କୁଞ୍ଜ ରାୟ

ଓଡ଼ିଆ ନାଟ୍ୟକାର

କୁଞ୍ଜ ରାୟ ( ୧୬ ମଇ ୧୯୪୫ - ୧୨ ଫେବୃଆରୀ ୨୦୨୧ ) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ନାଟ୍ୟକାର ଭାବରେ ତାଙ୍କର ଅଧିକ ପରିଚିତ ଥିଲେ ମଧ୍ୟ ଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟରେ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ସମେତ ଅନେକ ପୁରସ୍କାର ଲାଭ କରିଥିଲେ ।

କୁଞ୍ଜ ରାୟ
Born
କୁଞ୍ଜ ରାୟ

(1945-05-16)୧୬ ମଇ ୧୯୪୫
ପଦାଗାଁ, ବାଲେଶ୍ୱର
Died୧୨ ଫେବୃଆରୀ ୨୦୨୧(2021-02-12) (ବୟସ ୭୫)
Nationalityଭାରତୀୟ
Alma materବାଲେଶ୍ୱର ଜିଲ୍ଲାସ୍କୁଲ, ଭଦ୍ରକ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
Known forଓଡ଼ିଆ ନାଟ୍ୟକାର
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ବ୍ୟକ୍ତିଗତ ଜୀବନ ସମ୍ପାଦନା

କୁଞ୍ଜ ରାୟ, ୧୯୪୫ ମସିହାରେ ବାଲେଶ୍ୱର ଜିଲ୍ଲାର ପଦାଗାଁଠାରେ ଜନ୍ମଗ୍ରହଣ କରିଥିଲେ । ବାଲେଶ୍ୱର ଜିଲ୍ଲାସ୍କୁଲରୁ ସେ ମାଟ୍ରିକ ଓ ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ଅଧା ଛାଡ଼ି, ସେ ଶିକ୍ଷକତା ଆରମ୍ଭ କରିଥିଲେ । ୧୯୭୦ ମସିହାରେ ସେ ଏ ଜି କାର୍ଯ୍ୟାଳୟରେ ଯୋଗଦାନ କରି, ୨୦୦୪ ମସିହାରେ ଉଚ୍ଚ ପଦବୀରେ ଥାଇ ସେଠାରୁ ଅବସର ଗ୍ରହଣ କରିଥିଲେ ।[୧]

ସାହିତ୍ୟ ସର୍ଜନା ସମ୍ପାଦନା

୧୯୬୭ ମସିହାରେ କୁଞ୍ଜ ନିଜ ପ୍ରଥମ ନାଟକ ଅଶାନ୍ତ ଝଡ଼ ରଚନା କରିଥିଲେ । ୧୯୭୪ ମସିହାରେ ରବୀନ୍ଦ୍ର ମଣ୍ଡପରେ ତାଙ୍କ ନାଟକ ବିଦାୟ ବଜ୍ରାଦିତ୍ୟ ମଞ୍ଚସ୍ଥ ହୋଇଥିଲା ଓ ଜଣେ ନାଟ୍ୟକାର ଭାବରେ ତାଙ୍କର ଲୋକପ୍ରିୟତାରେ ବୃଦ୍ଧି ଘଟିଥିଲା । ଏହି ନାଟକ ଫରାସୀ ନାଟ୍ୟକାର ଇଉଜିନି ଆଇଓନେସ୍କୋଙ୍କର ନାଟକ ଏକ୍ସିଟ ଦ କିଙ୍ଗର ଓଡ଼ିଆ ଅନୁବାଦ । ସେ ଅନ୍ୟ ବହୁ ଦେଶୀୟ ଓ ବିଦେଶୀ ନାଟ୍ୟକାରଙ୍କ ରଚନାକୁ ଓଡ଼ିଆକୁ ଅନୁବାଦ କରିଥିଲେ । ସାରଳା ମହାଭାରତ ଆଧାରରେ ସେ କାଳାନ୍ତର ନାଟକ ରଚନା କରିଥିଲେ । ଅନ୍ୟ ବହୁ ଐତିହାସିକ, ପୌରାଣିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ସେ ନାଟକ ରଚନା କରିଥିଲେ ।

ସାହିତ୍ୟ ସର୍ଜନା ସମ୍ପାଦନା

ନାଟକ ସମ୍ପାଦନା

  • ଅଶାନ୍ତ ଝଡ଼
  • ବିଦାୟ ବଜ୍ରାଦିତ୍ୟ
  • ଅପ୍ରତିହତ ଖାରବେଳ
  • କର୍ମଯୋଗୀ ଚନ୍ଦ୍ରଶେଣ
  • କାଳାନ୍ତର
  • କେଉଁ ନଈ ମୁହାଣରେ
  • ଧନଂ ଦେହି ଜୟଂ ଦେହି
  • ଅଗ୍ନିସ୍ନାନ
  • ଅନାମ ଉବାଚ[୨]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୦୮-୦୯[୩]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ - ୨୦୧୪
  • ଉତ୍କଳ ସାହିତ୍ୟ ସମାଜ ସମ୍ମାନ - ୨୦୧୪[୪]
  • ହରିହର ମହାପାତ୍ର ସମ୍ମାନ[୫]

ଆଧାର ସମ୍ପାଦନା

  1. "Famous Odisha Playwright Kunja Ray No More". www.odishabytes.com. odisha bytes. Archived from the original on 1 April 2021. Retrieved 1 April 2021.
  2. ସୀମନ୍ତ ମହାନ୍ତି. "ପ୍ରଦକ୍ଷିଣ". No. ଧରିତ୍ରୀ ୦୧/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ସାହିତ୍ୟାୟନ ପୃଷ୍ଠା ୧୦. ଧରିତ୍ରୀ. Retrieved 1 April 2021.
  3. "Odisha Sangeet Nataka Academy Award Winners" (PDF). Odisha Reference (Annual 2011). Retrieved 1 April 2021.
  4. "Eminent Odisha Poet Jayant Mohapatra To Get Utkal Ratna Samman". www.sambadenglish.com. Eastern Media. Archived from the original on 1 April 2021. Retrieved 1 April 2021.
  5. "ପରଲୋକରେ ନାଟ୍ୟକାର କୁଞ୍ଜ ରାୟ". www.odishasambad.in. odisha sambad. Archived from the original on 1 April 2021. Retrieved 1 April 2021.