କୁମୁଦିନୀ ତ୍ୟାଗି
ସବ ଲେଫ୍ଟନାଣ୍ଟ (SLt) କୁମୁଦିନୀ ତ୍ୟାଗି, ରୀତି ସିଂଙ୍କ ସହ ଭାରତୀୟ ନୌସେନାରେ ଯୁଦ୍ଧ ବିମାନଚାଳକ ଭାବେ ପ୍ରଥମ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଅଟନ୍ତି ।[୧][୨][୩]
ସବ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗି | |
---|---|
ଜନ୍ମ | ୧୯୯୭ |
ଜାତୀୟତା | ଭାରତୀୟ |
ଶିକ୍ଷା | କମ୍ପ୍ୟୁଟର ସାଇନ୍ସରେ ବି.ଟେକ୍ |
ଶିକ୍ଷାନୁଷ୍ଠାନ | ABES ଇଞ୍ଜିନିୟରିଂ କଲେଜ, ଗାଜିଆବାଦ |
ବୃତ୍ତି | ହେଲିକପ୍ଟର ଜାହାଜର ପର୍ଯ୍ୟବେକ୍ଷକ (ବାୟୁବାହୀ କୌଶଳକାରୀ) |
ଭାରତୀୟ ନୌସେନା | |
ପ୍ରସିଦ୍ଧି | ଭାରତୀୟ ସେନା |
ପିତାମାତାs |
|
ପ୍ରାରମ୍ଭ ଜୀବନ
ସମ୍ପାଦନାକୁମୁଦିନୀ ତ୍ୟାଗି ୧୯୯୭ ମସିହାରେ ଘଜିଆବାଦରେ ପ୍ରଭେଶ କୁମାର ତ୍ୟାଗି ଏବଂ ରୀନା ତ୍ୟାଗିଙ୍କଠାରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ଜେଜେବାପା ସୁରେଶ ଚାନ୍ଦ ତ୍ୟାଗି ଉତ୍ତରପ୍ରଦେଶ ପୋଲିସର ସବ୍-ଇନ୍ସପେକ୍ଟର ଥିଲେ ଏବଂ ତାଙ୍କ ପିତା ପ୍ରଭେଶ ଏକ ସୁରକ୍ଷା ଏଜେନ୍ସି ଚଳାଉଥିଲେ । କୁମୁଦିନୀଙ୍କ ଜେଜେମା’ଙ୍କ ନାମ ରାଜେଶ କୁମାରି ତ୍ୟାଗି ଅଟେ । ତାଙ୍କର ଏକ ସାନ ଭାଇ ଅପୁର୍ବ ତ୍ୟାଗି ଅଛନ୍ତି, ଯିଏ ମିଳିତ ପ୍ରତିରକ୍ଷା ସେବାର ଲିଖିତ ପରୀକ୍ଷାକୁ ମଧ୍ୟ ଉତ୍ତୀର୍ଣ୍ଣ କରିଛନ୍ତି । ଏହି ପରିବାର ଘଜିଆବାଦରେ ସଞ୍ଜୟ ନଗର ସେକ୍ଟର -୨୩ରେ ରହୁଛନ୍ତି ।[୫]
ଶିକ୍ଷା
ସମ୍ପାଦନାକୁମୁଦିନୀ ରାଜନଗର ସେଣ୍ଟ୍ ପାଲ୍ ଏକାଡେମୀରୁ ଆଇସିଏସ୍ଇ (କ୍ଲାସ୍ X) ଏବଂ ଚନ୍ଦ୍ର ଛବିଳ ଦାସ ପବ୍ଲିକ ସ୍କୁଲରୁ ସିବିଏସ୍ଇ (ଦ୍ୱାଦଶ ଶ୍ରେଣୀ) ସମାପ୍ତ କରିଥିଲେ । ସେ ଏବିଇଏସ୍ ଇଞ୍ଜିନିୟରିଂ କଲେଜରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ପ୍ରତିରକ୍ଷା ବାହିନୀରେ ଯୋଗଦେବାକୁ ଆଗ୍ରହୀ ଥିଲେ ଏବଂ କିରଣ ଶେଖାବତ ଶହୀଦ ହୋଇଥିବା ୨୦୧୫ ମସିହାର ଦୁଃଖଦ ଘଟଣା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା ।[୬] ତାଙ୍କର ବହୁତ ଲାଭଜନକ ବିକଳ୍ପ ଚାକିରିର ଅଫର ଥିବା ସତ୍ତ୍ୱେ ଡିସେମ୍ବର ୨୦୧୮ ମସିହାରେ ସେ ନୌସେନାରେ ନିଯୁକ୍ତ ହେବାକୁ ଯାଇଥିଲେ ।
ବୃତ୍ତି
ସମ୍ପାଦନାକୁମୁଦିନୀ କୋଚିର ସାଉଥ ନାଭାଲ କମାଣ୍ଡରୁ ୨୨ତମ ସର୍ଟ ସର୍ଭିସ କମିଶନ ପର୍ଯ୍ୟବେକ୍ଷକ ପାଠ୍ୟକ୍ରମ ସମାପ୍ତ କରିଥିଲେ ।[୭][୮] ଟ୍ରେନିଂରେ ଥିବାବେଳେ, ସେ ଇଣ୍ଟର ସ୍କ୍ୱାର୍ଡନ ନୋଭାଇସ୍ ଏକ୍ସ-କଣ୍ଟ୍ରି ଚାମ୍ପିଅନସିପ୍, ୨୦୧୯ ମସିହାରେ ମହିଳାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହି ୮ କିଲୋମିଟର ଦୌଡ଼କୁ ୪୬ ମିନିଟ୍ ୨୯ ସେକେଣ୍ଡରେ ସମାପ୍ତ କରିଥିଲେ ।[୯]
ଆଧାର
ସମ୍ପାଦନା- ↑ "In a first, 2 women officers to operate helicopters from Indian Navy warships". Hindustan Times (in ଇଂରାଜୀ). 2020-09-21. Retrieved 2020-09-22.
- ↑ Service, Tribune News. "Navy selects 2 women officers for warship". Tribuneindia News Service.
- ↑ "Sub Lieutenant Kumudini Tyagi: The engineer who chose the ocean over office". hindustantimes.com.
- ↑ "गाजियाबाद की कुमुदिनी त्यागी ने रचा इतिहास, पहली बार किसी महिला की युद्धपोत पर हुई तैनाती". Dainik Jagran (in ହିନ୍ଦୀ). Retrieved 2020-09-22.
- ↑ "नौसेना अफसर के पिता बोलेः बेटी पर नाज, मेरे लिए जिंदगी का सबसे खुशी का दिन". Amar Ujala (in ହିନ୍ଦୀ). Retrieved 2020-09-22.
- ↑ "Meet the lady officers making naval history". Rediff (in ଇଂରାଜୀ). Retrieved 2020-09-26.
- ↑ "Observer - Join Indian Navy | Government of India". www.joinindiannavy.gov.in.
- ↑ "2 महिला अफसरों को पहली बार वॉरशिप पर तैनात करेगी नौसेना, ये हेलिकॉप्टरों को ऑपरेट करेंगी; राफेल को भी पहली महिला पायलट जल्द मिलेगी". Dainik Bhaskar (in ହିନ୍ଦୀ). 2020-09-21. Retrieved 2020-09-22.
- ↑ "In a historic first, two women chopper pilots to operate from Navy warship". The New Indian Express.