କୁଣ୍ଡଳ ପୁର ଭାରତର ମଧ୍ୟପ୍ରଦେଶରେସ୍ଥିତ ଏକ ସହର ଅଟେ ଯାହା ଦମୋହରୁ ୩୫  କିଲୋମିଟର ଦୂରରେସ୍ଥିତ । ଏହା ଏକ ପ୍ରମୁଖ "ଜୈନ ତୀର୍ଥ" ସ୍ଥଳ ଅଟେ । ଏଠାରେ ତୀର୍ଥକର ଋଷଭଦେବଙ୍କ ଏକ ବିଶାଳ ପ୍ରତିମା ବିରାଜମାନ ହୋଇଛି ।

କୁଣ୍ଡଳ ପୁରରେସ୍ଥିତ ଜୈନ ମନ୍ଦିର

ଜୈନ ତୀର୍ଥ ସ୍ଥଳ ସମ୍ପାଦନା

କୁଣ୍ଡଳପୁରରେ ୬୩ଟି ଜୈନ ମନ୍ଦିର ରହିଛି । ସେଥିରୁ ୨୨ଟି ମନ୍ଦିର ବହୁ ପ୍ରସିଦ୍ଧ ଅଟେ । ଏହି ମନ୍ଦିରରେ ବଡ଼ ବାବା (ଭଗବାନ ଆଦିନାଥ)ଙ୍କ ବିଶାଳ ପ୍ରତିମା ରହିଛି । ଏହି ପ୍ରତିମା "ବଡ଼ ବାବା"ଙ୍କ ନାମରେ ପ୍ରସିଦ୍ଧ । ପ୍ରତିମା ପଦ୍ମାସନ ମୁଦ୍ରାରେ ରହିଛି ଏବଂ ୧୫ ଫୁଟ ଉଞ୍ଚା ଅଟେ । [୧][୨] ଏହି ମନ୍ଦିର କୁଣ୍ଡଳ ପୁରର ସବୁଠାରୁ ପ୍ରାଚୀନ ମନ୍ଦିର ରୂପେ ମାନନ୍ତି । ଏକ ଶିଳାଲେଖ ଅନୁସାରେ[୩] ବିକ୍ରମ ସମ୍ବତ ୧୭୫୭ ମସିହାରେ ଏହି ମନ୍ଦିର ପୁନଶ୍ଚ ଭଟ୍ଟାରକ "ସୁରେନ୍ଦ୍ରକୀର୍ତ୍ତି"ଙ୍କଦ୍ୱାରା ଖୋଜା ଯାଇଥିଲା । ସେତେବେଳେ ଏହି ମନ୍ଦିର ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ଥିଲା । ସେତେବେଳେ ବୁନ୍ଦାଲଖଣ୍ଡର ଶାସକ ମହାରାଜା ଛତ୍ରସାଳ [୪]ଙ୍କ ସାହାଯ୍ୟରେ ମନ୍ଦିରର ପୁନଃ ନିର୍ମାଣ କରାଗଲା । ଏହି ଜାଗା କୁଣ୍ଡଳ ଗିରୀ କୁଣ୍ଡଳପୁର ଦମୋହ ଜେଲ, ମଧ୍ୟପ୍ରଦେଶରେ ରହିଛି ।

ବିଦ୍ୟାସାଗର "ଜୈନ ସନ୍ତ" (ଆଚାର୍ଯ୍ୟ ବିଦ୍ୟାସାଗର) ଏହି କ୍ଷେତ୍ରର ଜୀର୍ଣ୍ଣ ଦ୍ୱାରର ମୁଖ୍ୟ ପ୍ରେରଣା ସ୍ରୋତ ରୂପେ ମନା ଯା'ନ୍ତି ।

ଫଟୋ ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. Shri Digamber Jain Siddha Kshetra Kundalgiri, The Jaina Gazette, Vol.
  2. Jagannmohanlal Shastri, Anekanta, December 1967, page. 194.
  3. Y.K. Malaiya, "Kundalpur's Past Three Centuries," Arhat Vacan, Vol. 13, no. 3-4, 2001 pp. 5-13
  4. Thakurdas Bhagavandas Javeri, Bharatvarshiya Digambar Jain Directory, 1914

ବାହାର ଆଧାର ସମ୍ପାଦନା