କୁତବମିନାର

କୁତବ୍ ମିନାର

କୁତବମିନାର ପୃଥିବୀର ଏକ ଉଚ୍ଚ ପ୍ରସ୍ତର ନିର୍ମିତ ସ୍ତମ୍ଭ ବା ମିନାର ଅଟେ। ଏହା ଦିଲ୍ଲୀର ମେହରୋଲି ଅଂଚଳରେ ଅବସ୍ଥିତ । । [୧] ଏହାର ଉଚ୍ଚତା ୭୩ ମିଟର ବା ୨୩୯.୫ ଫୁଟ ଅଟେ । ଏହା ଜାତିସଂଘର ୟୁନେସ୍କୋ ସଂସ୍ଥା ଦ୍ୱରା ମାନ୍ୟତାପ୍ରାପ୍ତ ବିଶ୍ୱ ଐତିହ୍ୟ ସ୍ଥଳ ମାନଂକ ଭିତରୁ ଏକ ଏଟେ ।

କୁତବମିନାର
ଦିଲ୍ଲୀରର କୁତବମିନାର
Official name: କୁତୁବ ମିନାର and its Monuments, Delhi
ପ୍ରକାରCultural
ମାନଦଣ୍ଡ(iv)
Designated1993 (17th session)
Reference no.233
ଦେଶ ଭାରତ
Continentଏସିଆ

ନିର୍ମାଣ ସମ୍ପାଦନା

କୁତବମିନାର ଇଲତୁତମିସଙ୍କଦ୍ୱାରା ନିର୍ମାଣ ହୋଇଉଥିଲା । ସେ ଦାସବଂଶର ଶ୍ରେଷ୍ଠ ସୁଲତାନ ଥିଲେ । ତାଙ୍କଦ୍ୱାରା ଉତ୍ତର ଭାରତରେ ମୁସଲମାନ ଆଧିପତ୍ୟ ସୁଦୃଢ଼ଭାବରେ ପ୍ରତିଷ୍ଠିତ ହୋଇଥିଲା । ସେ ବିଦ୍ୟୋତ୍ସାହୀ ଓ ଶିଳ୍ପପ୍ରିୟ ଥିଲେ । କୁତବମିନାର ତାଙ୍କର ଶ୍ରେଷ୍ଠ କୀର୍ତ୍ତି । [୨]

ଇତିହାସ ସମ୍ପାଦନା

କୁତବ ମିନାର ଏବଂ କୁତବ୍-ଉଲ୍-ଇସଲାମ ମସଜିଦ ଦିଲ୍ଲୀର ପ୍ରଥମ ସୁଲତାନ କୁତବ୍-ଉଦ୍ଦିନ୍-ଆଇବାକଂକଦ୍ୱାରା ୧୧୯୨ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ହୋଇଥିଲା । ଏହାର ପ୍ରଥମ ମହଲା ଲାଲକୋଟ ବା ଧିଲ୍ଲିକା ସହରର ଭଗ୍ନାବଶେଷ ଉପରେ ନିର୍ମିତ ହୋଇଥିଲା । ଆଇବାକଂକ ଉତ୍ତରାଧିକାରୀ ଇଲ୍‍ତୁତମିସ ଏହା ଉପରେ ଆଉ ତିନିଟି ମହଲା ଯୋଡିଥିଲେ । ୧୩୬୯ ମସିହାରେ ବଜ୍ରପାତରେ ଏହାର ଉପର ମହଲାଟି କ୍ଷତିଗ୍ରସ୍ତ ହୋଇଯାଇଥିଲା ଯାହାକି ପରେ ଫିରୋଜ ସାହା ତୋଗଲକଂକଦ୍ୱାରା ମରାମତି ହୋଇଥିଲା । ସେ ମଧ୍ୟ ଆହୁରି ଗୋଟିଏ ମହଲା ଯୋଡିଥିଲେ । ୧୫୦୫ ମସିହାରେ ହୋଇଥିବା ଏକ ଭୂମିକମ୍ପରେ ଏହା ପୁଣି କ୍ଷତିଗ୍ରସ୍ତ ହୋଇଥିଲା ଯାହା କି ସିକଂଦର ଲୋଦିଂକଦ୍ୱାରା ମରାମତି ହୋଇଥିଲା । ପୁଣି ୧୮୦୩ ମସିହାରେ ଏହା ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ବ୍ରିଟିଶ ଭାରତୀୟ ସୈ‍ନ୍ୟବାହିନୀ ତାର ପୁନରୁଦ୍ଧାର କରିଥିଲେ ।[୩]

୧୯୮୧ ମସିହାରେ ଏହାର ଭିତର ଶିଡିରେ ଦଳାଚକଟାରେ ୪୫ ଜଣଂକ ପ୍ରାଣହାନୀ ହୋଇଥିଲା ଏବଂ ସେବେଠାରୁ ଆଉ ସାଧାରଣ ଜନତାଙ୍କ ଏହା ଉପରକୁ ଚଢିବା ବଂଦ ଅଛି ।

କୁତବମିନାରର କେତେକ ପ୍ରତିଛବି ସମ୍ପାଦନା

ଆଧାର ସମ୍ପାଦନା

  1. http://whc.unesco.org/en/list/233
  2. http://india.gov.in/knowindia/culture_heritage.php?id=59
  3. "Qutb Minar". ଇଂରାଜୀ ଉଇକିପିଡ଼ିଆ. Retrieved 21 April 2018.

ବାହାର ତଥ୍ୟ ସମ୍ପାଦନା