: a typological isolate in South Asia. In Yogendra Yadava, Govinda Bhattarai, Ram Raj Lohani, Balaram Prasain and Krishna Parajuli (eds.), Contemporary issues in Nepalese linguistics p. 375-396. Kathmandu: Linguistic Society of Nepal.
  3. "Rajamama, lone Kusunda language speaker, dies" (in ଇଂରାଜୀ). Retrieved 2018-06-18.