କୁଳଭୂଷଣ ଖରବନ୍ଦା

ହିନ୍ଦୀ କଥାଚିତ୍ର ଅଭିନେତା

କୁଳଭୂଷଣ ଖାରବନ୍ଧା  ଜଣେ ହିନ୍ଦୀପଞ୍ଜାବୀ ଫିଲ୍ମ ଅଭିନେତା । ୧୯୮୦ ଦଶକରେ ସେ ଶାନ ( Shaan) ନାମକ ଫିଲ୍ମରେ ଶକଳର ଖଳନାୟକ ଭୂମିକାରେ ଚମତ୍କାର ଭାବେ ଅଭିନୟ କରି ସାରା ଦେଶର ଲୋକ ନଜରକୁ ଆସିଥିଲେ । ତେବେ ସେ ୧୯୬୦ ମସିହାରୁ ଦିଲ୍ଲୀର ଯାତ୍ରୀକ ଥିଏଟର ଗ୍ରୁପରେ ଅନେକ ମଞ୍ଚ ନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରି ଆସୁଥିଲେ । ୧୯୭୪ ମସିହାରେ ସେ ସାଇ ପରାଞ୍ଜପେଙ୍କ ସମାନ୍ତରାଳ ଫିଲ୍ମ କୁହାଯାଉଥିବା ଭିନ୍ନ ସ୍ୱାଦର ଫିଲ୍ମ 'ଜାଦୁ କା ଶଙ୍ଖ 'ରେ ଅଭିନୟ କଲା ପରେ ଅନେକ ସମାନ୍ତରାଳ ଫିଲ୍ମରେ ଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ପରେ ସେ ମହେଶ ଭଟ୍ଟଙ୍କ 'ଅର୍ଥ' , ' ଏକ ଚଦର ମଇଲି ସି' ପରି ମୁଖ୍ୟ ଧାରା ଫିଲ୍ମରେ ଅଭିନୟ କଲେ । 

କୁଳଭୂଷଣ ଖରବନ୍ଧା

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା  ସମ୍ପାଦନା

କୁଳଭୂଷଣଙ୍କ ଜନ୍ମ ୨୧ ଅକ୍ଟୋବର ୧୯୪୪ରେ ପଞ୍ଜାବର ଅଟକ ଜିଲ୍ଲାରେ ହେଇଥିଲା , ଯାହା ଏବେ ପାକିସ୍ତାନରେ ଅନ୍ତର୍ଭୁକ୍ତ । ତାଙ୍କ ପରିବାର ସ୍ୱାଧୀନତା ପରେ ଭାରତକୁ ଆସିଲେ ଓ ସେ ତାଙ୍କର ଶିକ୍ଷା ଯୋଧପୁର , ଡେହେରାଡୂନ ଆଲିଗଡ , ଓ ଦିଲ୍ଲୀରେ ନେଲେ । ସେ ଦିଲ୍ଲୀର କିରୋରିମଲ କଲେଜରୁ ଡିଗ୍ରୀ ହାସଲ କରିଥିଲେ । 

ଅଭିନୟ ଜୀବନ  ସମ୍ପାଦନା

ପାଠ ସାରିବା ପରେ ସେ ତାଙ୍କର କେତେକ ବନ୍ଧୁଙ୍କ ସହ ' ଅଭିୟାନ' ନାମକ ଥିଏଟର ଗ୍ରୁପ ଆରମ୍ଭ କରିଥିଲେ ଓ ପରେ ଯାତ୍ରୀକ ଗ୍ରୁପରେ ଯୋଗ ଦେଇ ମଞ୍ଚ ନାଟକରେ ଅଭିନୟ କଲେ । ବହୁ ଭାଷିୟ ନାଟକ ଅନୁଷ୍ଠାନ ' ଯାତ୍ରୀକ 'ରେ ସେ ପ୍ରଥମ ଭାରତୀୟ ପେଷାଦାର ମଞ୍ଚ ଅଭିନେତା ଥିଲେ । କିଛି କାଳ ପରେ ' ଯାତ୍ରୀକ ' ବନ୍ଧ ହେଇଯିବା ପରେ ସେ କଲିକତା ଆସି ସେଠାରେ ' ପଦାତିକ ' ନାମକ ଗ୍ରୁପରେ ଯୋଗ ଦେଲେ । 

୧୯୭୪ରେ କୁଳଭୂଷଣ ତାଙ୍କର ପ୍ରଥମ ଫିଲ୍ମ ଶ୍ୟାମ ବେନେଗାଲଙ୍କ ' ନିଶାନ୍ତ'ରେ ଅଭିନୟ କଲେ । ପରେ ସେ 'ମନ୍ଥନ' , ' ଭୂମିକା' ,'କଳିଯୁଗ' , 'ଜୁନୁନ' ପରି ସମାନ୍ତରାଳ ଫିଲ୍ମରେ ଅଭିନୟ କଲେ । 

 
କୁଳଭୂଷଣ ଖରବନ୍ଧା

କିନ୍ତୁ ତାଙ୍କର ଖ୍ୟାତି ପ୍ରକୃତରେ ପ୍ରଚାରିତ ହେଲା 'ଶାନ' ଚିତ୍ରରେ ଲଣ୍ଡିତ ମସ୍ତକରେ ଖଲାଭିନେତା ଭାବରେ ଅଭିନୟ କଲା ପରେ । ତାହା ପରେ ସେ ଅନେକ ମୁଖ୍ୟ ସ୍ରୋତ ଫିଲ୍ମରେ ସେହି ପ୍ରକାର ଅଭିନୟ କରିଥିଲେ । କିନ୍ତୁ ତାହା ସଙ୍ଗେ ସଙ୍ଗେ ସେ ସମାନ୍ତରାଳ କିମ୍ବା ଆର୍ଟ ଫିଲ୍ମ କୁହାଯାଉଥିବା ଭିନ୍ନ ସ୍ୱାଦ ଫିଲ୍ମରେ ମଧ୍ୟ ଅଭିନୟ ଜାରି ରଖିଥିଲେ । 

ଖଳନାୟକ ଭୂମିକାରେ ସେ ନିଜକୁ ସୀତା ନ ରଖି ସବୁ ପ୍ରକାର ଚରିତ୍ର ଅଭିନୟରେ ନିଜର କଳାକାର କୃତି ପ୍ରଦର୍ଶନ କରିଥିଲେ । ହିନ୍ଦୀ ସହ ପଞ୍ଜାବୀ ଫିଲ୍ମରେ ମଧ୍ୟ ସେ ବହୁତ ଭୂମିକାରେ ଅବତୀର୍ଣ ହେଇଥିଲେ । 

କୁଳଭୂଷଣ ଭାରତୀୟ ଫିଲ୍ମ ଛଡା ଜର୍ମାନ ଭାଷାର ଏକ ଫିଲ୍ମରେ ୨୦୦୯ରେ ଅଭିନୟ କରିଥିଲେ ଓ ଟିଭି ସିରିୟାଲମାନଙ୍କୁ ମଧ୍ୟ ସେ ମୁଖ୍ୟ ଅଭିନେତା ହିସାବରେ ଅଭିନୟ କରିଥିଲେ । 

ଫିଲ୍ମୋଗ୍ରାଫି  ସମ୍ପାଦନା

  • Azhar (film) (Hindi)
  • Dictator (2016) (Telugu)
  • Brothers (Hindi) (2015)
  • Haider (Hindi) (2014)
  • Kirpaan - The Sword of Honour (Punjabi) (2014)
  • Saadi Love Story(Punjabi) (2013)
  • Delhi in a Day (2012)
  • Winds of Change (2012)
  • Khushiaan (2011)
  • Khatta Meetha (2010)
  • Kurbaan (2009)
  • Aloo Chaat (2009)
  • Ru Ba Ru (2008)
  • Jodhaa Akbar (2008)
  • Ek: The Power of One (2008)
  • EMI (2008)
  • Manorama Six Feet Under (2007)
  • Umrao Jaan (2006)
  • Lage Raho Munna Bhai (2006)
  • Water (2005)
  • Netaji Subhas Chandra Bose: The Forgotten Hero (2005)
  • Fight Club – Members Only (2006)
  • Agnipankh (2004)
  • Zameer: The Fire Within (2005)
  • Garv: Pride and Honour (2004)
  • I Proud To Be An Indian (2004)
  • Pinjar (2003)
  • Basti (2003)
  • Bollywood/Hollywood (2002)
  • Lagaan (2001)
  • Monsoon Wedding (2001)
  • Pukar (2000)
  • Hera Pheri (2000)
  • Refugee (2000)
  • Hote Hote Pyar Ho Gaya (1999)
  • Aakrosh (1998)
  • China Gate (1998)
  • Major Saab (1998)
  • Earth (1998)
  • Yes Boss (1997)
  • Border (1997)
  • Gupt (1997)
  • Maachis (1996)
  • Loafer (1996)
  • Fire (1996)
  • Nirbhay (1996)
  • Naseem (1995)
  • Baazi (1995)
  • Mohra (1994)
  • Shaktiman (1993)
  • Mahakaal (1993)
  • Ek Hi Raasta (1993)
  • ଦାମିନୀ (1993)
  • Jo Jeeta Wohi Sikandar (1992)
  • Bekhudi (1992)
  • Antarnaad (1991)
  • Henna (1991)
  • Prathibandh (1990)
  • Ghayal (1991)
  • Trikal (1985)
  • Yateem (1988)
  • Veerana (1988)
  • Main Zinda Hoon (1988)
  • Susman (1987)
  • Uttar Dakshin (1987)
  • Ek Chadar Maili Si (1987)
  • New Delhi Times (1986)
  • Ram Teri Ganga Maili (1985)
  • Ghulami (1985)
  • Utsav (1984)
  • Andhi Gali (1984)
  • Waaris (1988)
  • Ganga Meri Maa (1983)
  • Shakti (1982)
  • Aparoopa (1982)
  • Ucha Dar Babe Nank Da - Punjabi (1982)
  • Silsila (film) (1981)
  • Mandi (1983)
  • Premrog (1983)
  • Chakra (1981)
  • Kalyug (1981)
  • Nakhuda (1981)
  • Arth (1981)
  • Chan Pardesi (1980)
  • Shaan (1980)
  • Kalyug (1981)
  • Solva Saawan (1979)
  • Junoon (1978)
  • Bhumika: The Role (1977)
  • Manthan (1976)
  • Jadu Ka Shankh (1974)

ପୁରସ୍କାର ଓ ମନୋନୟନ  ସମ୍ପାଦନା

  • ୧୯୮୬ରେ ଫିଲ୍ମଫେୟାର ଶ୍ରେଷ୍ଠ ସହ ଅଭିନେତା ପାଇଁ ମନୋନୀତ 

ଆଧାର ସବୁ  ସମ୍ପାଦନା